ସାହାରାଙ୍କୁ ସହର ମନା

32

କଟକ ବ୍ୟୁରୋ , କନକ ନ୍ୟୁଜ୍ : କଟକରେ ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପ୍ରବେଶ କଟକଣା । ସମାବେଶ ସ୍ଥଳରେ ୧୪୪ ଧାରା ଜାରି କଲା ପୁଲିସ । ତୁରନ୍ତ ଜାଗା ଖାଲି କରିବାକୁ ନିର୍ଦେଶ ଦିଆଯାଇଛି । ଏପରିକି ଡାକବାଜି ଯନ୍ତ୍ର ବନ୍ଦ କରିବାକୁ ନିର୍ଦେଶ ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କାରେ ସମାବେଶ ସ୍ଥଳରେ ୧୪୪ ଧାରା ଜାରି କରାଯାଇଛି । ଏହା ସହ କଟକରେ ମିଟିଂ ନକରିବାକୁ ନୋଟିସ ଜାରି କରାଯାଇଥିବା କହିଛନ୍ତି କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବିକେ ଶର୍ମା । ସେପଟେ ପୁଲିସ ସୁବ୍ରତ ରୟଙ୍କ ପାରୋଲ ସର୍ତ ଯାଂଚ କରୁଥିବା ଜଣାପଡିଛି । ଆଜି କଟକ ଇନଡୋର ଷ୍ଟାଡିୟମରେ ଆୟାଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଜେଂଟ ଓ କର୍ମଚାରୀଙ୍କୁ ସୁବ୍ରତ ରୟ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା । କମ୍ପାନୀର ବ୍ୟବସାୟ ସଂପ୍ରସାରଣ ନେଇ ସେ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବାର କାର୍ଯ୍ୟକ୍ରମ ଥିଲା । ସୂଚନା ଅନୁସାରେ କ୍ଷୁଦ୍ର ନିବେଶକଙ୍କ ନିକଟରୁ ବେଆଇନ ଭାବେ କୋଟି କୋଟି ଟଙ୍କା ସଂଗ୍ରହ କରିବା ଅଭିଯୋଗରେ ୨୦୧୪ ମାର୍ଚ୍ଚ ୪ ତାରିଖରୁ ସେ ତିହାର ଜେଲରେ ଥିଲେ । କିନ୍ତୁ ନିକଟରେ ତାଙ୍କ ମାଆଙ୍କ ଦେହାନ୍ତ ହେବାରୁ ସୁପ୍ରିମକୋର୍ଟ ତାଙ୍କୁ ୪ ସପ୍ତାହ ପାରୋଲରେ ଛାଡିଥିଲେ । ଗତକାଲି ସେ ଭୁବନେଶ୍ୱରରେ ପହଚିଂଥିଲେ ।