ରୋଜଗାରର ନୂଆ ଫଣ୍ଡା: କେଶ ବିକି, ବନ୍ଧୁତା କରି ଓ ଫଟୋ ଅପଲୋଡ୍ କରି ରୋଜଗାର କରନ୍ତୁ ମୋଟା ଅଙ୍କର ଟଙ୍କା

161

ବର୍ତ୍ତମାନ ଯୁଗରେ ଯାହା ପାଖରେ ଟଙ୍କା ନାହିଁ ତାଙ୍କୁ କେହି ପଚାରନ୍ତି ନାହିଁ । ଏପରିକି ନିଜ ପରିବାର ଲୋକ ମଧ୍ୟ ଅର୍ଥାଭାବ ସମୟରେ ହାତ ଛାଡ଼ି ପଳାନ୍ତି । ଏଥିପାଇଁ ବର୍ତ୍ତମାନ ପ୍ରାୟ ସମସ୍ତେ ଟଙ୍କା ପଛରେ ଦୌଡ଼ୁଥିବାର ଦେଖାଯାଇଥାଏ । ଏପରିକି ବର୍ତ୍ତମାନ ରୋଜଗାର କରିବାର ଅନେକ ପନ୍ଥା ମଧ୍ୟ ବାହାରିଲାଣି । ଯଦି ଆପଣ ଅନ୍ଲାଇନରେ ରୋଜଗାରର ପନ୍ଥା ଖୋଜିବାକୁ ଯିବେ ସେଠାରେ ଏପରି ଉପାୟ ଦେଖିବାକୁ ମିଳିବ, ଯାହା ବିଷୟରେ ଆପଣ ସ୍ୱପ୍ନରେ ମଧ୍ୟ ଚିନ୍ତା କରି ନ ଥିବେ । ଆସନ୍ତୁ ଜାଣିବା ଟଙ୍କା ରୋଜଗାର କରିବାର କିଛି ଏପରି ଉପାୟ ଯାହା ବିଷୟରେ ଆପଣ କେବେ ମଧ୍ୟ ଶୁଣି କିମ୍ବା ଭାବି ନଥିବେ ।

କେଶ ବିକ୍ରି କରିବା 

ପ୍ରାୟତଃ ସମସ୍ତଙ୍କର ଦୈନିକ ବହୁତ ପରିମାଣର କେଶ ଝଡ଼ିଥାଏ । ଆମେ ଘର ଅପରିଷ୍କାର ହେବ ଭାବି ସେହି କେଶକୁ ସାଧାରଣତଃ ଆବର୍ଜନାରେ ଫିଙ୍ଗି ଦେଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ସେହି କେଶକୁ ନ ଫିଙ୍ଗି ବରଂ ତାକୁ ବିକ୍ରି କଲେ ଆପଣଙ୍କୁ ଭଲ ଟଙ୍କା ମିଳିପାରିବ । ଏପରିକି ‘ଇବେ’ ଏବଂ ‘ହେୟାରଓ୍ଵାର୍କ ଡଟ୍ କମ’ ଆଦି ଅନ୍ଲାଇନ ୱେବସାଇଟଗୁଡ଼ିକରେ ମଧ୍ୟ କେଶ ବଦଳରେ ଗ୍ରାହକଙ୍କୁ ଭଲ ଟଙ୍କା ପ୍ରଦାନ କରାଯାଇଥାଏ ।

ରେଣ୍ଟ ଏ ଫ୍ରେଣ୍ଡ

ଦୁଃଖ ହେଉବା ସୁଖ ସବୁବେଳେ ଏକ ପ୍ରକୃତ ବନ୍ଧୁ ହିଁ ସାଙ୍ଗରେ ଠିଆ ହୋଇଥାଏ । ତେବେ ଅନଲାଇନରେ ‘ରେଣ୍ଟ ଏ ଫ୍ରେଣ୍ଡ ଡଟ୍ କମ’ ନାମକ ଏକ ୱେବସାଇଟ ରହିଛି । ଏଥିରେ ଯେଉଁ ବ୍ୟକ୍ତିଙ୍କୁ ଯେକୌଣସି ସମୟରେ ବନ୍ଧୁଙ୍କର ଆବଶ୍ୟକତା ହୋଇଥାଏ ତାଙ୍କୁ ଘଣ୍ଟା ପ୍ରତି ୫୦ ଡ଼ଲାର ହିସାବରେ ଜଣେ ବ୍ୟକ୍ତିଙ୍କୁ ବନ୍ଧୁ ହିସାବରେ ଦିଆଯାଇଥାଏ । ଏହା ସହ ୱେବସାଇଟ ସହ କାମ କରୁଥିବା କର୍ମଚାରୀଙ୍କୁ ମାଗଣା ଖାଇବା, ରହିବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ ।

ପୋଷାକ ପିନ୍ଧି ସେଲଫି ନେବା 

‘ଷ୍ଟାଲନିଟି’ ନାମକ ଏକ ମୋବାଇଲ ଆପ୍ ରହିଛି । ଏହି ଆପରେ ଯେକୌଣସି ପୋଷାକ ପରିଧାନ କରି ତାହାର ଫଟୋ ଉଠାଇ ଯେଉଁ ବ୍ରାଣ୍ଡର ପୋଷାକ ପିନ୍ଧିଥାନ୍ତି ତାହାକୁ ଟ୍ୟାଗ କରିବାକୁ ପଡ଼ିଥାଏ । ଯଦି ଆପଣଙ୍କ ଫଟୋକୁ ଦେଖି କୌଣସି ବ୍ୟକ୍ତି ସେହି ବ୍ୟାଣ୍ଡର ପୋଷାକ କିଣିଥାନ୍ତି ତେବେ ଆପଣଙ୍କୁ ସେହି ବ୍ରାଣ୍ଡ ତରଫରୁ ପୋଷାକର ୨୦% ଟଙ୍କା କମିସନ୍ ଦିଆଯାଇଥାଏ ।