ମୂଷିକ ଉପଖ୍ୟାନ ନେଇ ରାଜନୀତି ସରଗରମ

16

ବିବାଦୀୟ ମୂଷା ବୟାନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ଭେଟିଛନ୍ତି ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥୀ । ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଗତକାଲି ସଂଜୟ ଦାସବର୍ମା ଓ ପାଜେରୋ ପ୍ରସଙ୍ଗରେ ବ୍ୟଙ୍ଗାତ୍ମକ ଢଙ୍ଗରେ ତଥାଗତ ଶତପଥୀ ଆପେକ୍ଷ କରି କହିଥିଲେ, ଗୋଦାମରେ ମୂଷା ପଶି ଖାଇଲେ ଗୋଦାମ ନଷ୍ଟ ହେବନି । କିଛି ମୂଷାଙ୍କ ଯୋଗୁଁ ଖାଦ୍ୟଶସ୍ୟ ନଷ୍ଟ ହେଉଛି ,ମୂଷାମାନେ ଗୋଦାମକୁ ନଷ୍ଟ କରିପାରିବେ ନାହିଁ । ମୂଷାମାନେ ଆପେ ଯନ୍ତାରେ ପଡ଼ିଯିବେ ବୋଲି ତଥାଗତ ମନ୍ତବ୍ୟ ଦେଇଥିଲେ । ତେବେ ପାଜେରେ ପ୍ରସଙ୍ଗରେ ତଥାଗତଙ୍କ ପୂର୍ବରୁ କଟକ ସାଂସଦ ଭର୍ତୃହରି ମହତାବ ଓ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ସଂଜୟଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା ।