ସୁପରଷ୍ଟାର ସଲମାନଙ୍କୁ ମିଳିଲା ଆଶ୍ୱସ୍ତି

37

କନକ ବ୍ୟୁରୋ : ବଲିଉଡ ‘ସୁଲତାନ’ ସଲମାନ ଆଶ୍ୱସ୍ତ । କୃଷ୍ଣସାର ମୃଗ ଶିକାର ମାମଲାରେ ଆଜି ତାଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ଆଜି ଏହି ମାମଲାର ବିଚାର କରି କୋର୍ଟ ତାଙ୍କୁ ଖଲାସ କରିଛନ୍ତି । ମେ ମାସରୁ ଏହାର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଥିଲା । ଆଜି ଏହି ମାମଲାର ଚୂଡାନ୍ତ ରାୟ ଶୁଣାଣି କରିଛନ୍ତି ରାଜସ୍ଥାନ ହାଇକୋର୍ଟ ।ଦୀର୍ଘ ୧୮ ବର୍ଷର ତଳର ଏହି ମାମଲାରୁ ସେ ମୁକ୍ତି ପାଇଛନ୍ତି । କୃଷ୍ଣସାର ମୃଗ ଶିକାର ମାମଲାରେ ସେସନ କୋର୍ଟ ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହାକୁ ଚ୍ୟାଲେଂଜ କରି ସଲମାନ ଖାନ ହାଇକୋର୍ଟରେ ଆବେଦନ କରିଥିଲେ ।