ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ ପାଇଁ ସଚିନଙ୍କ ନିଆରା ପ୍ରୟାସ ! ମାରିଲେ ୧୦ଟି ପୁଶ୍ ଅପ୍, ଏକାଠି କଲେ ୧୫ ଲକ୍ଷ ଟଙ୍କା ।

193

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ନୂଆ ଦିଲ୍ଲିରେ ଆଇଡିବିଆଇ ଫେଡେରାଲ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଆୟୋଜିତ ହୋଇଥିବା ମାରାଥନ୍ ରାଲିରେ ଭାଗ ନେଇଥିଲେ ସଚିନ୍ । ଆଉ ଏଥିରେ ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନଙ୍କ ପରିବାରଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଏକାଠି କରିଛନ୍ତି । ମାରାଥନ୍ ପୂର୍ବରୁ ସଚିନ ‘କିପ୍ ମୁଭିଙ୍ଗ ପୁଶ୍ ଅପ୍ ଚ୍ୟାଲେଞ୍ଜ’ କରିଥିଲେ ଆଉ ଏଥିରେ ସମସ୍ତ ଧାବକ ମାନଙ୍କୁ ସାମିଲ କରିଥିଲେ । ଆଉ କହିଥିେ. ଏଥିରୁ ଯେଉଁ ଅର୍ଥ ମିଳିବ, ତାହା ସହିଦଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।

ଜଳିଯାଇଛି ଶରୀର, ହେଲେ ଅମର ହୋଇଯାଇଛନ୍ତି ଯବାନ । ଫେବୃଆରୀ ୧୪ ତାରିଖ ବିଶ୍ୱ ଇତିହାସରେ ଏକ କଳା ଅଧ୍ୟାୟ ହୋଇ ରହିଯାଇଛି । ପୁଲୱାମାରେ ଆତଙ୍କବାଦୀଙ୍କ ଛାତିଥରା ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ, ଏବେ ପ୍ରତିଶୋଧର ନିଆଁରେ ଜଳୁଛି ଭାରତ । କୋହ ଯେତିକି, କ୍ରୋଧ ତାଠୁ ଅଧିକ । ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ପାକିସ୍ତାନ ମୁର୍ଦ୍ଦାବାଦ । ଆଉ ଏହାରି ଭିତରେ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ମଧ୍ୟ ସହାୟତାର ହାତ ବଢାଉଛନ୍ତି ଅନେକ ବ୍ୟକ୍ତିବିଶେଷ ।