ଦହିହାଣ୍ଡି ଭଙ୍ଗା ପର୍ବ ପାଇଁ ସୁପ୍ରିମକୋର୍ଟଙ୍କ କଟକଣା :୧୮ ବର୍ଷରୁ କମ୍ ଯୁବକ ନେବେ ନାହିଁ ଭାଗ

59

suprim court on dahi handiକନକ ବ୍ୟୁରୋ : ଦହିହାଣ୍ଡି ଭାଙ୍ଗିବା ପାଇଁ ସର୍ବନିମ୍ନ ବୟସ ସୀମା ନେଇ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ଏକମତ ହେଲେ ସୁପ୍ରିମକୋର୍ଟ । ଅଠର ବର୍ଷରୁ କମ୍ ବୟସର ଯୁବକ ଦହିହାଣ୍ଡି ଭଙ୍ଗା ପର୍ବରେ ଭାଗ ନେଇ ପାରିବେ ନାହିଁ।

ସେହିପରି ଦହି ହାଣ୍ଡି ଭାଙ୍ଗିବା ପାଇଁ କୋଡିଏ ଫୁଟରୁ ଅଧିକ ଉଚ୍ଚର ମାନବକୃତ ପିରାମିଡ୍ ଗଠନ ଉପରେ କଟକଣା ଲଗାଇଛନ୍ତି  ସୁପ୍ରିମକୋର୍ଟ । ବିଚାରପତି ଏ.ଆର. ଡାଭେ ଓ ଏଲ୍ ନାଗେଶ୍ୱର ରାଓ ନେଇ ଗଠିତ ଖଣ୍ଡପିଠ ଏହି ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି ।

suprimecourt on dahi handi breakingପୂର୍ବରୁ ଦହିହାଣ୍ଡି ଭାଙ୍ଗିବା ନେଇ ସର୍ବନିମ୍ନ ବୟସ ସୀମା ଓ ମାନବକୃତ ପିରାମିଡ ଉପରେ କଟକଣା ଲଗାଇଥିଲେ ବମ୍ବେ ହାଇକୋର୍ଟ। ପବିତ୍ର ଜନ୍ମାଷ୍ଟମୀ ପର୍ବ ଅବସରରେ ଦହିହାଣ୍ଡି ଭଙ୍ଗା ଏକ ଲୋକପ୍ରିୟ ଖେଳ। ମହାରାଷ୍ଟ୍ର ସରକାର ବମ୍ବେ ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରିଥିବା ଅଭିଯୋଗ କରି ସମାଜସେବୀ ସ୍ୱାତୀ ସାୟଜୀ ପାଟିଲ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।