ଆସିଲା ସୁଲତାନର ପ୍ରଥମ ଗୀତ

143

ରିଲିଜ୍ ହୋଇଛି ଦବଙ୍ଗ୍ ଖାନଙ୍କ ଅପକମିଙ୍ଗ ମୁଭି ସୁଲତାନର ପ୍ରଥମ ଗୀତ । ଗୀତର ମୁଖଡା ରହିଛି ବେବି କୋ ବେସ ପସନ୍ଦ ହୈ । ଗୀତରେ ଏକାଠି ନଜର ଆସିଛି ଭାଇଜାନ ସଲମାନ ଓ ତାଙ୍କ ନାୟିକା ଅନୁଷ୍କା । ସିଙ୍ଗର ବାଦଶାହାଙ୍କ ସଙ୍ଗୀତ ନିର୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଗୀତରେ ଦିଆଯାଇଛି ହରିୟାଣା ଭାଷାର ସ୍ୱାଦ । ବାଦଶାହା, ବିଶାଲ ଦଦଲାନୀ, ଇସିତା ଓ ସାଲମୀ ଖୋଲଗେଡେ ଏହାକୁ ଗାଇଛନ୍ତି । ଫରହା ଖାନଙ୍କ କୋରିଓଗ୍ରାଫି ରହିଛି ସୁଲତାନ ଏହି ଗୀତରେ । ପ୍ରତିଥର ପରି ଏଥରକ ବି ସଲମାନଙ୍କ ନୂଆ ସିଗନେଚର ଷ୍ଟାଇଲର ଡ୍ୟାନ୍ସ ଦେଖିବାକୁ ମିଳିଛି ଗୀତରେ । ଆଦିତ୍ୟ ଚୋପ୍ରାଙ୍କ ନିର୍ଦେଶନାରେ ପ୍ରସ୍ତୁତ ହୋଇଥିବା ସୁଲତାନ ଇଦରେ ରିଲିଜ ହେବ ।