ଦୁନିଆରେ ଏମିତି ବି କିଛି ଲାଇବ୍ରେରୀ ଅଛି, ଯାହାକୁ ଆପଣ ଦେଖିନଥିବେ

46

ଆପଣ ବହୁତ ସାରା ଲାଇବ୍ରେରୀ ଦେଖିଥିବେ ସ୍କୁଲରେ ହେଉ ବା କଲେଜରେ । ପାଖାପାଖି ସମସ୍ତ ସ୍ଥାନରେ ଏକ ପ୍ରକାରର ପୁସ୍ତକାଳୟ ଥାଏ । କିନ୍ତୁ ଆଜି ଆମେ କିଛି ଏମିତି ପୁସ୍ତକାଳୟ ବିଷୟରେ ଜଣାଇବାକୁ ଯାଉଛୁ, ଯାହା ବିଷୟରେ କେବେ ଶୁଣିନଥିବେ କି ଦେଖି ନଥିବେ । ତେବେ ଚାଲନ୍ତୁ ଏଭଳି ଅଭିନବ ଲାଇବ୍ରେରୀ ବିଷୟରେ ଜାଣିବା ।

କେନିଆରେ ଏକ ମୋବାଇଲ ଲାଇବ୍ରେରୀ ଅଛି, ଯେଉଁଥିରେ ଓଟ ଉପରେ ରଖାଯାଇଥିବା ବାକ୍ସ ରେ ବହିକୁ ବହୁତ ଦୂର ପର୍ଯ୍ୟନ୍ତ ନିଆଯାଏ । ଏହି ଉପାୟ ସେଠାକାର ଲୋକଙ୍କୁ ବହୁତ ପସନ୍ଦ । ସେଥିରେ ଲୋକଙ୍କ ଆଗ୍ରହ ବି ଦେଖିବାକୁ ମିଳେ ।

ନରୱେ ର ରାଜ୍ୟ ହୋଦୋଲ୍ୟାଣ୍ଡ ରେ ଏକ ଜାହାଜ ଉପରେ ନିର୍ମାଣ ହୋଇଛି ପୁସ୍ତକାଳୟ । ଏହାକୁ ଆପଣ ପହଁରୁଥିବା ପୁସ୍ତକାଳୟ ବି କହିପାରିବେ । ଏହି ପୁସ୍ତକାଳୟ ଆଖପାଖ ଟାପୁରେ ରହୁଥିବା ସମୁଦାୟଙ୍କ ପାଖକୁ ପୁସ୍ତକ ପହଂଚାଏ । ଏତିକି ବି ନୁହେଁ । ପ୍ରତି ବର୍ଷ ସେପ୍ଟେମ୍ବରରୁ ଏପ୍ରିଲ ରେ ଜାହାଜରେ ପାଖାପାଖି ୬ ହଜାର ପୁସ୍ତକ ପହଂଚାଯାଏ ।

ପୁସ୍ତକ ପଢ଼ୁଥିବା ଲୋକ ବେଳେବେଳେ ଏମିତି ଉପାୟ ଖୋଜନ୍ତି ଯଦ୍ୱାରା ଅନ୍ୟ ଲୋକମାନେ ବି ପୁସ୍ତକ ପଢ଼ିବାର ମଜା ଉଠାଇପାରିବେ । ଏମିତି ହିଁ ଇଂଲଣ୍ଡରେ କିଛି ଲୋକ ନିଜ ଘର ବାହାରେ ଲାଗିଥିବା ମେଲ୍ ବକ୍ସକୁ ପୁସ୍ତକାଳୟ କରିଛନ୍ତି । ଏଥିରେ ପିଲା ତଥା ବୟସ୍କ ଲୋକଙ୍କ ପାଇଁ ପୁସ୍ତକ ରଖାଯାଇଥାଏ, ଯାହା ପଢ଼ିକି ପୁଣି ଥରେ ରଖାଯାଇପାରିବ ।

କୋଲୋମ୍ବିଆରେ ଏକ ଶିକ୍ଷକ ଗଧ ଉପରେ ନିଜର ପୁସ୍ତକ ରଖି ଅନ୍ୟ ଗ୍ରାମୀଣ କ୍ଷେତ୍ରକୁ ଯାନ୍ତିି, ଯାହାକି ସେଠାକାର ପିଲା ଏହାର ସୁଯୋଗ ଉଠାଇପାରିବେ ଓ ପଢ଼ିପାରିବେ ।