ଆହୁରି ଗୋଟିଏ ରାତି ! ଆଜି ଶ୍ରୀଦେବୀଙ୍କ ମରଶରୀର ମୁମ୍ବାଇ ଫେରିବା ନେଇ ବଢିଲା ସନ୍ଦେହ, ଜାଣନ୍ତୁ କଣ ରହିଛି କାରଣ

32

ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଆଜି ମୁମ୍ବାଇ ଫେରିବା ନେଇ ବଢିଲା ସନ୍ଦେହ । ଦୁବାଇରେ ଆଉ ଗୋଟିଏ ରାତି ରହିପାରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ମର ଶରୀର । ବାଥଟବରେ ବୁଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିବା ପରେ ଦୁବାଇ ପୋଲିସକୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ତେଣୁ ଯେ ପର୍ଯ୍ୟନ୍ତ ପବ୍ଲିକ ପ୍ରୋସିକ୍ୟୁଟରଙ୍କଠାରୁ କ୍ଲିୟରାନ୍ସ ନମିଳିଛି ସେ ପର୍ଯ୍ୟନ୍ତ ଶ୍ରୀଦେବୀଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର ହୋଇପାରିବ ନାହିଁ । ଏହାବାଦ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ପାଇଁ ମଧ୍ୟ ଢେର ସମୟ ଲାଗିବ ବୋଲି ଦୁବାଇର ଖଲିଜ ଟାଇମ୍ସ ପ୍ରକାଶ କରିଛି ।

Srideviଶ୍ରୀଦେବୀଙ୍କ ଭିସାକୁ ବାତିଲ କରିବା ସହ ମୃତ୍ୟୁ ପ୍ରମାଣପତ୍ର ହସ୍ତାନ୍ତର ପରେ ହିଁ ମୃତଦେହ ପ୍ରଦାନ କରାଯିବ । ଏହିସବୁ ପ୍ରକ୍ରିୟା ସମୟ ସାପେକ୍ଷ ହୋଇଥିବାରୁ ଶ୍ରୀଦେବୀଙ୍କ ମୃତଦେହ ଆଜି ମୁମ୍ବାଇ ଫେରିବା ନେଇ ସନ୍ଦେହ ବଢିଯାଇଛି । ଦୁବାଇରେ ସଂପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଶ୍ରୀଦେବୀଙ୍କର ଆକସ୍ମିକ ଭାବେ ମୃତ୍ୟୁ ହୋଇଥିଲା । ସେତେବେଳେ ଶ୍ରୀଦେବୀଙ୍କ ମୃତ୍ୟୁ ହୃଦଘାତରେ ହୋଇଥିଲା ବୋଲି ଚର୍ଚ୍ଚା ଜୋର ଧରିଥିଲା । ଶନିବାର ରାତି ୧୧ଟା ବେଳେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହ ଆଣିବା ଲାଗି ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଏକ ଜେଟ ଅପେକ୍ଷା କରିଛି । କିନ୍ତୁ ଆଇନଗତ ପ୍ରକିୟା ପାଇଁ ଭାରତକୁ ମରଶରୀର ଆଣିବାରେ ବିଳମ୍ବ ହେଉଛି ।