୨୫୦୦ ଟଙ୍କାର ଜିଓ ଫୋନକୁ ୧୫୦୦ ଟଙ୍କାରେ ବିକିବାକୁ କାହିଁକି ପ୍ରସ୍ତୁତ ମୁକେଶ ଅମ୍ବାନୀ ! ଜାଣନ୍ତୁ ପ୍ରକୃତ ମାମଲାଟି କଣ

49

ଟେଲିକମ୍ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓକୁ ନେଇ ପ୍ରତିଦିନ କିଛି ନା କିଛି ଖବର ଶୁଣିବାକୁ ଏବଂ ଦେଖିବାକୁ ମିଳିଥାଏ । ଇତି ମଧ୍ୟରେ ଭାରତୀୟ ବଜାରରେ ହଇଚଇ ସୃଷ୍ଟି କରିଥିବା ଜିଓର ୪ଜି ଫୋନକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ୨୫୦୦ଟଙ୍କିଆ ଫୋନକୁ ମୁକେଶ ଅମ୍ବାନୀ କାହିଁକି ୧୫୦୦ଟଙ୍କାରେ ବିକୁଛନ୍ତି ତାହା ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଏଠାରେ ଆମେ କହିରଖୁଛିୁ କି ଜିଓ ୪ଜି ଫିଚର ଫୋନର ପାଖାପାଖି ୪୦ପ୍ରତିଶତ କଷ୍ଟ ଖୋଦ୍ ମୁକେଶ ଅମ୍ବାନୀ ବହନ କରିଛନ୍ତି । ଯାହାର କାରଣ ଜାଣିବା ପାଇଁ ପଢନ୍ତି ଏହି ରିପୋର୍ଟ ।

ସୂଚନା ମୁତାବକ, ଏ ସଂପର୍କିତ ସମସ୍ତ ତଥ୍ୟ ରଖୁଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି କି, କଂପାନୀ ତାର ନୁଆ ଗ୍ରାହକଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଏବଂ ନିବେଶରେ ସୁଧାର ଆଣିବା ପାଇଁ ଏଭଳି ପ୍ରୟାସ କରିଛି । ଚଳିତ ସପ୍ତାହରେ ହିଁ ଜିଓଫୋନର ଡେଲିଭରୀ ୧୫୦୦ଟଙ୍କାର ଡିପୋଜିଟ୍ ରାଶି ସହିତ ଆରମ୍ଭ ହୋଇଯାଇଛି । ଏହାକୁ ସମାଗତ କରିବା ପରେ ଏହାର ଦାମ ୨୫୦୦ ଟଙ୍କା ହୋଇଯିବ । ତେବେ ଏନେଇ ଏହି ରୟେଟର୍ସଙ୍କୁ ଅବଗତ କରିଦିଆଯାଇଛି । ଅର୍ଥାତ୍ ପ୍ରତ୍ୟେକ ୧୦ ମିଲିୟନ ଜିଓଫୋନର ବିକ୍ରୀ କରିବା ଉପରେ କଂପାନୀକୁ ୧୫୦ ମିଲିୟନ ଡଲାରରୁ ଅଧିକ କଷ୍ଟ ବହନ କରିବାକୁ ପଡିବ । ଏଥିସହିତ କଂପାନୀ ଆଗାମୀ ଦୁଇ ବର୍ଷରେ ନିଜର ସବସ୍କ୍ରାଇବର ବେସକୁ ୨୫୦ ମିଲିୟନରୁ ୩୦୦ ମିଲିୟନ ମଧ୍ୟରେ ରଖିବାକୁ ଲକ୍ଷ୍ୟ ରଖିଛି ।

ଅନ୍ୟପଟେ ଏନେଇ ରିଲାଏନ୍ସ କଂପାନୀ ପକ୍ଷରୁ ଏଯାବତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

କିଛି ରିଲାଏନ୍ସ ନିବେଶକଙ୍କ ସବସିଡିର ଦର ଉପରେ ଏହା ଟିକିଏ ଢିଲା ପଡିପାରେ । ହେଲେ ଖର୍ଚ୍ଚ ବାବଦରେ ଜିଓର ସେହି ମହତ୍ୱାକାଂକ୍ଷୀ ସଂପର୍କରେ ସ୍ପଷ୍ଟ ସଂକେତ ମିଳି ପାରିଛି କି, କଂପାନୀ ଦେଶର ସେହି ୫୦୦ ମିଲିୟନ ଲୋକଙ୍କ ଉପରେ ଗୁରୁତ୍ୱ ଦେଉଛି ଯେଉଁମାନଙ୍କ ନିକଟରେ ବି ଆଜିକା ଦିନରେ ସ୍ମାର୍ଟଫୋନ କିଣିବାକୁ ସାମର୍ଥ୍ୟ ନାହିଁ ।

ଉଲ୍ଲେଖଯୋଗ୍ୟ କି, ରିଲାଏନ୍ସ ଜିଓ ଫୋନର ପ୍ରି-ବିକିଂ ୨୪ ଅଗଷ୍ଟରେ ଆରମ୍ଭ ହୋଇଥିଲା ଏବଂ ଏହି ପ୍ରି-ବୁକିଂ ସମୟରେ ଗ୍ରାହକଙ୍କୁ ୫୦୦ ଟଙ୍କା ଦେବାକୁ ପଡିଥିଲା । ବାକି ୧୦୦୦ ଟଙ୍କା ହ୍ୟାଣ୍ଡସେଟର ଡେଲିଭରୀ ସମୟରେ ଗ୍ରାହକଙ୍କୁ ଦେବାକୁ ପଡିବ । ଏଥିସହିତ ଯଦି ଗ୍ରାହକ ତିନି ବର୍ଷ ପରେ ହ୍ୟାଣ୍ଡସେଟଟିକୁ ଫେରସ୍ତ କରିବାକୁ ଚାହିଁବେ ତେବେ ତାଙ୍କୁ ପୂର୍ବରୁ ଦେଇଥିବା ୧୫୦୦ ଟଙ୍କାକୁ ବି ଫେରସ୍ତ କରିଦିଆଯିବ । ଯଦି ଆପଣ ଜିଓଫୋନର ପ୍ରି-ବୁକିଂ କରିଦେଇଛନ୍ତି ତେବେ ଆପଣ ଏହାର ଡେଲିଭରୀ ଷ୍ଟାଟସକୁ ଉଭୟ ଅନଲାଇନ ଓ ଅଫଲାଇନ ଚେକ୍ କରିପାରିବେ ।

ସୌଜନ୍ୟ: ଦୈନିକ ଜାଗରଣ