ଭୋଡାଫୋନ ଲଂଚ କଲା ମାତ୍ର ୯୯୯ଟଙ୍କିଆ ୪ଜି ସ୍ମାର୍ଟଫୋନ ! ଜାଣନ୍ତୁ କଣ ରହିଛି କଂପାନୀର ସର୍ତ୍ତ

23

ଜିଓ ଫୋନ, ଏୟାରଟେଲ ଏବଂ ବିଏସଏନଏଲ ପରେ ଏବେ ଦେଶର ଦ୍ୱିତୀୟ ବଡ କଂପାନୀ ଭୋଡାଫୋନ ଲଂଚ କରିଛି ଶସ୍ତା ୪ଜି ସ୍ମାର୍ଟଫୋନ । ତେବେ ଭୋଡାଫୋନ ମାଇକ୍ରୋମାକ୍ସ ସହ ଭାଗୀଦାରୀରେ ଏହି ଫୋନଟିକୁ ଲଂଚ କରିଛି । ଯାହାର ନାଁ ରହିଛି ଭାରତ-୨ ଅଲଟ୍ରା ଏବଂ ଏହି ସ୍ମାର୍ଟଫୋନର ମୂଲ୍ୟ ରଖାଯାଇଛି ମାତ୍ର ୯୯୯ ଟଙ୍କା । ଏଠାରେ ଆମେ କହି ରଖିୁଛୁ କି, ଗତ ସପ୍ତାହରେ ହିଁ ବିଏସଏନଏଲ ମାଇକ୍ରୋମ୍ୟାକ୍ସ ସହ ମିଶି ଭାରତ-୧ ୪ଜି ଫିଚର ଫୋନ ଲଂଚ କରିଛି ଯାହାର ମୂଲ୍ୟ ରହିଛି ମାତ୍ର ୨, ୨୦୦ଟଙ୍କା ଏବଂ ଏହା ପରେ ଭୋଡାଫୋନ ବି ଲଂଚ କରିଛି ଶସ୍ତା ୪ଜି ଫିଚର ଫୋନ । ତେବେ ନଜର ପକାନ୍ତୁ କଣ ରହିଛି ଏହି ଶସ୍ତା ଫିଚର ଫୋନର ସ୍ୱତନ୍ତ୍ରତା ।

ଭାରତ-୨ ଅଲଟ୍ରାର ବୈଶିଷ୍ଟ୍ୟ

ଭାରତ ୨ ଅଲଟ୍ରା ୪ଜି ସ୍ମାର୍ଟଫୋନରେ ରହିଛି ୪ ଇଂଚର ଡବ୍ଲୁଭିଜିଏ ଡିସପ୍ଲେ ସହିତ ୧.୩ଜିଏଚଜେର କ୍ୱାଡକୋର ସ୍ପ୍ରିଡଟ୍ରମ ଏସସି୯୮୩୨ ପ୍ରୋସେସର, ୫୧୨ଏମବି ରାମ ଏବଂ ୪ଜିବି ଷ୍ଟୋରେଜ ବି ରହିଛି । ଏହାବ୍ୟତୀତ ଏହି ଫୋନରେ ୨ଏମବିର ରିୟର ଏବଂ ୦.୩ଏମପିର ପ୍ରଂଟ କ୍ୟାମେରା ମଧ୍ୟ ଦିଆଯାଇଛି । ଏଥିସହିତ ଫୋନରେ ଆଣ୍ଡ୍ରଏଡ ମାର୍ସମେଲୋ ୬.୦ ଏବଂ ୧୩୦୦ଏମଏଏଚର ବ୍ୟାଟେରୀ ମଧ୍ୟ ଦିଆଯାଇଛି ।

ଫୋନରେ କଣ ରହିଛି ଅଫର ଏବଂ ସର୍ତ୍ତ

ଏହି ଫୋନର ବାସ୍ତିବକ ମୂଲ୍ୟ ହେଉଛି ୨,୮୯୯ ଟଙ୍କା । ଅର୍ଥାତ୍ ଫୋନଟିକୁ କିଣିବା ସମୟରେ ଆପଣଙ୍କୁ ୨,୮୯୯ ଟଙ୍କା ଦେବାକୁ ପଡିବ । ଏହାପରେ ଫୋନରେ ଭୋଡାଫୋନର ସିମ କାର୍ଡ ବ୍ୟବହାର କରିବାକୁ ପଡିବ । ଏହି ଫୋନ ପାଇଁ ଭୋଡାଫୋନ ୧୫୦ ଟଙ୍କିଆ ଏକ ଦମଦାର ପ୍ଲାନ ମଧ୍ୟ ଲଂଚ କରିଛି । ଏଥିସହିତ ଫୋନଟିକୁ ୧୮ ମାସ ବ୍ୟବହାର କରିବା ପରେ କଂପାନୀ ଭୋଡାଫୋନ ‘ଏମ-ପେସା’ ୱାଲେଟରେ ୯୦୦ଟଙ୍କା କ୍ୟାସବ୍ୟାକ୍ ଦେବ ଏବଂ ୧୮ ମାସ ପରେ ୧,୦୦୦ ଟଙ୍କା କ୍ୟାସବ୍ୟାକ୍ ଦେବ । ଏଭଳି ଭାବେ ୧,୯୦୦ଟଙ୍କା କ୍ୟାସବ୍ୟାକ୍ ଆଧାରରେ ଫେରସ୍ତ ମିଳିଯିବ ।

ସୌଜନ୍ୟ: ଆଜତକ୍