ଏଣିକି ଜନତାଙ୍କ କଥାରେ ଭୁଲ ମାଗିବାକୁ ବାଧ୍ୟହେବେ ମୁଖ୍ୟମନ୍ତ୍ରୀ ! ହେଲେ ଏଥିପାଇଁ ଆପଣଙ୍କୁ କରିବାକୁ ହେବ କେବଳ ଏହି ଗୋଟିଏ କାମ

35

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶିରୋମଣି ଅକାଳୀ ଦଳର ନେତା ବିକ୍ରମ ମାଜିଠିଆଙ୍କୁ ଡ୍ରଗ୍ସ ବ୍ୟବସାୟୀ କହି ପରେ କ୍ଷମା ମାଗିବା ଘଟଣାକୁ ନେଇ ଏବେ ଦଳରେ ଭୂକମ୍ପ ସୃଷ୍ଟି ହୋଇଛି । ଏନେଇ କିଛି ନେତା ମଧ୍ୟ ଦଳ ଛାଡିବାକୁ ନିଷ୍ପତି ବି ନେଇସାରିଥିବା ଖବର ସାମ୍ନାକୁ ଆସିଛି । ତେବେ ଅନ୍ୟ ପକ୍ଷରେ ବିଭିନ୍ନ ସୋସିଆଲ ମିଡିଆରେ ବି ଏହାକୁ ନେଇ ଅନେକ ସମାଲୋଚନା ଏବଂ କଟାକ୍ଷ ଜାରି ରହିଛି । ଯଦିଓ କେଜ୍ରିୱାଲ କ୍ଷମା ମାଗିବା ପ୍ରସଙ୍ଗକୁ କିଛି ମାତ୍ରାରେ ଲୋକେ ଉଚିତ ବୋଲି ମନେ କରିଛନ୍ତି ମାତ୍ର ଏସବୁ ଭିତରେ ଅଧିକ ଭାରି ପଡିଛି କେଜ୍ରିୱାଲଙ୍କ କ୍ଷମା ପ୍ରାର୍ଥନା ଉପରେ ତାଙ୍କୁ ୟୁଜର୍ସ କରିଥିବା ଟ୍ରୋଲ ।

ଆଉ ସବୁ ସୀମା ସେତେବେଳେ ଟପି ଯାଇଛି ଯେତେବେଳେ ଜଣେ ୟୁଜର ଏକ ଏଭଳି ୱେବସାଇଟ୍ ତିଆରି କରିଛି ଯେଉଁଥିରେ ଜଣେ ସାଧାରଣ ଲୋକ ଚାହିଁଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କଠାରୁ କ୍ଷମା ମଗାଇପାରିବ । ଅର୍ଥାତ୍ ଏଥିରେ ଆପଣ ଆପଣଙ୍କର ନାଁ ଟାଇପ କରି , ଆପଣ କେଜ୍ରିୱାଲଙ୍କୁ ଆପଣଙ୍କୁ କ୍ଷମାମାଗିବା ପାଇଁ ବାଧ୍ୟ କରିପାରିବେ । ଏଥିପାଇଁ ଆପଣ ୱେବସାଇଟ http://kejriwalapology.xyz/କୁ ଯାଇ ନିଜ ନାଁ ଲେଖିବେ ଏବଂ ଯେମିତି ହିଁ ଆପଣ ସବମିଟ୍ ବଟନ ଉପରେ କ୍ଲିକ୍ କରିବେ ତେବେ ଏଠାରେ କ୍ଷମା ପ୍ରାର୍ଥନା ନିମନ୍ତେ ଏକ ଲିଖିତ ହସ୍ତାକ୍ଷର ଚାଲି ଆସିବ । ଆଉ ବଡ କଥା ହେଲା ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ହସ୍ତାକ୍ଷର ରହିଛି । ଯେଉଁଥିରେ ସେ ଖୋଦ କ୍ଷମା ପ୍ରାର୍ଥନା କରୁଛନ୍ତି । ତେବେ ମଜା ଉଠାଇବା ପାଇଁ ତିଆରି କରାଯାଇଥିବା ଏହି ୱେବସାଇଟଟିର ଲୋକେ ମନଖୋଲି ମଜା ଉଠାଉଛନ୍ତି ଏବଂ ନିଜ ନିଜର ନାଁରେ ତିଆରି ହୋଇଥିବା ଏହି କ୍ଷମାପତ୍ରକୁ ସୋସିଆଲ ମିଡିଆରେ ବି ସେୟାର କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶିରୋମଣି ଅକାଳୀ ଦଳର ନେତା ବିକ୍ରମ ମାଜିଠିଆଙ୍କୁ ଡ୍ରଗ୍ସ ବ୍ୟବସାୟୀ କହି ପରେ କେଜ୍ରିୱାଲଙ୍କ କ୍ଷମା ମାଗିଛନ୍ତି । ଯାହାକୁ ନେଇ ଦଳରେ ଏବେ ଆଲୋଡନ ସୃଷ୍ଟି ହୋଇଛି । ତେଣୁ ପଂଜାବ୍ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଜାଣି ଆଜି ଦିଲ୍ଲୀରେ ଡକା ଯାଇଛି ବୈଠକ ।