ନୂଆ ଗାଡି କିଣିଲେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ! ଗର୍ଲଫ୍ରେଣ୍ଡ କୃତି ସୈନନଙ୍କ ସହ ଗଲେ ଲଙ୍ଗ ଡ୍ରାଇଭରେ

3

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ କୃତି ସୈନନଙ୍କ ବ୍ରେକ ଅପର ଖବର ବହୁତ ଚର୍ଚ୍ଚାରେ ଥିଲା । କୁହାଯାଉଥିଲା କି ଆପୋଷ ମତଭେଦ ଯୋଗୁଁ ଉଭୟ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । କିନ୍ତୁ ଏହା କେବଳ ଏକ ଗୁଜବ ବୋଲି ଏବେ ସାବ୍ୟସ୍ତ ହୋଇଛି । କାରଣ ସୁଶାନ୍ତ ଓ କୃତି ଆଜି ବି ଉଭୟେ ଉଭୟଙ୍କୁ ପାଗଳଙ୍କ ପରି ଭଲ ପାଉଛନ୍ତି ।

ସୁଶାନ୍ତ ନିକଟର ଦେଢ କୋଟି ଟଙ୍କାରର ମର୍ସିଡିସ ଗାଡି କିଣିଛନ୍ତି । ଗାଡି କିଣିବା ପରେ ସୁଶାନ୍ତ ସର୍ବପ୍ରଥମେ ନିଜର ଗର୍ଲଫ୍ରେଣ୍ଡ କୃତିକୁ ଲଙ୍ଗ ଡ୍ରାଇଭରେ ନେଇଥିଲେ । ଏଥିରୁ ଆପଣ ଜାଣିପାରୁଥିବେ ଉଭୟ ଏବେ ମଧ୍ୟ ପ୍ରେମରେ ଅଛନ୍ତି । ଉଭୟେ ପ୍ରଥମ ଥର ପାଇଁ ତାଙ୍କର ଆଗାମୀ ସିନେମା “ରାବତା’ରେ ଏକାଠି ନଜର ଆସିବେ ।

Comments are closed.