ଛାତ୍ର ବିଜେଡିର ସାଇକେଲ ଶୋଭାଯାତ୍ରା

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଛାତ୍ର ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକ ସ୍ମାରକୀ ସାଇକେଲ ଯାତ୍ରା । ୧୯୩୨ ମସିହା ଆଜିର ଦିନରେ ସାଇକେଲରେ କଟକରୁ ପେଶାୱର ଯାତ୍ରା କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ତେଣୁ ସେହି ସ୍ମୃତିକୁ ଉଜାଗର କରିବା ଲାଗି ତାଙ୍କରି ନାଁରେ ଗଠିତ ଦଳ ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ସାଇକେଲ ଶୋଭାଯାତ୍ରା ମାନ କରାଯାଇଛି । ଏହି କ୍ରମରେ ଛାତ୍ର ବିଜେଡି ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନþ ଛକରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପହଂଚିଛି । ୪୫ଶହ କିଲୋମିଟରର ଦୁଃସାହସିକ ଯାତ୍ରା କରିଥିଲେ ବିଜୁ ବାବୁ । ତାଙ୍କୁ ଯେତେବେଳେ ମାତ୍ର ୧୮ ବର୍ଷ ବୟସ ବର୍ତମାନ ପାକିସ୍ତାନରେ ଥିବା ପେଶାୱର ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରିବାର ଦୁଃସାହସ ଜୁଟାଇ ପାରିଥିଲେ ବିଜୁ ପଟ୍ଟନାୟକ । ରେଭେନ୍ସା କଲେଜରେ ପଢୁଥିବାବେଳେ ସାରା ଭାରତକୁ ଅତି ନିକଟରୁ ଦେଖିବାର ଇଚ୍ଛା ତାଙ୍କୁ ଏଭଳି ଯାତ୍ରା ପାଇଁ ପ୍ରେରଣା ଯୋଗାଇଥିଲା । ତାଙ୍କ ସହ ତାଙ୍କର ଦୁଇ ବନ୍ଧୁ ଭ୍ରମରବର ସାହୁ ଓ ଅମର ମଧ୍ୟ ଯାତ୍ରା କରିଥିବା ଜଣାଯାଏ । ସେତେବେଳେ ରାସ୍ତାସବୁ ବର୍ତମାନ ପରି ଏତେ ସୁଗମ ନଥିଲା । ତଥାପି ସବୁ ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ପେଶାୱର ଯାଇଥିଲେ ବିଜୁ ପଟ୍ଟନାୟକ ।