ପର୍ଣ୍ଣଷ୍ଟାରରୁ ପ୍ରଭାବଶାଳୀ ! ବିବିସିର ଶ୍ରେଷ୍ଠ ୧୦୦ ମହିଳାଙ୍କ ଭିତରେ ସନ୍ନି

67

ପର୍ଣ୍ଣଷ୍ଟାରରୁ ପ୍ରଭାବଶାଳୀ ମହିଳା । ବିବିସିର ପ୍ରକାଶିତ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛି ସନ୍ନି ଲିଓନିଙ୍କ ନାମ । ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧ ହୋଇଥିବା ଆଇକନ୍ ମାନଙ୍କୁ ନେଇ ବିବିସି ତିଆରି କରିଥିଲା ୨୦୧୬ର ପ୍ରଭାବଶାଳୀ ମହିଳାଙ୍କ ଏହି ତାଲିକା । ଆଉ ଏହି ତାଲିକାରେ ସନ୍ନିଙ୍କ ନାଁ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବଲିଉଡରେ ୬ ବର୍ଷ କାଟି ସାରିଲେଣି ପର୍ଣ୍ଣଷ୍ଟାର ସନ୍ନି ଲିଓନି । ୨୦୧୧ରେ ଲୋକପ୍ରିୟ ରିୟଲିଟି ସୋ’ ବିଗ୍ ବସ୍ ଜରିଆରେ ପ୍ରଥମ ଥର ପାଇଁ ବଲିଉଡରେ ପାଦ ଦେଇଥିଲେ ସେ । ପର୍ଣ୍ଣଷ୍ଟାର ହେବା ସତ୍ୱେ ସନ୍ନି ଜିସ୍ମ ୨ , ଜ୍ୟାକପଟ୍ ,ଏକ ପହେଲି ଲୀଲା ଆଦି ସିନେମାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି । ବିବାଦ ଘେରରେ ରହି ମଧ୍ୟ ପଛକୁ ନଚାହିଁ , ଗୋଟିଏ ପରେ ଗୋଟିଏ ସଫଳତାର ଶିଡି ଚଢି ଚାଲିଛନ୍ତି ସେ । ଆଉ ଏବେ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ନିଜ ନାଁ ରଖି ନିଜ କ୍ୟାରିୟରରେ ଯୋଡିଛନ୍ତି ସଫଳତାର ଆଉ ଏକ ଫର୍ଦ୍ଦ ।

ସନ୍ନି ଲିଓନିଙ୍କୁ ଛାଡି ବିବିସିର ଏଇ ତାଲିକାରେ ଆଉ ୪ ଜଣ ଭାରତୀୟ ମହିଳାଙ୍କ ନାମ ମଧ୍ୟ ସ୍ଥାନ ପାଇଛି । ସେମାନେ ହେଲେ ଶ୍ରୀନିବାସନ ଟ୍ରାକ୍ଟର ଓ ଫାର୍ମ ଇକ୍ୱିପମେଂଟ ଏଲ୍ଟିଡି ର ସିଇଓ ଚେନ୍ନାଇର ୫୭ ବର୍ଷୀୟ ମଲ୍ଲିକା , ୨୦ ବର୍ଷିୟ କମ୍ପ୍ୟୁଟର ଇଜିନିୟରିଙ୍କ ଛାତ୍ରୀ ଗୌରୀ ଚିନ୍ଦାରକର । ମୁମ୍ବାଇର କଳାକାର ତଥା ଲେଖକ ୩୪ ବର୍ଷୀୟ ନେହା ସିଂ ଏବଂ କର୍ଣ୍ଣାଟକର ୧୦୫ ବର୍ଷୀୟ ସାଲୁମାରାଡା ଥିମାକା ଯିଏ ଜଣେ ଏନ୍ଭାରମେଂଟାଲିଷ୍ଟ ।