ହ୍ୱାଟସଆପ ବିରୋଧରେ ସାଂଘାତିକ ଅଭିଯୋଗ ! ୧୫ ଦିନ ମଧ୍ୟରେ ଇମେଜ ହଟାଇବାକୁ ଦିଆଗଲା ନିର୍ଦ୍ଦେଶ

49

ଇନଷ୍ଟାଂଟ ମେସେଜିଂ ଆପ ତଥା ଲୋକପ୍ରିୟ ମେସେଜିଂ ଆପ ହ୍ୱାଟସଆପ ବିରୋଧରେ ଲିଗାଲ ନୋଟିସ । ଯେଉଁଥିରେ ନୋଟିସରେ ୧୫ ଦିନ ମଧ୍ୟରେ ହ୍ୱାଟସଆପକୁ ନିଜ ମିଡିଲ ଫିନଙ୍ଗର ଇମେଜକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କଂପାନୀ ଏହି ନିୟମକୁ ଅବମାନନା କରେ କିମ୍ବା ଇମେଜକୁ ନ ହଟାଏ ତେବେ ହ୍ୱାଟସଆପ ବିରୋଧରେ ସିଭିଲ କିମ୍ବା କ୍ରିମିନାଲ ମାମଲା ରୁଜୁ ହୋଇପାରେ ।

ସୂଚନା ମୁତାବକ, ହ୍ୱାଟସଆପ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ଆଇନିଜୀବୀ । ଆଇନିଜୀବୀଙ୍କ କହିବା କଥା ହେଲା କି, ଭାରତରେ ମିଡିଲ୍ ଫିନଙ୍ଗରର ଅର୍ଥ ଅଭଦ୍ରାମୀ ବା ଅଶ୍ଳୀଳତାକୁ ଇଙ୍ଗିତ କରିଥାଏ । ଓକିଲ ଜଣକ ନିଜର ଏହି ନୋଟିସରେ ଉଲ୍ଲେଖ କରିଛନ୍ତି କି, ଭାରତୀୟ ଦଣ୍ଡ ସହିତ ଧାରା ୩୫୪ ଏବଂ ୫୦୯ ଆଧାରରେ ଏହାକୁ ମହିଳାଙ୍କୁ ଅଶ୍ଳୀଳ ଏବଂ ଅଭଦ୍ରାମୀ ସଦୃଶ ଅପରାଧ ବୋଲି ମନେ କରାଯାଇଥାଏ । କୌଣସି ବି ବ୍ୟକ୍ତି ତରଫରୁ ଏଭଳି ପ୍ରକାରର ଇଙ୍ଗିତ ସଂପୂର୍ଣ୍ଣ ରୂପେ ଅବୈଧ ଅଟେ । ଏଥିସହିତ କ୍ରିମିନାଲ ଜଷ୍ଟିସ (ପବ୍ଲିକ୍ ଅର୍ଡର) ଆକ୍ଟ ୧୯୯୪ ଆଧାରରେ ଆୟରଲାଣ୍ଡ ଭଳି ଦେଶଗୁଡିକରେ ବି ଅପରାଧ ଅଟେ । ହ୍ୱାଟସଆପ ଏପ୍ରକାରର ମିଡିଲ ଫିନଙ୍ଗର ଇମେଜ ଜରିଆରେ ଅଶ୍ଳୀଳତା ଏବଂ ଅଭଦ୍ରାମୀ ପ୍ରବୃତିକୁ ପ୍ରୋତ୍ସାହିତ କରୁଛି ।

ତେବେ ୧୫ ଦିନ ଭିତରେ ହ୍ୱାଟସଆପ ନିଜର ମିଡିଲ ଇମେଜକୁ ହଟାଇବାକୁ ନୋଟିସ ପଠାଯାଇଛି । ଯଦି କଂପାନୀ ଏହାକୁ ଅବମାନନା କରେ ତେବେ କଂପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।