ମିଳିଲା ମନ୍ଦିରରୁ ଚୋରି ଯାଇଥିବା ମୂର୍ତ୍ତି ! ବ୍ରହ୍ମଗିରିର ଏକ ମନ୍ଦିରରୁ ଚୋରି ହୋଇଯାଇଥିବା ବହୁ ପୁରାତନ ମୂର୍ତ୍ତି ଉଦ୍ଧାର

24

କନକ ବ୍ୟୁରୋ: ମିଳିଲା ମନ୍ଦିରରୁ ଚୋରି ଯାଇଥିବା ମୂର୍ତ୍ତି । ବ୍ରହ୍ମଗିରି ରେଣ୍ଢା ନୃସିଂହ ମନ୍ଦିରରୁ ଚୋରି ହୋଇଯାଇଥିବା ୩ ଶହ ବର୍ଷର ପୂରୁଣା ମୂର୍ତ୍ତି ମିଳିଛି । ଆଜି ଭୋରରୁ କେହି ଦୁର୍ବୃତ୍ତ ଏହି ମୂର୍ତ୍ତିକୁ ମନ୍ଦିର ପାଖରେ ଥୋଇ ଦେଇ ପଳାଇଥିବା ଜଣାପଡିଛି ।

ଗତ ଜାନୁଆରୀ ମାସରେ ଏହି ମୂର୍ତ୍ତି ଚୋରି ହୋଇଥିଲା । ଜାନୁଆରୀ ୯ ତାରିଖରେ ବ୍ରହ୍ମଗିରି ରେଣ୍ଢା ନୃସିଂହ ମନ୍ଦିରରୁ ବହୁ ପୂରାତନ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିଲା । ମୂର୍ତ୍ତି ସହ ସୁନା ଓ ରୂପା ଅଳଙ୍କାର ମଧ୍ୟ ଚୋରି ହୋଇଥିଲା । ପ୍ରାୟ ୩ ଶହ ବର୍ଷର ଏହି ପୂରୁଣା ମୂର୍ତ୍ତି ଚୋରି ହେବା ପରେ ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚା ହୋଇଥିଲା । କିନ୍ତୁ ଅନେକ ଧରପଗଡ ପରେ ମଧ୍ୟ ମୂର୍ତ୍ତିର କୌଣସି ସନ୍ଧାନ ମିଳିନଥିଲା ।