ସିରିଆର ୭ ବର୍ଷର ଝିଅ ମାଗୁଛି ଜୀବନ ! ନେହୁରା ଟ୍ୱିଟ୍ ଭାଇରାଲ୍

33

ଗତ ୫ ବର୍ଷଧରି ସିରିଆର ଗୃହଯୁଦ୍ଧକୁ ଦେଖୁଛି ବିଶ୍ୱ ସମୁଦାୟ । ଏକ ଭୟଙ୍କର ପରିଣାମ ଆଡକୁ ଗତି କରୁଛି ଏହି ସିଭିଲ ୱାର୍ । ତେବେ ଏହି ୱାର୍ ଜୋନ୍ ଭିତରୁ ମୃତ୍ୟୁକୁ ପାଖରୁ ଦେଖୁଥିବା ଏକ ୭ ବର୍ଷର ଝିଅ ବିଶ୍ୱବାସୀଙ୍କୁ ତା ଜୀବନ ବଂଚାଇବାକୁ ନେହୁରା ହେଉଛି ।

vlcsnap-2016-11-30-20h13m00s283ସିରିଆ ଆଲେପି ସହରର ବାନା ଅଲାବେଦ୍ । ଜୀବନ କଣ ଜାଣିବା ପୂର୍ବରୁ ଏବେ ମୃତ୍ୟୁକୁ ବୁଝିବାକୁ ଚେଷ୍ଟା କରୁଛି । ସାରା ସିରିଆରେ ଚାଲିଛି ଗୃହଯୁଦ୍ଧ । ଏବେ ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ଆଲେପି ସହର ବି ଥରୁଛି । ଘନ ଘନ ବୋମାମାଡ । ପ୍ରତିଦିନ ପ୍ରାଣ ହରାଉଛନ୍ତି ଶହଶହ ଲୋକ । ଆଉ ଏହାରି ଭିତରେ ୭ବର୍ଷର ଝିଅ ଟୁଇଟ୍ କରିଛି ଆତଙ୍କର କିଛି ଫଟୋ ଓ ଭିଡିଓ । କିଛି ଦିନ ତଳେ ବୋମା ମାଡରେ ତା ପ୍ରିୟ ସାଙ୍ଗ ପ୍ରାଣ ହରାଇଥିଲା । ଆଉ ସେଦିନ ଠାରୁ ସେ ନିଜ ଆୟୁଷକୁ ନେଇ ଯେମିତି ଓଲଟା ଗଣତି ଆରମ୍ଭ କରିଦେଇଛି । ଦେଖନ୍ତୁ ବାନା ଲେଖିଥିବା କିଛି ସମ୍ବେଦନଶୀଳ ଧାଡି ଗୁଡିକୁ ।

ସିରିଆର ଏ ୭ ବର୍ଷର ଝିଅକୁ ଟୁଇଟରରେ ଫଲୋ କରୁଛନ୍ତି ପାଖା ପାଖି ୨ଲକ୍ଷ ଲୋକ । ହେଲେ ସତରେ କଣ ଗୃହଯୁଦ୍ଧରେ ଫସି ଯାଇଥିବା ବାନାକୁ କେହି ଦେଇ ପାରିବେ ତା ଜୀବନର ପ୍ରତିଶୃତି ।