ମାତ୍ର ୩୪୯ ଟଙ୍କାରେ ମୋବାଇଲ ଫୋନ । ୧୫ ଦିନ ପର୍ଯ୍ୟନ୍ତ ରଖୁଛି ଚାର୍ଜ, ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ

62

ମାତ୍ର ୩୪୯ ଟଙ୍କାରେ ଆପଣ କିଣିପାରିବେ ଏକ ଭଲ ବ୍ୟାଟେରୀ ବ୍ୟାକଅପ ରଖୁଥିବା ଫୋନ । ଯାହାକୁ ଲଂଚ କରିଛି ଭିବା ନାମକ କଂପାନୀ । ତେବେ ଏହା ଏକ ଫିଚର ଫୋନ ଅଟେ । ଯାହାକୁ ଭିବା କଂପାନୀ ଦୁଇଟି ଗ୍ଲାଜିଂ ଅପସନରେ ଲଂଚ କରିଛି ।

 

 

ସୂଚନା ମୁତାବକ, କଂପାନୀ, ଭିବା ଭି-ୱାନ ଫିଚର ଫୋନରେ ୬୫୦ ଏମଏଏଚର ବ୍ୟାଟେରୀ ଦେଇଛି । ଖାଲି ଏତିକି ନୁହେଁ କଂପାନୀର ଦାବି ରହିଛି କି, ଏହି ଫୋନରେ ବ୍ୟବହୃତ ହୋଇଥିବା ବ୍ୟାଟେରୀ ୧୫ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଡବାୟ ବ୍ୟାକଅପ ଦେଇପାରେ । ଆପଣ ଯଦି ଏହି ଫିଚର ଫୋନଟିକୁ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ସପକ୍ୟୁଜର ୱେବସାଇଟକୁ ଯାଇ କିଣିପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଭିବା ଭି-ୱାନ ଫିଚର ଫୋନରେ ୧.୪୪ ଇଂଚର ମୋନୋକ୍ରୋମ ଡିସପ୍ଲେ ଦିଆଯାଇଛି । ଫୋନରେ ଟାଇପ ପାଇଁ ଆଲ୍ଫାନ୍ୟୁମରିକ୍ କିପ୍ୟାଡ ଦିଆଯାଇଛି । ଏଥିସହିତ ଏହି ଫୋନରେ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାର ସପୋର୍ଟ ମଧ୍ୟ ଦିଆଯାଇଛି । ତେବେ ଏହି ଫାନଟି ଭାରତର ଦ୍ୱିତୀୟ ଶସ୍ତା ଫିଚର ଫୋନ ବୋଲି କହିଲେ କିଛି ଭୁଲ ହେବନାହିଁ । କାରଣ ଏହାପୂର୍ବରୁ ବି ୨୯୯ ଟଙ୍କାରେ ଡିଟେଲ ଡି-୧ ଫିଚର ଫୋନ ଲଂଚ ହୋଇସାରିଛି ।