କୌଣସି ବି ସମୟରେ ଦାଖଲ କରିପାରିବେ ରିପୋର୍ଟ ! ମହିଳାଙ୍କ ଗୋଟିଏ ଅଭିଯୋଗରେ ପୁଲିସ କରିପାରିବ ତତକାଳ ଗିରଫ

59

ପ୍ରାୟତଃ ଅଧିକାଂଶ ମାମଲାରେ ଏଭଳି ବି ହୋଇଥାଏ କି, ଯେଉଁଥିରେ ମହିଳାଙ୍କର କୌଣସି ମାମଲା ଆଦୌ ସଂପୃକ୍ତି ନଥାଏ । ହେଲେ କିଛି ମହିଳାମାନେ ଏଭଳି ବି ଅଛନ୍ତି ଯେଉଁମାନଙ୍କୁ ଉଭୟ ମାନସିକ ଏବଂ ଶାରୀରିକ ହିଂସା, ଯୈøନ ଉତ୍ପୀଡନ, ଭେଦଭାବ ଭଳି ବିଭିନ୍ନ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ ମହିଳାଙ୍କୁ ଆଇନ ଦୃଷ୍ଟିରୁ ଦିଆଯାଇଥିବା ଅଧିକାର ସଂପର୍କରେ ଜ୍ଞାନ ରହିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ…

ମହିଳାଙ୍କୁ ମିଳିଥାଏ ଗୁରୁତ୍ୱପୂର୍ଣ୍ଣ ଅଧିକାର

• ରିପୋର୍ଟ ଲେଖିବାକୁ ମନା କରିପାରିବନି ପୁଲିସ୍

ନିକଟରେ ୰ଗରଞକ୍ଟକ୍ଟ ଅଭିଯାନ ସହ ଜଡିତ ଅନେକ ମାମଲା ସାମନାକୁ ଆସିଛି । ଏଥିମଧ୍ୟରୁ ଅଧିକାଂଶ ମାମଲା ପୁରୁଣ ହୋଇଥିବା ବେଳେ କିଛି ନୂଆ ରହିଛି । ତେବେ ପୁରୁଣା ପ୍ରସଙ୍ଗକୁ ନେଇ ଆଜି ସ୍ୱର ଉଠାଇବା ଉପରେ କିଛି ଲୋକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ହେଲେ ଆଇନବ୍ୟବସ୍ଥାରେ ମହିଳାଙ୍କୁ ନିଜ ସହ ହୋଇଥିବା ଅପରାଧର ଅଭିଯୋଗ କୌଣସି ବି ସମୟରେ କରିବାର ଅଧିକାର ଦିଆଯାଇଛି । ସେମାନେ ଚାହିଁଲେ କୌଣସି ବି ସମୟରେ ଅଭିଯୋଗ କରିପାରିବେ । ଆଉ ପୁଲିସ୍ ବି ଏହି ଅଭିଯୋଗକୁ ଗ୍ରହଣ କରିବାକୁ ମନା କରିପାରିବ ନାହିଁ ।

• ଘରୋଇ ହିଂସା ଅଧିନିୟମ କଣ

ଏହି ଅଧିନିୟମ ମୁଖ୍ୟ ରୂପରେ ପତି, ପୁରୁଷ ଲିଭ ଇନ ପାର୍ଟନର କିମ୍ବା ସଂପର୍କୀୟଙ୍କ ଦ୍ୱାରା ପତ୍ନୀ, ମହିଳା ଲିଭ୍ ଇନ ପାର୍ଟନର କିମ୍ବା ଘର କୌଣସି ବି ମହିଳାଙ୍କ ଦ୍ୱାରା କରାଯାଉଥିବା ଅତ୍ୟାଚାରରୁ ସୁରକ୍ଷା ପାଇବା ପାଇଁ ପ୍ରଣୟନ କରାଯାଇଛି । ଏଥିରେ ପୀଡିତା କିମ୍ବା ତାଙ୍କ ତରଫରୁ କୌଣସି ବି ଅଭିଯୋଗ କରିପାରିବେ । ନିକଟରେ ଯୌତୂକ ନିର୍ଯାତନା ଆଇନୀର ଧାରା ୪୯୮-ଏରେ ସଂଶୋଧନ କରିବାକୁ ଯାଇ ତଦନ୍ତ କମିଟିର ଭୂମିକା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅର୍ଥାତ୍ ଏଣିକି ପୁଲିସ ହିଁ ନିଜ ବିବେକ ଦୃଷ୍ଟିରୁ ଅପରାଧୀଙ୍କୁ ତତକାଳ ଗିରଫ କରିପାରିବେ ।

