ପିଏମ୍ କିଷାନ ସମ୍ମାନ ନିଧି ଯୋଜନା: କାହାକୁ ମିଳିବ, କାହାକୁ ନୁହେଁ? ଜାଣନ୍ତୁ କେଉଁଠି ଓ କିଭଳି କରିବାକୁ ହେବ ରେଜିଷ୍ଟ୍ରେସନ
ସାରା ଦେଶରେ ଆଜି ଆରମ୍ଭ ହୋଇଛି ପିଏମ କିଷାନ ସମ୍ମାନ ନିଧି ଯୋଜନା । ୟୁପିର ଗୋରଖପୁରରେ ଏହି ଯୋଜନାରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାରେ ୨୧ ରାଜ୍ୟର ୧୨ କୋଟି କୃଷକଙ୍କ ଖାତାରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ଲେଖାଁଏ ଜମା ହେବ । ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଖୁବଶୀଘ୍ର କୃଷକଙ୍କୁ ଆକାଂଉଟକୁ ଯିବ । ତେବେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ ଏହି କୃଷି ଯୋଜନାରେ କେଉଁ କେଉଁ ଚାଷୀଙ୍କୁ ଫାଇଦା ମିଳିବ ଏବଂ କିଭଳି ଭାବରେ ଏହି ଟଙ୍କା ଚାଷୀଙ୍କୁ ଦିଆଯିବ ..
Kanak News is now on WhatsApp
Join and get latest news updates delivered to you via WhatsApp
ଚାଷୀଙ୍କୁ ଏହି ଟଙ୍କା କିସ୍ତି ଆକାରରେ ଦିଆଯିବ । ଯାହାର ପ୍ରଥମ କିସ୍ତିର ଶୁଭାରମ୍ଭ ଆଜି ଉତ୍ତରପ୍ରଦେଶରେ ନରେନ୍ଦ୍ର ମୋଦି କରିଛନ୍ତି । ତିନୋଟି କିସ୍ତିରେ ଏହି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ । ପିଏମ କିଷାନ ଯୋଜନା ଅନୁସାରେ ତିନୋଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ । ତେବେ ପ୍ରଥମ କିସ୍ତିରେ ମାର୍ଚ୍ଚ ୨୦୧୯ ସୁଦ୍ଧା ପ୍ରଦାନ କରାଯିବ । ଏହି ଯୋଜନାର ପୂରା ଖର୍ଚ୍ଚ କେନ୍ଦ୍ର ସରକାର ବୟନ କରିବେ । ମାତ୍ର ଏହି ଯୋଜନାରେ ଭୂମିହୀନ ଏବଂ ଭାଗଚାଷୀଙ୍କୁ ସାମିଲ କରାଯାଇ ନାହିଁ । ପିଏମ କିଷାନ ସମ୍ମାନ ଯୋଜନାର ଏକମାତ୍ର ଉଦ୍ଦେଶ୍ୟ ହେଲା, ଚାଷୀ ଭାଇବନ୍ଧୁମାନେ ବିନା କୌଣସି ବାଧାରେ ଫସଲ ପାଇଁ ମଂଜି, କୃଷି ଉପକରଣ ଆଦି ଆବଶ୍ୟକତା ଜିନିଷ କିଣିପାରିବେ ।
କାହାକୁ ମିଳିବନି ଏହି ଯୋଜନାର ଲାଭ ?
ସରକାରଙ୍କ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ , ଚାକିରିଆ, ପଂଜିକୃତ ଚିକତ୍ସକ, ଇଂଜିନିୟର, ଓକିଲ , ଚାଟାର୍ଡ ଆକାଉଂଟାଂଟ ଏବଂ ବାସ୍ତୁକାର ଓ ସେମାନଙ୍କର ପରିବାର ଲୋକଙ୍କୁ ବି ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ ।ସେହିଭଳି ଭାଗଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ବି ଏହି ଯୋଜନାରେ ବାଦ୍ ଦିଆଯାଇଛି । ଏଠାରେ ଆମେ କହି ରଖୁଛୁ କି, ପ୍ରଥମ କିସ୍ତିରେ ଚାଷୀଙ୍କ ଆଧାର ନମ୍ବର ହେବା ଜରୁରୀ ନୁହେଁ , କିନ୍ତୁ ଦ୍ୱିତୀୟ କିସ୍ତି ସେହି ସମସ୍ତ ଚାଷୀଙ୍କୁ ଦିଆଯିବ , ଯେଉଁମାନଙ୍କ ନିକଟରେ ଆଧାର କାର୍ଡ ଥିବ ।
କେଉଁମାନେ ଉଠାଇପାରିବେ ଏହି ଯୋଜନାର ଲାଭ ?
ଏହି ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ଯିବ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ । ୨ ହେକ୍ଟର ଅର୍ଥାତ୍ ୫ ଏକରରୁ କମ୍ ଜମି ଥିବା ଚାଷୀଙ୍କୁ ମିଳିବ ଏହି ସହାୟତା । ପ୍ରଥମ କିସ୍ତିରେ ତୁରନ୍ତ ଦିଆଯିବ ୨ହଜାର ଟଙ୍କା । ୧ ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଏହି ଟଙ୍କା ମିଳିବ । ୧୨କୋଟି କୃଷକ ପରିବାର ଏଥିରୁ ସିଧା ଲାଭ ପାଇବେ । ଏଥିପାଇଁ ସରକାର ଖର୍ଚ୍ଚ କରିବେ ବାର୍ଷିକ ୭୫ହଜାର କୋଟି ଟଙ୍କା ।
କେଉଁଠି କରିବେ ରେଜିଷ୍ଟ୍ରେସନ ?
ଏହି ଯୋଜନାର ଲାଭ ଉଠାଇବାକୁ ହେଲେ କୃଷି ବିଭାଗରେ ରେଜିଷ୍ଟ୍ରେସନ କରିବାକୁ ହେବ । ପ୍ରଶାସନ ତାର ଭେରିଫିକେସନ କରିବ । ଏଥିପାଇଁ ଆବଶ୍ୟକୀୟ ଦସ୍ତାବିଜ ମଧ୍ୟ ଥିବା ଦରକାର । ଏହାପରେ ଯାଇ ଚାଷୀ ପରିବାରଙ୍କୁ ଏହାର ଯୋଗ୍ୟ ହିତାଧିକାରୀ ଭାବେ ସାମିଲ କରାଯିବ ।