ଖେଳ ଛାଡି ଏବେ ପାଣି ବିକିବେ ବିରାଟ୍ କୋହଲି ! 

69

ଟିମ୍ ଇଣ୍ଡିଆର ଅଧିକାନୟ ବିରାଟ୍ କୋହଲି । କ୍ରିଜରେ ନିଜ ଘାତକ ବ୍ୟାଟିଂକୁ ନେଇ ସୃଷ୍ଟି କରିଛନ୍ତି ଅନେକ ରେକର୍ଡ । ଖାଲି ଖେଳ ନୁହେଁ ବରଂ ନିକଟରେ କୋହଲି ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କୁ ବିବାହ କରି ବି ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହି ଖେଳାଳିଙ୍କ ନାଁ ଏବେ ଭାରତର ଧନୀ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛି । ସବୁବେଳେ ନିଜର ନିଆରା ଷ୍ଟାଇଲ ଏବଂ ଦମଦାର ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ବିରାଟ କୋହଲି ବ୍ୟବସାୟ ଜଗତରେ ମଧ୍ୟ ଏକ ଅଦଭୁତପୂର୍ବ ସ୍ଥାନ ଅଧିକାର କରିସାରିଛନ୍ତି ।

ସ୍ପୋଟର୍ସ ଆଣ୍ଡ ଫ୍ୟାସନ ୱୟାର, ଜିମ ଚେନ ଏବଂ ଟେକ୍ ଷ୍ଟାର୍ଟଅପରେ ଧମାକାଦାର ଏଂଟ୍ରି ପରେ କୋହଲି ବର୍ତ୍ତମାନ ନିଜର ବ୍ରାଣ୍ଡ ୱନ୮ ଜରିଆରେ ପାନିୟ ଜଳ ବ୍ୟବସାୟରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏଠାରେ ଆମେ କହି ରଖୁଛୁ କି, ନିକଟରେ କୋହଲି ବଲିଉଡ କିଙ୍ଗ ଖାନ ତଥା ଶାହରୁଖ ଖାନଙ୍କୁ ପଛରେ ପକାଇ ଦୁଇ ହଜାର କୋଟି ଟଙ୍କାରୁ ଅଧିକର ବ୍ରାଣ୍ଡ ହୋଇଥିଲେ ।

ଗଣ ମାଧ୍ୟମରେ ପ୍ରକାଶିତ ଖବର ମୁତାବକ, କୋହଲିଙ୍କ ସହ ମିଶି ଟ୍ୟାଲେଂଟ ମ୍ୟାନେଜମେଂଟ କମ୍ପାନୀ କର୍ଣ୍ଣରଷ୍ଟୋନ ସ୍ପୋର୍ଟ ଆଣ୍ଡ ଏଂଟରଟେନମେଂଟ କହିଛି ଯେ, କ୍ରିକେଟ କ୍ୟାପଟେନ ବ୍ରାଣ୍ଡ ୱାନ ୮ ନାମରେ ଫ୍ଲେବର୍ଡ଼ ଏବଂ ଭିଟାମିନ ପ୍ୟାକେଜଡ ୱାଟର ଲଂଚ କରିବାକୁ ନେଇ ଯୋଜନା ପ୍ରସ୍ତୁତ କରୁଛି । ସୂଚନା ମୁତାବକ, ଗତବର୍ଷ ପେପ୍ସିକୋ ସହିତ କୋହଲି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଛି । ଯାହାକୁ କୌଣସି ବଡ ସ୍ତରରେ ବ୍ୟବହାର କରାଯାଉଥିବା ବେଭରେଜ ବ୍ରାଣ୍ଡରେ ଏହା ପ୍ରଥମ ନିବେଶ ରହିବ । କର୍ଣ୍ଣରଷ୍ଟୋନ ସ୍ପୋର୍ଟ ଆଣ୍ଡ ଏଂଟରଟେନମେଂଟ୍ ବାହାର ଷ୍ଟକ ହୋଲ୍ଡର୍ସଙ୍କ ସହ ମିଶି ମାନ୍ୟୁଫାକରିଂ ସହ ଟାଇଅପ ଏବଂ ଡିଷ୍ଟ୍ରିବ୍ୟୁସନକୁ ନେଇ ମଧ୍ୟ ଆଲୋଚନା ଜାରି ରଖିଛି ।

ଖବର ଅନୁସାରେ, ଆସନ୍ତା ମାସ ସୁଦ୍ଧା ଏହି ଡିଲଟି ସଂପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି । ୨୯ ବର୍ଷୀୟ କୋହଲି ଗତ ବର୍ଷ ତାଙ୍କ ବ୍ରାଣ୍ଡ ୱାନ ୮ ଜରିଆରେ ଜର୍ମାନୀର ଲାଇଫଷ୍ଟାଇଲ କଂମ୍ପାନୀ ପୁମା ସହିତ ମିଶି ଅପାରେଲ,ଫୁଟ ୱୟାର ଏବଂ ଆସୋସୋରିଜ ସେକ୍ଟରରେ ପ୍ରବେଶ କରିଥିଲେ । ତେବେ ସ୍ପୋର୍ଟସ ଆଣ୍ଡ ଫ୍ୟାଶନ ୱୟାର ଜିମ ଚେନ ଏବଂ ଟେକ ଷ୍ଟାର୍ଟଅପରେ ଧମାକାଦାର ଉପସ୍ଥିତି ପରେ ସେ ଏବେ ତାଙ୍କ ବ୍ରାଣ୍ଡ ବନ୮ ଜରିଆରେ ପ୍ୟାକେଜଡ ୱାଟର ବିଜେନେସକୁ ମଧ୍ୟ ଓହ୍ଲାଇଛନ୍ତି । ବିରାଟ କୋହଲି ମଧ୍ୟ ବିଜେନେସ ଦୁନିଆରେ ନିଜର ଏକ ଭିନ୍ନ ସ୍ଥାନ ତିଆରି କରି ସାରିଛନ୍ତି ।

ସୌଜନ୍ୟ: ନ୍ୟୁଜ-୧୮