କାହିଁକି ବାମ ହାତରେ ବନ୍ଧା ଯାଏଁ ଘଂଟା ! ଜାଣନ୍ତୁ ଏହାର ଐତିହାସିକ କାରଣ

42

ଆମେ ଆମ ଦୈନନ୍ଦିନ ଜୀବନରେ ବିଭିନ୍ନ ଅଜବ ଧରଣର କଥାମାନ ଶୁଣିବାକୁ ଏବଂ ଦେଖିବାକୁ ପାଇଥାଉଁ । କିନ୍ତୁ କେବେ ସେଗୁଡିକ ଉପରେ ଗୁଗୁତ୍ୱ ଦେଇ ନଥାଉଁ । ତେବେ ସେଗୁଡିକ ମଧ୍ୟରୁ ଗୋଟିଏ ହେଲା ଲୋକଙ୍କ ଘଂଟା ପିନ୍ଧିବାର ଶୈଳୀ । ଅର୍ଥାତ୍ ଅଧିକାଂଶ ଲୋକେ ଘଂଟାକୁ ସାଧାରଣତଃ ବାମ ହାତରେ ଘଂଟା ପିନ୍ଧିଥାନ୍ତି । କିନ୍ତୁ କାହିଁକି ? ଆପଣଙ୍କ ମନରେ କେବେ ଏଭଳି ପ୍ରଶ୍ନ ଜାତ ହୋଇଛି କି ବାସ୍ତବରେ ଲୋକେ କାହିଁକି ବାମ ହାତରେ ଘଂଟା ବାନ୍ଧନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛରେ ଲୁଚି ରହିଥିବା ଐତିହାସିକ କାରଣ ସଂପର୍କରେ ।

ବହୁ ପୁରାତନ କାଳରେ ଲୋକେ ଘଂଟାକୁ ବାନ୍ଧୁ ନଥିଲେ ବରଂ ଲୋକେ ଘଂଟାକୁ ଏକ ଚେନ୍ ସାହର୍ଯ୍ୟରେ ବାନ୍ଧି ତାକୁ ପକେଟ୍ ରଖୁଥିଲେ । କିନ୍ତୁ ସମୟର ପରିବର୍ତ୍ତନ କ୍ରମେ ଲୋକେ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥିଲା । ଲୋକେ ଧିରେ ଧିରେ ଘଂଟାକୁ ହାତରେ ବାନ୍ଧିବା ଆରମ୍ଭ କଲେ । ଘଂଟାକୁ ହାତରେ ବାନ୍ଧିବା ତ ଆରମ୍ଭ କରିଥିଲେ ସତ୍ୟା ମାତ୍ର ବାମହାତରେ ହିଁ ବାନ୍ଧିବା ଆରମ୍ଭ କରିଥିଲେ । ଆଉ ସେବେଠାରୁ ହିଁ ଏହି ପ୍ରଥା ଚାଲିଆସୁଛି । ତେବେ ଘଂଟାକୁ ବାମ ହାତରେ ଏଥିପାଇଁ ବନ୍ଧା ଯାଇଥାଏ, ଅଧିକାଂଶ ଲୋକେ ନିଜର ସମସ୍ତ ଜରୁରୀ କାମ ଡାହାଣ ହାତରେ କରିଥାନ୍ତି । ଯେଉଁଥିପାଇଁ ବାମ ହାତରେ ଘଂଟା ବାନ୍ଧିବାଦ୍ୱାରା କାମରେ କୌଣସି ପ୍ରକାରର ଅସୁବିଧା ହୋଇଥାଏ ।

ଖାଲି ସେତିକି ନୁହେଁ, ଘଂଟା ଭାଙ୍ଗିଯିବା କିମ୍ବା ଖରାପ ହେବା ଭଳି ସମସ୍ୟା ମଧ୍ୟ ହୋଇନଥାଏ । ବର୍ତ୍ତମାନ ବାମ ହାତରେ ଘଂଟା ବାନ୍ଧିବା ଏକ ଏଭଳି ସାଧାରଣ ପ୍ରଥା ହୋଇଯାଇଛି କି ଘଂଟା ତିଆରି କରୁଥିବା ବିଭିନ୍ନ କଂପାନୀମାନେ ମଧ୍ୟ ଘଂଟାର ଡିଜାଇନ୍ ବାମହାତରେ ପିନ୍ଧିବା ଅନୁଯାୟୀ କରୁଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ- ସାମ୍ନାକୁ ଆସିଲା ‘ତାଜମହଲ’ର ଭୟାନକ କାହାଣୀ ! ଆଜି ବି ପ୍ରେମିକ ଶାହଜାହାନଙ୍କ ପାଇଁ ଲୁହ ଢାଳୁଛନ୍ତି ମମତାଜ୍