ବଲିଉଡରେ ଗୁରୁ ଶିଷ୍ୟର ସଂପର୍କ

125

ଗୁରୁ ଓ ଛାତ୍ରର ସମ୍ପର୍କ ଅତୁଳନୀୟ । ଏହି ସମ୍ପର୍କକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରିରେ ବହୁ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି ।

“ତାରେ ଜମିନ ପର ‘ ଫିଲ୍ମଟି ୨୦୦୭ ମସିହାରେ ରିଲିଜ ହୋଇଥିଲା । ଫିଲ୍ମର ଲିଡ ରୋଲରେ ଆମିର ଖାନ ଓ ଶିଶୁ କଳାକାର ଦର୍ଶିଲ ସଫାରି ନଜର ଆସିଥିଲେ ।ଏହି ଫିଲ୍ମରେ ଜଣେ ପିଲାର ମାନସିକ ଚିନ୍ତାଧାରା ସହିତ ଅଭିଭାବକ ମାନଙ୍କ ଚିନ୍ତାଧାରାରେ ଥିବା ପାର୍ଥକ୍ୟକୁ ଦର୍ଶାଯାଇଥିଲା ।taare-zameen-par

“ଚକଦେ ଇଣ୍ଡିଆ’ ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଫିଲ୍ମର ଲିଡ ରୋଲରେ ଶାହାରୁଖ ନଜର ଆସିଥିଲେ । ଜଣେ କୋଚ ଓ ଖେଳାଳୀଙ୍କ ମଧ୍ୟରେ ଉପଯୁକ୍ତ ବଣ୍ଡିଂ ରହିଲେ କିଭଳି ସେହି ଟିମ ଦୃଢ ହୋଇପାରେ ତାହା ଏହି ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି ।Chak-De-India_Landscape_Poster

୨୦୦୫ରେ ରିଲିଜ ହୋଇଥିବା “ବ୍ଲାକ’ ଫିଲ୍ମର ଲିଡ ରୋଲରେ ଅମିତାଭ ବଚ୍ଚନ ଓ ରାଣୀ ମୁଖାର୍ଜୀ ନଜର ଆସିଥିଲେ । ରାଣୀ ଏହି ଫିଲ୍ମରେ ଜଣେ ମୁକ , ବଧିର ଓ ଅନ୍ଧ ମହିଳା ହୋଇଥିଲା ବେଳେ ଅମିତାଭ ତାଙ୍କ ଗୁରୁ ସାଜିଥିଲେ । ଉପଯୁକ୍ତ ଟ୍ରେନିଙ୍ଗ ଦ୍ୱାରା ଜଣେ ଶାରୀରିକ ଅକ୍ଷମ ମହିଳା କିଭଳି ନିଜ ସାମର୍ଥ୍ୟରୁ ଅଧିକ କାମ କରିପାରେ ତାହା ଏହି ଫିଲ୍ମରେ ଦର୍ଶାଯାଇଥିଲା ।

A still from the movie Black

୨୦୦୫ରେ ପରଦାକୁ ଆସିଥିବା ଫିଲ୍ମ “ଇକବାଲ’ ଆଜିର ଦିନରେ ବି ବେଶ ଚର୍ଚ୍ଚିତ । ଏହି ଫିଲ୍ମରେ ଲିଡ ରୋଲରେ ନଜର ଆସିଥିଲେ ନସରୁଦ୍ଦିନ ଶା ଏବଂ ଶ୍ରେୟସ ତଲପଡେ । ଏହି ଫିିଲ୍ମରେ ମଧ୍ୟ ଶିକ୍ଷକ ଓ ଛାତ୍ରର ସମ୍ପର୍କକୁ ବେଶ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଥିଲା ।iqbal

ଶିକ୍ଷକ ଓ ଛାତ୍ରର ସମ୍ପର୍କ ଉପରେ ପର୍ଯ୍ୟବେଶିତ ଆଉଏକ ଫିଲ୍ମ ହେଇଛି “୩ ଇଡିଅଟସ’। ଏହି ଫିଲ୍ମଟି ଚେତନ ଭଗତଙ୍କ ନୋଭେଲ ୫ ପଏଂଟ ସମୱାନ ଉପରେ ପର୍ଯ୍ୟବେଶିତ ହୋଇଛି । ଫିଲ୍ମର ଲିଡ ରୋଲରେ ଆମିର ଖାନ, ଆର ମାଧବନ. ଓ ସରମନ ଯୋଶୀ ନଜର ଆସୁଥିବା ବେଳେ ଶିକ୍ଷକ ଭୁମିକାରେ ବମନ ଇରାନୀଙ୍କୁ ଦେଖିବାକୁ ମିଳିଥିଲା ।tumblr_inline_o73zhwfdpa1twwfia_1280

ଏଭରଗ୍ରିନ ଆଟିଷ୍ଟ ଗୁଲଜାରଙ୍କ ନିର୍ଦେଶିତ ଫିଲ୍ମ “ପରିଚୟ’ ସେତେବେଳେ ବହୁତ ନା କମେଇଥିଲା । ଏହି ଫିଲ୍ମର ଲିଡ ରୋଲରେ ଜିତେନ୍ଦ୍ର ଓ ଜୟା ଭାଦୁରୀ ଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ବଲିଉଡ ଲିଜେଣ୍ଡ ପ୍ରାନ ମଧ୍ୟ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକାରେ ନଜର ଆସିଥିଲେ ।Parichay (Original Motion Picture Soundtrack) - Various Artists - (1972) - (cherrymusic.in)

୧୯୯୯ ରେ ନିର୍ମିତ “ରକଫର୍ଡ’ ଫିଲ୍ମରେ ଟିନ ଏଜ ଯୁବକ ଓ ପିଟି ଟିଚରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଯାଇଛି । ଏହି ଫିିଲ୍ମର ନିର୍ଦେଶନା ଦେଇଛନ୍ତି ନାଗେଶ କୁକୁନୁର ।NAgesh-2

୨୦୦୩ରେ ରିଲିଜ ହୋଇଥିବା ବହୁ ଚର୍ଚ୍ଚିତ ଫିଲ୍ମ “ମୁନ୍ନାଭାଇ ଏମବି.ବି.ଏସ’ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା । ଏହି ଫିଲ୍ମରେ ଲିଡ ରୋଲରେ ସଂଜୟ ଦତ , ଅର୍ସଦ ୱାରସୀ ନଜର ଆସିଥିଲେ । ଏହା ଏକ ମେଡିକାଲ କଲେଜର କାହାଣୀ ହୋଇଥିବା ବେଳେ କଲେଜର ଡିନ୍ ଭୁମିକାରେ ବମନ ଇରାନୀଙ୍କୁ ଦେଖିବାକୁ ମିଳିଥିଲା ।mbmbbs2P

ଶେଷରେ ଏତିକି କୁହାଯାଇପାରେ ଶିକ୍ଷକ ଓ ଛାତ୍ରର ସଂପର୍କ ସହିତ କୈାଣସି ସଂପର୍କର ତୁଳନା ନାହିଁ ।