ଆଉ ମିଳିବନି ଇନ୍ଧନ ଗ୍ୟାସ୍ ! ୩୦ ଲକ୍ଷ ଉପଭୋକ୍ତାଙ୍କୁ ଯୋଗାଣ ବନ୍ଦ କଲା କଂପାନୀ, ଆପଣ ବି ଆସିପାରନ୍ତି ଏହି ତାଲିକାରେ

74

ବିଜନେସ୍ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ଖବର ମୁତାବକ, ଦେଶର ପାଖାପାଖି ୩୦ ଲକ୍ଷ ଗ୍ରାହକଙ୍କ ଗ୍ୟାସ କନେକସନକୁ ବର୍ତ୍ତମାନ କାଟି ଦିଆଯାଇଛି । ଯାହାର ଏକମାତ୍ରା କାରଣ ରହିଛି ଲୋକଙ୍କର ଖାମଖିଆଲି ମନୋଭାବ । ଭାରତରେ ତିନୋଟି ବଡ ବଡ ପେଟ୍ରୋଲିୟମ କଂପାନୀ ତଥା ହିନ୍ଦୁସ୍ଥାନ ପେଟ୍ରୋଲିୟମ, ଇଣ୍ଡିଆନ ଅଏଲ ଏବଂ ଭାରତ ପେଟ୍ରୋଲିଲିୟମ ପକ୍ଷରୁ ଗୋଟିଏ ମାସରେ ପାଖାପାଖି ୩୦ ଲକ୍ଷ ଗ୍ରାହକଙ୍କ ଗ୍ୟାସ କନେକସନକୁ କାଟି ଦେଇଛନ୍ତି ।

ସୂଚନା ମୁତାବକ, ଗ୍ୟାସ କନେକସନ ନେଇଥିବା ଏହି ଗ୍ରାହକମାନେ ନିଜର ଖାତାକୁ ଆଧାର ସହ ଲିଙ୍କ କରିନଥିଲେ । ତେବେ ଏହି କନେକସନ ଡେମୋଷ୍ଟିକ ନନ ସବସିଡାଇଜ୍ କନଜ୍ୟୁମର୍ସର ରହିଥିଲା । ଗ୍ୟାସ କନେକସନ କଟାଯାଇଥିବା ଏହି ଗ୍ରାହକମାନେ ନନ କ୍ୟାସ ଟ୍ରାଂଜାକସନ କଂମ୍ପ୍ଲାଏଂଟ ତଥା ଏନସିଟିସି ପରିସରରେ କାମ କରୁଥିଲେ । ଯାହା ଉପରେ ସରକାର କୌଣସି ସବସିଡି ପ୍ରଦାନ କରିନଥାନ୍ତି । ଖାତା ଖୋଲିବା ବ୍ୟତୀତ ଅନ୍ୟ କମର୍ସିଆଲ କାମଗୁଡିକରେ ବି ଇନ୍ଧନ ଗ୍ୟାସର ବ୍ୟବହାର ରୋକିବା ପାଇଁ କଂପାନୀମାନଙ୍କ ତରଫରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ୧ କୋଟି କନେକସନ ଏବେବି ଏହି ତିନୋଟି କଂପାନୀର ତଦନ୍ତ ପରିସରରେ ରହିଛି । ତେଣୁ ଆପଣ ବି ଯଦି ଆପଣଙ୍କର ଗ୍ୟାସ କନେକସନକୁ ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ କରିନାହାନ୍ତି ତେବେ ଆପଣଙ୍କର ଗ୍ୟାସ କନେକସନକୁ ମଧ୍ୟ କାଟି ଦିଆଯାଇପାରେ । ଏଥିପାଇଁ ଆଦୌ ବିଳମ୍ବ ନକରି ତୁରନ୍ତ ନିଜର ଗ୍ୟାସ କନେକସନକୁ ଆଧାର ଏବଂ ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ କରିଦିଅନ୍ତୁ ।