ଡଙ୍ଗାବୁଡି ଘଟଣା ପରେ ବି ଚେତିନି ସମ୍ବଲପୁର ପ୍ରଶାସନ : ହୁଲି ଡଙ୍ଗା ଏବେ ବି ଲୋକଙ୍କ ଭରସା

46

ସମ୍ବଲପୁର : ହୀରାକୁଦ ଡଙ୍ଗା ବୁଡି ଘଟଣା ପରେ ବି ଚେତିନି ସମ୍ବଲପୁର ପ୍ରଶାସନ । ଏବେ ବି ଲୋକ ବିପଦ ଶଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି,ତା ପୁଣି ମହାନଦୀରେ । ଲୋକମାନେ ଡଙ୍ଗାରେ ଯାତାୟାତ କରୁଥିଲେ ମଧ୍ୟ ତାଙ୍କ ସୁରକ୍ଷା କଥା ଭୂଲି ଯାଇଛି ଜିଲ୍ଲା ପ୍ରଶାସନ । ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ଦେଓଗାଁ ପଂଚାୟତବାସୀ ଯାତାୟତ ପାଇଁ ଡଙ୍ଗା ଉପରେ ନିର୍ଭର କରନ୍ତି । ଦେଓଗାଁରେ ମହାନଦୀ ଯାଇଥିବାରୁ ଲୋକମାନେ ପାର ହେବା ପାଇଁ ଡଙ୍ଗା ଉପରେ ନିର୍ଭର କରନ୍ତି ।

ଦେଓଗାଁ ଓ ଆଖପାଖ ଗାଁର ଲୋକମାନଙ୍କୁ ବରଗଡ଼ ଯିବା ପାଇଁ ହୁଲି ଡଙ୍ଗାରେ ମହାନଦୀ ପାର ହେଉଛନ୍ତି । ପ୍ରତ୍ୟେକ ଦିନ ଶହ ଶହ ଲୋକ ଏହି ଡଙ୍ଗା ସାଯ୍ୟରେ ମହାନଦୀ ପାର ହୋଇ ବରଗଡ଼ ଯାଉଥିବା ବେଳେ ଡଙ୍ଗାରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଏମିତିକି ଡଙ୍ଗାରେ ବିପଦ ସଂକୁଳ ଅବସ୍ଥାରେ ମଟର ସାଇକେଲ ଓ ସାଇକେଲ ମଧ୍ୟ ନିଆଯାଉଛି ।

କେତେବେଳେ ଯେ, ଆଉ ଏକ ହୀରାକୁଦ ଡଙ୍ଗାବୁଡି ଘଟଣା ନଘଟିବ ତା କହିହେବନି । ତେବେ ହୀରାକୁଦ ଡଙ୍ଗା ଦୁର୍ଘଟଣା ପରେ ରାଜ୍ୟ ସରକାର ଡଙ୍ଗା ସୁରକ୍ଷା ପ୍ରତି କଡ଼ା ନିୟମ ଲାଗୁ କରଛନ୍ତି । ଏହାସହ ବୋଟ ନିୟମ ୨୦୦୪କୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି । ହେଲେ ଦେଓଗାଁର ଚିତ୍ରକୁ ଦେଖିଲେ ସ୍ପଷ୍ଟ ଅନୁମାନ କରି ହୁଏ ଜିଲ୍ଲା ପ୍ରଶାସନ ସରକାରୀ ନିୟମକୁ କିଭଳି ପାଳନ କରୁଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :