ପୁଣି ରକ୍ତରଂଜିତ ହେଲା ବଲାଙ୍ଗୀରର ଶୂଳିଆ ପୀଠ ! ପ୍ରଶାସନର କଟକଣା ସତ୍ୱେ ଶହ ଶହ ସଂଖ୍ୟାରେ ଦିଆଗଲା ପଶୁବଳି

127

କନକ ବ୍ୟୁରୋ :  ଆଜି ପୁଣି ରକ୍ତରଂଜିତ ହେଲା ବଲାଙ୍ଗୀରର ଶୂଳିଆ ପୀଠ  । ପୁଣି ପଡିଲା ଶହ ଶହ ନୀରିହ ପଶୁଙ୍କ ବଳି । ଜିଲ୍ଲା ପ୍ରଶାସନ, ଶୂଳିଆ ସଂସ୍କାର ମଂଚ ତଥା ବଳି ବିପକ୍ଷବାଦୀଙ୍କ ସବୁ ପ୍ରଚେଷ୍ଟା ପୁଣି ଫେଲ ମାରିଛି । ପୂର୍ବ ବର୍ଷ ଭଳି ଆଜି ବି ଶୁଳିଆ ପୀଠରେ ବଳି ପଡିଛି ।  ପ୍ରଶାସନର କଟକଣା ସତ୍ୱେ ଶହ ଶହ ସଂଖ୍ୟାରେ ଦିଆଗଲା ପଶୁବଳି  । ପୁଲିସ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ମଧ୍ୟରେ ପଶୁବଳି ଦେଇ ପୂଜା କଲେ ମାନସିକଧାରୀ  ।

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶୂଳିଆ ଯାତ୍ରାକୁ ଦୁରଦୁରାନ୍ତରୁ ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାଳୁ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆସିଥିଲେ  । ଆଉ ପଶୁବଳି ଦେଇ ମାନସିକଧାରୀ ପୂଜାର୍ଚ୍ଚନା କରିଛନ୍ତି  । ପ୍ରତିବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ଶୂଳିଆ ପୀଠରେ ପଶୁପକ୍ଷୀଙ୍କୁ ବଳି ପକାଯାଇଥାଏ  । ଏହି ପ୍ରଥାକୁ ବନ୍ଦ କରିବାକୁ ଅତୀତରେ ଅନେକ ଥର ଉଦ୍ୟମ ହୋଇଛି  । ଏପରିକି ଶୂଳିଆ ପୀଠର ନିର୍ଦ୍ଦିଷ୍ଟ ଅଂଚଳରେ ପ୍ରଶାସନ ଅତୀତରେ କଟକଣା ମଧ୍ୟ ଲାଗୁ କରିଥିଲା  । କିନ୍ତୁ ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ବଲାଙ୍ଗୀରର ଶୂଳିଆ ପୀଠ ନିରୀହ ପଶୁପକ୍ଷୀଙ୍କ ରକ୍ତରେ ଓଦା ହୋଇଛି  ।