ନିଲାମ ହେଲା ଟାଇଟାନିକ୍ ଜାହାଜର ଚାବି ! ମୂଲ୍ୟ ଆକାଶଛୁଆଁ

157

ଟାଇଟାନିକ୍ ଜାହାଜର ଏକ ଚାବିର ନିଲାମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଇ ଚାବିର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଚାବିର ମୂଲ୍ୟ ୮୫ ହଜାର ପାଉଣ୍ଡ, ଭାରତୀୟ ମୁଦ୍ରାରେ ପ୍ରାୟ ୭୦ ଲକ୍ଷ ବୋଲି ଜଣାପଡିଛି । ଟାଇଟାନିକ୍ ଜାହାଜ ୧୯୧୨ ମସିହାରେ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଚାବି ଜାହାଜର ଲାଇଫ ଜ୍ୟାକେଟ୍ ଲକରର ବୋଲି ଜଣାପଡିଛି ଏବଂ ନିଲାମ ଡେବିଜେସରେ ହୋଇଥିବା ଜଣାପଡିଛି । ଚାବି ସମେତ ଟାଇଟାନିକ୍ ସହ ଜଡିତ ୨୦୦ରୁ ଅଧିକ ଜିନିଷ ଏହି ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଥିବା ନେଇ ସୂଚନା ରହିଛି । ଏଭଳି ଏକ ରିପୋର୍ଟ ଦୈନିକ ଜାଗରଣ ପ୍ରସ୍ତୁତ କରିଛି ।

୧୪ ଏପ୍ରିଲ ୧୯୧୨ ମସିହାରେ ଟାଇଟାନିକ୍ ଜାହାଜ ଏକ ପ୍ରକାଣ୍ଡକାୟ ବରଫଖଣ୍ଡରେ ବାଡେଇ ହୋଇ ଆଟଲାଂଟିକ ମହାସାଗରରେ ବୁଡି ଯାଇଥିଲା । ଏଇ ଦୁର୍ଘଟଣାରେ ୧୫୦୦ ଯାତ୍ରୀ ସମେତ ଜାହାଜର ଚାଳକ ଦଳ ମୃତ୍ୟୁବରଣ କରିଥିଲେ । ଏବଂ ୭୧୦ ଜଣ ଏଇ ଦୁର୍ଘଟଣାରୁ ବଂଚି ଯାଇଥିଲୋ ।

ଏଇ ନିଲାମୀରେ ଜାହାଜର ମୁଖ୍ୟ କର୍ମଚାରୀ ହେନରୀ ବିଲ୍ଡେଙ୍କ ଚିଠି ଗୁଡିକ ୫୦୦୦ ପାଉଣ୍ଡରେ ବିକ୍ରି ହୋଇଥିବା ଜଣାପଡିଛି । ଟାଇଟାନିକ୍ ଜାହାଜ ସଂପର୍କରେ ଭୂଲ ତଥ୍ୟ ଦିଆ ଯାଇଥିଲା ବୋଲି ସେ ଏକ ଚିଠିରେ ସଙ୍କେତ ମାଧ୍ୟମରେ ଜଣାଇଛନ୍ତି ।