ତନ୍ତ୍ର ବିଦ୍ୟାରେ ସିଦ୍ଧି ହାସଲ କରିବାକୁ ରାକ୍ଷସ ପାଲଟିଗଲେ ତାନ୍ତ୍ରିକ ଦମ୍ପତି, ନିଜ ୪ ବର୍ଷର ଶିଶୁ ପୁତ୍ରର ଦେଲେ ନରବଳି ।

56

ଯଦି ଅନ୍ଧବିଶ୍ୱାସ ସହ ଆସ୍ଥା ମିଳିଯାଏ ତେବେ ସାଂଘାତିକ ଘଟଣା ସବୁ ସାମ୍ନାକୁ ଆସିଥାଏ । ଆଉ ଠିକ୍ କିଛି ଏହିଭଳି ଘଟଣା ବିହାରର ବାଙ୍କା ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ବେଲହର ପ୍ରଖଣ୍ଡ ଟେଙ୍ଗରା ଗାଁରେ ଦେଖିବାକୁ ମିଳିଛି । ତନ୍ତ୍ର ସାଧନାରେ ସିଦ୍ଧି ପାଇବା ପାଇଁ ଦୁର୍ଗାପୂଜା ଅବସରରେ ତାନ୍ତ୍ରିକ ଦମ୍ପତି ନିଜର ୪ ବର୍ଷର ଶିଶୁ ପୁତ୍ରକୁ ବଳି ଦେଇଛନ୍ତି । ଏହି ଘଟଣା ମଙ୍ଗଳବାର ରାତିରେ ଘଟିଛି । ବୁଧବାର ସକାଳେ ଏହି ଘଟଣା ଚାରିଆଡକୁ ବ୍ୟାପିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚିଥିଲେ । ତେବେ ଏହି ଘଟଣା ପରେ ତାନ୍ତ୍ରିକ ଦମ୍ପତି ଫେରାର ହୋଇ ଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ତାନ୍ତ୍ରିକ ଦମ୍ପତି ଯୋଗେନ୍ଦ୍ର ପଣ୍ଡିତ ଓ ତାଙ୍କ ପତ୍ନୀ ମୁନିଆ ଦେବୀ ଗତ କିଛି ବର୍ଷ ଧରି ତନ୍ତ୍ର ବିଦ୍ୟାରେ ସିଦ୍ଧି ହାସଲ କରିବାକୁ ଚେଷ୍ଟା ଚଳାଇଥିଲେ । ଏପରିକି ଏଥିପାଇଁ ଘରୁ ବାହାରି ଆସି ବାହାରେ ରହୁଥିଲେ । କିନ୍ତୁ ମଙ୍ଗଳବାର ସକାଳେ ଘରେ ପହଞ୍ଚିବା ପରେ ତନ୍ତ୍ର ସାଧନା ଆରମ୍ଭ କରିଥିଲେ ଏହି ତାନ୍ତ୍ରିକ ଦମ୍ପତି । ଆଉ ପୂଜା ସମୟରେ ହିଁ ନିଜର ଚାରି ବର୍ଷର ଶିଶୁ ପୁତ୍ର ଗୁଲିଆ କୁମାରଙ୍କ ମୁଣ୍ଡରେ କଣ୍ଟା ଫୁଟାଇବା ସହ ନରବଳୀ ଦେଇଥିଲେ । ତେବେ ଏହି ଘଟଣା ଜଣା ପଡିବା ପରେ ସ୍ଥାନୀୟ ଲୋକ ଏ ବାବଦରେ ପୋଲିସକୁ ସୂଚନା ଦେଇଥିଲେ । ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଶିଶୁ ପୁତ୍ରର ଶବକୁ ବଣ ମଧ୍ୟକୁ ଫୋପାଡି ଦେଇ ଫେରାର ହୋଇଯାଇଥିଲେ ତାନ୍ତ୍ରିକ ଦମ୍ପତି ।

ବିଗତ ୧୦ରୁ ୧୫ ବର୍ଷ ହେଲା ଯୋଗେନ୍ଦ୍ର ପଣ୍ଡିତ ତନ୍ତ୍ର ପୂଜା କରୁଥିଲେ । ଲୋକଙ୍କୁ ଝଡା ଫୁଙ୍କା କରି ଚିକିତ୍ସା କରିବାକୁ ଦିଲ୍ଲୀ ସହିତ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ ଭଳି ରାଜ୍ୟକୁ ଯିବା ଆସିବା କରୁଥିଲେ । ତେବେ ଗୁଲିଆଙ୍କର ନରବଳି ଦେବା ପୂର୍ବରୁ ତାଙ୍କୁ ବିସ୍କୁଟ ଖାଇବାକୁ ଦେଇଥିଲେ ଯୋଗେନ୍ଦ୍ର । ଏପରିକି ଗୁଲିଆକୁ ଭୁଲାଇ ନୂଆ ବସ୍ତ୍ର ପିନ୍ଧାଇବା ସହ ତାର ପୂଜାର୍ଚ୍ଚନା କରିଥିଲେ । ଆଉ ପୂଜା ଶେଷ ହେବା ପରେ ଗୁଲିଆକୁ ନରବଳି ଚଢାଇଥିଲେ ତାନ୍ତ୍ରିକ ଦମ୍ପତି ।