ଏମିତି ଶିକ୍ଷକଙ୍କୁ ଶହେ ସଲାମ ! ବର୍ଷାରେ ବନ୍ଧ ଭାଙ୍ଗି ଯିବାରୁ ପିଲାଙ୍କୁ ପଢାଇବା ପାଇଁ ଦୌଡିରେ ଝୁଲି ଝୁଲି ନଦୀ ପାରହେଲେ ଶିକ୍ଷକ, ଭାଇରାଲ ହେଲା ଭିଡିଓ

4

କୁହାଯାଏ କର୍ମ ହିଁ ଭଗବାନ । କର୍ମ କରିବାରେ କେବେ ହେଲେ ହେଳା କରିବା ଠିକ୍ ନୁହେଁ । ନିଜର କର୍ମ ଠିକ୍ ଭାବରେ କଲେ ତାହାର ଫଳ ମଧ୍ୟ ଆପଣଙ୍କୁ ମିଳିଥାଏ । ତେବେ ଉତ୍ତରାଖଣ୍ଡରେ ଜଣେ ଶିକ୍ଷକ ନିଜର କର୍ମ ପାଇଁ କରିଥିବା କାମ ଏବେ ଚର୍ଚ୍ଚା ବିଷୟ ପାଲଟିଛି । ବର୍ଷାର ବାହାନା କରି ଘରେ ବସିବା ଅପେକ୍ଷା ସେ ସ୍କୁଲରେ ଯାଇ ପାଠ ପଢ଼ାଇଛନ୍ତି । ସବୁଠାରୁ ବଡ଼ କଥା ହେଲା ସ୍କୁଲକୁ ଯିବା ପାଇଁ ଥିବା ବନ୍ଧ ବର୍ଷାରେ ଭାଙ୍ଗି ଯାଇଥିଲେ ମଧ୍ୟ ସେ ନିଜ କର୍ମସ୍ଥଳୀକୁ ଯିବା ପାଇଁ ଅନ୍ୟ ଉପାୟ ବାହାର କରିଥିଲେ ।


ପିଲାମାନଙ୍କର ପଢ଼ାରେ ଯେମିତି କୌଣସି ଅସୁବିଧା ସୃଷ୍ଟି ନ ହଉ ସେ ନେଇ ଶିକ୍ଷକ ଜଣଙ୍କ ସ୍କୁଲ ବନ୍ଦ କରିବା ଅପେକ୍ଷା ଦୌଡ଼ିରେ ଝୁଲି ଝୁଲି ଯାଇଥିବା ଜଣାପଡ଼ିଛି । ନଦୀର ସ୍ରୋତ ପ୍ରଖର ଥିଲେ ମଧ୍ୟ ନିଜ ଜୀବନକୁ ବିପଦରେ ପକାଇ ସେ ନଦୀ ପାର ହୋଇଛନ୍ତି । ଏହି ସମୟର ଏକ ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାଟି ଉତ୍ତରାଖଣ୍ଡର ପିତ୍ତୋରାଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି ।

Comments are closed.