ପାକିସ୍ତାନୀ ଷ୍ଟାଡିୟମରେ କୋହଲିଙ୍କ ମଜା ଉଡାଇଲେ ଦର୍ଶକ ! ବ୍ୟାନରରେ ନଜର ଆସିଥିଲା ବିରାଟଙ୍କୁ ନେଇ ଅଜବ ଖବର

18

କିଛିଦିନ ହେଲା ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ପାଇଁ ପାଗ ଅନୁକୂଳ ରହିଛି । ପାକିସ୍ତାନ କ୍ରିକେଟ୍ ଦଳ ପୁଣି ଏକ ବିଶ୍ୱ ବିଜୟ ହାସଲ କରିଛି । ୩ ମାସ ତଳେ ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା ପାକିସ୍ତାନ ଦଳ ନିକଟରେ ବିଶ୍ୱ ଏକାଦଶ ବିପକ୍ଷ ୨୦-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା । ଫଳରେ ଘରୋଇ ଦଳର ବିଜୟ ସହିତ ପାକିସ୍ତାନକୁ ୮ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିଛି । ଶୃଙ୍ଖଳାର ପ୍ରଥମ ମ୍ୟାଚରେ ହିଁ ଘରୋଇ ଦଳ ବିଜୟୀ ହୋଇଥିଲା କିନ୍ତୁ ଦ୍ୱିତୀୟରେ ହାରିଯାଇଥିଲା । ଶୁକ୍ରବାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଫାପଡୁ ପ୍ଲେସିସଙ୍କ ଦଳ ୩୩ ରନରେ ହାର ମାନିଥିଲା ।

ଶେଷ ମ୍ୟାଚଟି ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମରେ ଖେଳା ଯାଇଥିଲା । ପାକିସ୍ତାନର କ୍ରିକେଟ୍ ପ୍ରେମୀ ଚାହୁଁଥିଲେ କି ଏଥିରେ ଭାରତୀୟ ଦଳ ବି ସାମିଲ ହୁଅନ୍ତୁ ବୋଲି, ଯାହାଦ୍ୱାରାକି ସେମାନେ ମହେନ୍ଦ୍ର ସିଂହ ଧୋନୀ ଏବଂ ବିରାଟ୍ କୋହଲିଙ୍କ ଦମଦାର ପ୍ରଦର୍ଶନ ଦେଖିବେ । ଉଭୟ ଯଦି ବିଶ୍ୱ ଏକାଦଶ ଦଳରେ ସାମିଲ ହୋଇଥିଲେ ତେବେ ବୋଧହୁଏ ଏହି ମୁକାବିଲା ଆହୁରୀ ରୋମାଂଚକର ହୋଇଥାନ୍ତା ବୋଲି କ୍ରିକେଟ୍ ପ୍ରେମୀ ଇଚ୍ଛା ରଖୁଥିଲେ ।

ହେଲେ ବିରାଟ କୋହଲିଙ୍କର ଟୁର୍ଣ୍ଣାମେଂଟରେ ସାମିଲ ନହେବା ନେଇ ମଧ୍ୟ କିଛି ପାକିସ୍ତାନୀ କ୍ରିକେଟ୍ ପ୍ରେମୀ ସମାଲୋଚନା କରିଥିଲେ । ତେବେ ଷ୍ଟାଡିୟମରେ ଉପସ୍ଥିତ ଥିବା କିଛି ଦର୍ଶକ ନିଜ ସମର୍ଥନ ଦଳକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ବ୍ୟାନର ପୋଷ୍ଟାରମାନ ଧରି ଖେଳକୁ ଉପଭୋଗ କରୁଥିବାର ଆପଣ ଦେଖିଥିବେ । ଆଉ ଏଭଳି ଯଦି ହିଁ ଅଜବ ବ୍ୟାନର ଦେଖିବାକୁ ମିଳିଥିଲା ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ । ଯାହାକି ଥିଲା ଭାରତୀୟ ଦଳର ଅଧିନାୟକ ତଥା ବିରାଟ କୋହଲିଙ୍କ ଉଦ୍ଦେଶ୍ୟରେ । ଉଲ୍ଲେଖ ରହିଥିଲା କି, ‘ପାକିସ୍ତାନ ଆସିବା ପାଇଁ ବିରାଟ କୋହଲିଙ୍କୁ ମାଆ ଦେଲେନି ଅନୁମତି’ । ତେବେ ଏଭଳି ବ୍ୟାନର ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରାଟଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ଏଠାରେ ଆମେ କହି ରଖୁଛୁ କି, ପାକିସ୍ତାନରେ ବି ବିରାଟଙ୍କର ବହୁତ ଫ୍ୟାନ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହୀଦ ଆଫ୍ରିଦ୍ ଧୋନୀ ଏବଂ କୋହଲିଙ୍କର ଏହି ସିରିଜରେ ସାମିଲ ନେବାକୁ ନେଇ ଇଚ୍ଛା ପ୍ରକାଶ କରିଥିଲେ । ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଶାହୀଦ କହିଥିଲେ କି, ଉଭୟ ଧୋନୀ ଏବଂ କୋହଲି ଏହି ମ୍ୟାଚରେ ଖେଳି ପ୍ରମାଣିତ କରିପାରିଥାନ୍ତେ କି ଖେଳଦ୍ୱାରା ହିଁ ବଡ଼ ବଡ଼ ପ୍ରସଙ୍ଗକୁ ସମାଧାନ କରାଯାଇପାରେ ।

ସୌଜନ୍ୟ: ଜନସତ୍ତା