ଟଙ୍କା ନୁହେଁ ବରଂ ଦୃଢ଼ଇଚ୍ଛା ଶକ୍ତି ହିଁ ସଫଳତାର ଚାବିକାଠି ବୋଲି ପ୍ରମାଣ କରିଦେଇଛନ୍ତି ଏହି ଚା’ ବିକାଳିଙ୍କ ପୁଅ : ଜୈସାଲମେରର ଦେଶଲଦାନ ହୋଇଛନ୍ତି ଆଇଏଏସ ଟପ୍ପର

42

ରାଜସ୍ଥାନର ଜୈସାଲମେରରେ ରହୁଥିବା ଦେଶଲଦାନ ଆଇଏଏସରେ ୮୨ତମ ସ୍ଥାନ ହାସଲ କରି ନିଜ ଘର-ପରିବାର, ସମାଜ ଏବଂ ଜିଲ୍ଲାର ନାମ ଉଚ୍ଚ କରିଛନ୍ତି । ଦେଶଲଦାନଙ୍କ ପିତା ଜଣେ ଚା’ ବିକାଳି । ଦେଶଲଦାନ ପ୍ରମାଣ କରିଦେଲେ ଯେ ଧନ ସଂପତ୍ତି ସଂପନ୍ନ ନଥିଲେ ବି ସଫଳତା ପାଇଁ ଟଙ୍କା ନୁହେଁ ବରଂ ଦୃଢ଼ ଇଚ୍ଛାଶକ୍ତି ଜରୁରୀ ।

ଦେଶଲଦାନଙ୍କ ପଢ଼ିବା ସମୟରେ ତାଙ୍କ ବାପା ସୁଧରେ ଟଙ୍କା ଆଣି ତାଙ୍କର ଶିକ୍ଷାଦାନକୁ ଜାରି କରାଇଥିଲେ ଓ ଏବେ ତାଙ୍କ ପରିଶ୍ରମ ସଫଳ ହୋଇଗଲା । ଛୋଟବେଳୁ ହିଁ ଦେଶଲଦାନ ପାଠପଢ଼ାରେ ଏକ ନମ୍ବର ଥିଲେ ଓ ତାଙ୍କ ବାପା ମଧ୍ୟ ପ୍ରତି ମୁହୂର୍ତ୍ତରେ ତାଙ୍କ ପୁଅର ସହଯୋଗ କଲେ । ୟୁପିଏସସି ସିଭିଲ ସର୍ଭିିସ ୨୦୧୭ର ଫଳାଫଳରେ ଜୈସାଲମେର ନିବାସୀ ଦେଶଲଦାନଙ୍କ ଚୟନ ହେଲା । ସେ ୮୨ ତମ ସ୍ଥାନ ହାସଲ କରିଛନ୍ତି । ପୂର୍ବରୁ ଆଇଏଫଏସରେ ବି ତାଙ୍କର ଚୟନ ହୋଇସାରିଛି ।

ଚା’ ବିକ୍ରି କରୁଥିବା କୁଶଲଦାନଙ୍କ ବିଶ୍ୱାସ ଥିଲା ଯେ ତାଙ୍କ ପୁଅ ଦେଶଲଦାନ ତାଙ୍କ ନାମ ଉଚ୍ଚ କରିବ ଓ ବାପାଙ୍କ ସ୍ୱପ୍ନକୁ ସାକାର କରିବ । ଏମିତି ପ୍ରଥମ ଥର ନୁହେଁ ସେ ଆଗରୁ ମଧ୍ୟ ଆଇଏଫସରେ ବଛା ହୋଇ ତାଙ୍କ ଜିଲ୍ଲାକୁ ଗୈାରବାନ୍ୱିତ କରିସାରିଛନ୍ତି । ୟୁପିଏସସିରେ ଏହି ବର୍ଷ ଏମିତି କିଛି ପ୍ରତିଭାଙ୍କ ଦୃଷ୍ଟାନ୍ତ ସାମନାକୁ ଆସିଛି ଯେ ଯାହାକି ସମସ୍ତଙ୍କ ପାଇଁ ଏକ ଉଦାହରଣ ଅଟେ ।