ଗୋପାଳକୃଷ୍ଣ ଗାନ୍ଧୀ । ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ବାବାଦରେ ଜାଣନ୍ତୁ କିଛି ତଥ୍ୟ

52

ମହାତ୍ମା ଗାନ୍ଧୀଙ୍କ ନାତି ଭାବେ ସ୍ୱତନ୍ତ୍ର ପରିଚୟ ଥିବା ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ମିଳିତ ବିରୋଧୀଦଳ ବୈଠକରେ ନିଷ୍ପତି ନିଆଯାଇଛି । ତେବେ ଏନେଇ ଗତକାଲି କଂଗ୍ରେସ ଅଧ୍ୟକ୍ଷତାରେ ବସିଥିଲା ଏକ ହାଇଲେବୁଲ୍ ବୈଠକ ଆଉ ଯେଉଁଥିଲେ ବିରୋଧୀମାନେ ମିଳିତ ଭାବେ ଗୋପାଳକୃଷ୍ଣଙ୍କୁ ଚୟନ କରିଥିଲେ । ତେବେ ଆସନ୍ତୁ ନଜର ପକାଇବା ବିରୋଧୀଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ ହୋଇଥିବା ଗୋପାଳକୃଷ୍ଣ ଗାନ୍ଧୀ କିଏ ?

ଗୋପାଳକୃଷ୍ଣ ଗାନ୍ଧୀଙ୍କ ଜନ୍ମ ୨୨ ଏପ୍ରିଲ୍ ୧୯୪୫ରେ ହୋଇଥିଲା । ସେ ଦେବଦାସ ଗାନ୍ଧୀ ଏବଂ ଲକ୍ଷ୍ମୀ ଗାନ୍ଧୀଙ୍କ ସନ୍ତାନ ଅଟନ୍ତି । ସି ରାଜଗୋପାଳଚାରୀ ହେଉଛନ୍ତି ଗୋପାଳକୃଷ୍ଣଙ୍କ ଜେଜେବାପା । ଗୋପାଳକୃଷ୍ଣ ସେଟ୍ ଷ୍ଟିଫେସ୍ କଲେଜରୁ ଇଂରାଜୀ ସାହିତ୍ୟରେ ଉଚ୍ଚଶିକ୍ଷା ଲାଭ କରିବା ପରେ ୧୯୬୮ରୁ ୧୯୯୨ ଯାଏଁ ଜଣେ ଆଇଏସ୍ ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି ।

ତେବେ ଗୋପାଳକୃଷ୍ଣ ସ୍ୱଇଚ୍ଛାରେ ନିଜ ସେବାରୁ ନିବୃତ୍ତ ହୋଇଥିଲେ । ଜଣେ ଆଇଏସ୍ ଅଧିକାରୀ ଭାବେ ଗୋପାଳକୃଷ୍ଣ ତାମିଲନାଡୁରେ କାମ କରିସାରିଛନ୍ତି । ଗୋପାଳକୃଷ୍ଣ ୧୯୮୫ରୁ ୧୯୮୭ ପର୍ଯ୍ୟନ୍ତ ଉପରାଷ୍ଟ୍ରପତିଙ୍କ ସଚିବ ମଧ୍ୟ ରହିଆସିଛନ୍ତି । ସେହିପରି ୧୯୮୭ରୁ ୧୯୯୨ ଯାଏଁ ରାଷ୍ଟ୍ରପତିଙ୍କ ଯୁଗ୍ମ ସଚିବ ଓ ୧୯୯୭ରେ ରାଷ୍ଟ୍ରପତିଙ୍କ ସଚିବ ମଧ୍ୟ ରହିଥିଲେ ।

ସେହିପରି ବ୍ରିଟେନରେ ମଧ୍ୟ ଗୋବାଳକୃଷ୍ଣ ଗାନ୍ଧୀ ଭାରତର ଉଚ୍ଚ ଆୟୋଗରେ ସାଂସ୍କୃତି ମନ୍ତ୍ରୀ ଏବଂ ଲଣ୍ଡନରେ ନେହେରୁ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳି ସାରିଛନ୍ତି । ସେ ଦକ୍ଷିଣ ଆଫ୍ରିକାର ଜଣେ ଲୋକପ୍ରିୟ ହାଇ କମିଶନର ଭାବେ ମଧ୍ୟ ପରିଚିୟ ସୃଷ୍ଟି କରିପାରିଛନ୍ତି । ଯେଉଁଠାରେ ତାଙ୍କୁ ୧୯୯୬ରେ ନିଯୁକ୍ତ କରାଯାଇଥିଲା । ଲେସୋଥୋରେ ମଧ୍ୟ ସେ ଭାରତର ଉଚ୍ଚାୟୁକ୍ତ ଭାବରେ ନିଜ ସେବା ଅତି ନିଷ୍ଠାର ସହ ତୁଳାଇଥିଲେ ।

ପରେ ସେ ୨୦୦୦ରେ ଶ୍ରୀଲଙ୍କାରେ ଭାରତର ଉଚ୍ଚାୟୁକ୍ତ ଏବଂ ୨୦୦୨ରେ ତାଙ୍କୁ ନରୱେରେ ଭାରତର ରାଜଦୂତ ଭାବେ ନିଯୁକ୍ତ କରାଯାଇଥିଲା । ଆଇସଲ୍ୟାଣ୍ଡରେ ମଧ୍ୟ ତାଙ୍କୁ ଭାରତର ରାଜଦୂତ ଭାବେ ନିଯୁକ୍ତ କରାଯାଇଥିଲା । ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଗୋପାଳକୃଷ୍ଣ ଗାନ୍ଧୀ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏହାବ୍ୟତୀତ ଗୋପାଳକୃଷ୍ଣ ଗାନ୍ଧୀ ବିକ୍ରମ ସେଠର ‘ଏ ସୁଟେବଲ୍ ବୟ’ର ହିନ୍ଦୀ ଅନୁବାଦ କରିଛନ୍ତି । ସେହିପରି ଶ୍ରୀଲଙ୍କାର ତାମିଲ୍ ବୃକ୍ଷରୋପଣ କର୍ମଚାରୀମାନଙ୍କ ଉପରେ ସେ ଏକ ଉପନ୍ୟାସ ମଧ୍ୟ ଲେଖିଛନ୍ତି ।

ସୌଜନ୍ୟ: ଦ ଇଣ୍ଡିଆନ୍ ଏକ୍ସପ୍ରେସ୍