ରଙ୍ଗ ଦେଖେଇଲେ ଋଷି : ଗଣେଶ ବିସର୍ଜନ ବେଳେ ସାମ୍ବାଦିକଙ୍କୁ ମାରିଲେ ଚାପୁଡା

60

rishi-kapoor-ganpati-visarjan-759କିଛି ଭିଡିଓ କ୍ଲିପ୍ ସୋସିଆଲରେ ଖୁବ୍ ଭାଇରାଲ ସାଜିଛି । ଗଣେଶ ବିସର୍ଜନ ବେଳେ ଋଷି କପୁର ଓ ରଣଧୀର କପୁର ସାମ୍ବାଦିକଙ୍କ ସହ ହାତାହାତି ହେବାର ଦୃଶ୍ୟକୁ ନେଇ ଚର୍ଚ୍ଚା ଚାଲିଛି ।

ମୁମ୍ବାଇରେ ଗୁରୁବାର ଦିନ ଆରକେ ଷ୍ଟୁଡିଓର ଗଣେଶ ବିସର୍ଜନରେ ଯୋଗଦେଇଥିଲେ ଋଷି କପୁର ଓ ରଣଧୀର କପୁର । ସେଠାରେ କିଛି ସମ୍ବାଦିକଙ୍କ ସହ ହାତାହାତି ହେବା ସହ ଏକ ଚ୍ୟାନେଲର ରିପୋର୍ଟରଙ୍କୁ ଚାପୁଡା ମାରିବାର ଖବର ମିଳିଛି ।

ସୂଚନା ଅନୁସାରେ , ବିସର୍ଜନ ବେଳେ କିଛି ଟିଭି ସାମ୍ବାଦିକ ଓ କ୍ୟାମେରାମ୍ୟାନ ଋଷି କପୁର ଓ ରଣଧୀର କପୁରଙ୍କ ଫଟୋ ଉଠାଉଥିଲେ । ଏଥିରେ ବିରକ୍ତି ହୋଇଥିଲେ ରଣଧୀର କପୁର । ଯାହା ଫଳରେ ସାମ୍ବାଦିକ ଓ ଏହି ବଲିଉଡ ସେଲିବ୍ରେଟିଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ।
ଦେଖନ୍ତୁ ଏହି ଭିଡିଓ କ୍ଲିପ୍ –