ବାପିଙ୍କ ସପକ୍ଷରେ ବାହାରିଲେ ସୁର ରାଉତରାୟ : କହିଲେ,ରାଜନୈତିକ ଉଦ୍ଦେଶ୍ୟ ରଖି ସର୍ଖେଲଙ୍କୁ କରାଯାଇଛି ଗିରଫ

21

କନକ ବ୍ୟୁରୋ : ବାପି ସର୍ଖେଲଙ୍କ ସପକ୍ଷରେ ବାହାରିଲେ କଂଗ୍ରେସ ନେତା ସୁର ରାଉତରାୟ । ବାପିଙ୍କ ପ୍ରତି ଅନ୍ୟାୟ ହୋଇଛି । ରାଜୈନତିକ ଉଦେଶ୍ୟ ରଖି ତାଙ୍କୁ ଫସାଯାଇଛି ବୋଲି ସୁର ଅଭିଯୋଗ କରିଛନ୍ତି । ବାପିଙ୍କୁ ଗିରଫ କରିବା ପଛରେ ବିଜେଡି ସରକାର ହାତ ରହିଛି । ଦଳ ଉପରେ ପ୍ରଭାବ ପଡିବ ବୋଲି ସେ କହିଛନ୍ତି ।

ସିୱେଜ୍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପୋଲିସ ବାପି ସର୍ଖେଲଙ୍କୁ ଗିରଫ କରିଛି । ହତ୍ୟା ମାମଲାରେ ଶୁକ୍ରବାର ବାପିଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା ପୋଲିସ । ଏହାପରେ ଶୁକ୍ରବାର ଅପରାହ୍ନରେ ଶତାଧିକ ସମର୍ଥକଙ୍କ ସହ ବାପି ସର୍ଖେଲ ରଘୁନାଥପୁର ଥାନାରେ ହାଜର ହୋଇଥିଲେ । ପୋଲିସ ତାଂକୁ ଥାନାରେ ଦୀର୍ଘ ଘଂଟା ଧରି ଅଟକ ରଖି ପଚରାଉଚରା କରିଥିଲା । ପରେ ତାଂକୁ ପାରାଦୀପ ଥାନାକୁ ପଠାଯାଇଥିଲା । ସେଠାରୁ ତାଂକୁ କୁଜଙ୍ଗ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍କ ଜାମିନ ଖାରଜ ହେବା ପରେ ତାଂକୁ କୁଜଙ୍ଗ ଜେଲକୁ ପଠାଯାଇଛି ।