• ମିଳିଥାଏ ୨୬ ସପ୍ତାହର ମାତୃତ୍ୱ ଅବକାଶ

 ନଅରୁ ଅଧିକ କର୍ମଚାରୀ ଥିବା ସଂସ୍ଥାଗୁଡିକରେ କାମ କରୁଥିବା ମହିଳାଙ୍କୁ ୨୬ ସପ୍ତାହର ମାତୃତ୍ୱ ଅବକାଶ ମିଳିଥାଏ ।

 ଯଦି ମହିଳାଙ୍କ ୨ କିମ୍ବା ଏହାଠୁ ଅଧିକ ସନ୍ତାନ ରହିଛି ତେବେ ଆଗାମୀ ପ୍ରସବ ସମୟରେ କେବଳ ୧୨ ସପ୍ତାହ ହିଁ ମାତୃତ୍ୱ ଅବକାଶ ମିଳିବ ।

 ଏହି ସମୟରେ ସଂସ୍ଥା ମହିଳାଙ୍କ ଦରମା କାଟି ପାରିବେ ନାହିଁ । ପ୍ରସବ ପରେ ମହିଳା ପୁଣି ଥରେ ନିଜ କାମ ଆରମ୍ଭ କରିପାରିବେ ।

 ୩ ମାସର କମ୍ ବୟସର ଶିଶୁକୁ ପୋଷ୍ୟ ନେବା କିମ୍ବା ସରୋଗେସି ଜରିଆରେ ମାଆ ବନିଥିବା ମହିଳାଙ୍କୁ ୧୨ ସପ୍ତାହର ମାତୃତ୍ୱ ଅବକାଶ ମିଳିବ । ଏହାଛଡା ୫୦ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାମାନଙ୍କୁ କ୍ରେଚର ସୁବିଧା ମଧ୍ୟ ଉପଲବ୍ଧି କରାଇବାକୁ ହେବ ।

• ଜବରଦସ୍ତି ଗର୍ଭପାତ କରାଇବାରେ ହୋଇପାରେ ଆଜୀବନ କାରାଦଣ୍ଡ

 ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ରହିଛି କି ସେମାନେ ମହିଳାଙ୍କୁ ମାଆ ବନିବାର ଅନୁଭବ କରିବାକୁ ଦିଅନ୍ତୁ । ଗର୍ଭପାତ ଏହଂ ପ୍ରସବ ପୂର୍ବରୁ ଲିଙ୍ଗ ପରୀକ୍ଷା ଅଧିନିୟମ କନ୍ୟା ଭ୍ରୁଣ ହତ୍ୟା ବିରୋଧରେ ଅଧିକାର ଦେଇଥାଏ ।

 ଏହା ଅନୁସାରେ ଭ୍ରୁଣ ପରୀକ୍ଷା ପାଇଁ ସହଯୋଗ କରିବା କିମ୍ବା ବିଜ୍ଞାପନ ଦେବା ଇତ୍ୟାଦି ଅପରାଧ ଅଟେ । ଏଥିପାଇଁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ଏବଂ ୧୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାର ନିୟମ ରହିଛି ।

 ସେହିପରି ଜୋରଜବଦସ୍ତି ଗର୍ଭପାତ କରାଇବା ଉପରେ ଆଜୀବନ କାରାଦଣ୍ଡ ମିଳିପାରେ ।

• ପୈତୃକ ସଂପତିରେ ରହିଛି ମହିଳାଙ୍କର ବରାବର ହକ୍

ହିନ୍ଦୁ ଉତରାଧିକାର ଅଧିନିୟମ ୧୯୫୬ ଅନୁସାରେ ପୈତୃକ ସଂପତି ଉପରେ ମହିଳାଙ୍କ ବି ସମାନ ଅଧିକାର ରହିଛି । ଯଦି ମହିଳା ଅଧିନିୟମ ଲାଗୁ ହେବା ପୂର୍ବରୁ ଜନ୍ମ ହୋଇଛନ୍ତି ତେବେବି ପୈତୃକ ସଂପତିରେ ତାଙ୍କ ସମାନ ଅଧିକାର ରହିଛି ।