ହାଇଦ୍ରାବାଦର ନୁମାଇଶ ପ୍ରଦର୍ଶନୀ ପଡିଆରେ ଭୟାଭୟ ଅଗ୍ନିକାଣ୍ଡ ! ଫାଟିଲା ୬ ସିଲଣ୍ଡର,୭ ଗୁରୁତର ଆହତ

ନୁମାଇଶ ପ୍ରଦର୍ଶନୀରେ ଭୟାଭୟ ଅଗ୍ନିକାଣ୍ଡ

59

କନକ ବ୍ୟୁରୋ : ଗତକାଲି ହାଇଦ୍ରାବାଦର ନାମପାଲ୍ଲିରେ ଚାଲିଥିବା ନୁମାଇଶ ପ୍ରଦର୍ଶନୀରେ ଭୟାଭୟ ଅଗ୍ନିକାଣ୍ଡ ଘଟିବାରୁ ପଡ଼ିଆରେ କୋକୁଆ ଭୟ ଖେଳି ଯାଇଥିଲା। ଶ୍ୱାସରୁଦ୍ଧ ହୋଇଯିବା କାରଣରୁ ସାତ ଜଣ ଲୋକଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା। ତେଲେଙ୍ଗାନାରେ ଆୟୋଜିତ ଏହି ଜନପ୍ରିୟ ବ୍ୟବସାୟିକ ମେଳାରେ ଲାଗିଥିବା ନିଆଁ ଲିଭାଇବାକୁ ସଙ୍ଗେ ସଙ୍ଗେ ଦମକଳ ଯାଇ ପହଞ୍ଚିଥିଲା। ପ୍ରଦର୍ଶନୀର ଗୋଟିଏ ଷ୍ଟଲରେ ପ୍ରଥମେ ନିଆଁ ଲାଗିବାରୁ ତାହା ଅନ୍ୟ ଷ୍ଟଲ୍କୁ ବ୍ୟାପୀ ଥିଲା। ବେଗମ୍ ବଜାରର ଜଣେ ପୁଲିସ କର୍ମଚାରୀଙ୍କ କହିବା ଅନୁସାରେ ୧୫ ରୁ ୨୦ ମିନିଟ୍ ମଧ୍ୟରେ ଅନ୍ୟୂନ ୫/୬ଟି ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ନିଆଁ ଦ୍ରୁତ ବେଗରେ ଚରି ଯାଇଥିଲା।

ପ୍ରଦର୍ଶନୀ ପଡ଼ିଆରେ ଲୋକେ ଭୟଭୀତ ହୋଇ ଧାଁ ଦୌଡ଼ କରିବାରୁ ଉପୁଜି ଥିବା ଦଳାଚକଟା ଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଅନେକ ହଇରାଣ ହେବା ପାଇଁ ପଡିଥିଲା । ଧୂଆଁରେ ରୁନ୍ଧି ହୋଇ ଯାଇଥିବା କାରଣରୁ ସାତ ଜଣ ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିଆଁଗୋଳ ମଧ୍ୟରେ ଅଟକି ରହି ଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଗ୍ରେଟର୍ ହାଇଦ୍ରାବାଦ ମୁନିସ୍ପାଲ୍ କର୍ପୋରେସନ୍ ସମେତ କେତେକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ  ଆହତଙ୍କୁ ଉଦ୍ଧାର କରିଥିଲେ ।