ସିବିଏସଇ ରେଜଲ୍ଟ ବିଭ୍ରାଟ ନେଇ ରାଜନୀତି : ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ

30

କନକ ବ୍ୟୁରୋ : ସିବିଏସଇ ରେଜଲ୍ଟ ବିଭ୍ରାଟ ନେଇ ରାଜନୀତି ଜୋର ଧରିଛି । ଆଜି ନବୀନ ନିବାସ ଘେରାଉ କରିଛି ଛାତ୍ର କଂଗ୍ରେସ୍ । ଘେରାଉ ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ସିବିଏସଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ରାଜ୍ୟ ସରକାର ବିଶ୍ୱାସ ଘାତକତା କରିଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ୍ । ଛାତ୍ର କଂଗ୍ରେସର ଅଭିଯୋଗ, ସୋଆ ବିଶ୍ୱବିଦ୍ୟାଳୟ ଫେକ୍ ପ୍ଲେସମେଣ୍ଟ ମାମଲାରେ ପ୍ରକୃତ ଦୋଷୀଙ୍କୁ ଗିରଫ କରିବାରେ ସରକାର ବିଫଳ ହୋଇଛନ୍ତି ।

ଅନ୍ୟପଟେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ ଦଳକୁ ଆକୃଷ୍ଟ କରାଯାଉଛି । ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟରେ ଭୁବନେଶ୍ୱରର କିଛି ଛାତ୍ରଙ୍କ ପରୀକ୍ଷାଫଳ ସ୍ଥଗିତ ରହିଛି । ଏନେଇ ଛାତ୍ରଛାତ୍ରୀ ସିବିଏସଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି । ସିବିଏସଇର ଭୁବନେଶ୍ୱର ଅଫିସ୍ ଆଗରେ ବିକ୍ଷୋଭ ପ୍ରତିବାଦ ବି କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡ଼ିଓ –