କେତେ ଥର ଭାଙ୍ଗିଛନ୍ତି ଟ୍ରାଫିକ୍ ରୁଲ୍ ? ଏଣିକି ମୋବାଇଲ ଆପରୁ ଜାଣିପାରିବେ ପୁଲିସ, ୩ରୁ ଅଧିକ ଥର ନିୟମ ଭାଙ୍ଗିଥିଲେ ରଦ୍ଦ ହୋଇଯିବ ଲାଇସେନ୍ସ

25

ଆପଣ କେତେ ଥର ଟ୍ରାଫିକ୍ ନିୟମ ଭାଙ୍ଗିଛନ୍ତି, ଏସଂପର୍କରେ ଜାଣିବା ପାଇଁ ପୁଲିସ ଏବେ ଆଉ କୌଣସି ଦସ୍ତାବିଜ ଖୋଜିବ ନାହିଁ ବରଂ ଏହି କାମ ପୁଲିସ ମୋବାଇଲ ଆପେ ଜରିଆରେ ହିଁ କରିପାରିବେ । ଯେଉଁଥିରେ ଗାଡି ସଂପର୍କିତ ସମସ୍ତ ତଥ୍ୟ ପୂର୍ବରୁ ହିଁ ଗଚ୍ଛିତ ଥିବ । ତେବେ ଏହି ଆପଟିକୁ ସମସ୍ତ ଟ୍ରାଫିକ୍ କର୍ମୀଚାରୀମାନେ ନିଜ ମୋବାଇଲରେ ଡାଉନଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଚାଲକ ଧରା ପଡନ୍ତି ତେବେ ତୁରନ୍ତ ଜଣା ପଡିଯିବ କି ସେ କେତେ ଥର ଟ୍ରାଫିକ୍ ରୁଲ୍ ଭଙ୍ଗ କରିଛନ୍ତି ।

ସୂଚନା ମୁତାବକ, ଟ୍ରାଫିକ୍ ପୁଲିସ ଏଭଳି ହିଁ ଏକ ମୋବାଇଲ ପ୍ରସ୍ତୁତ କରିଛି । ଯେଉଁଥିରେ ରାଜ୍ୟର ସମସ୍ତ ଗାଡିମାନଙ୍କର ତଥ୍ୟ ଉପଲବ୍ଧ ରହିଛି । ଏହି ମୋବାଇଲ ଆପଟିକୁ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଡାଉନଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୌଣସି ବି ଗାଡିର ନମ୍ବର ଫିଡ କରିବା ଦ୍ୱାରା ସମସ୍ତ ସୂଚନା ସାମ୍ନାକୁ ଚାଲିଆସିବ । ଜଣା ପଡିଯିବ କି, ଚାଳକ ଜଣକ କେବେ ଆଉ କେତେ ଥର ଟ୍ରାଫିକ୍ ନିୟମ ଭାଙ୍ଗିଛନ୍ତି । ଏଥିସହିତ ହିଁ ଉକ୍ତ ଚାଳକ ଜଣକ କିଭଳି ପ୍ରକାରର ନିୟମ ଭାଙ୍ଗିଛନ୍ତି । ଯଦି କୌଣସି ଚାଳକଙ୍କ ବିରୋଧରେ ୩ରୁ ୪ ଥର ନିୟମ ଉଲ୍ଲଂଘନ କରିଥିବା ସୂଚନା ମିଳେ ତେବେ ତାଙ୍କର ଲାଇସେନ୍ସ ରଦ୍ଦ କରିଦିଆଯିବ । ଟ୍ରାଫିକ ପୁଲିସ ଆରଟିଓକୁ ଲାଇସେନ୍ସ ରଦ୍ଦ କରିବାର ସୁପାରିସ କରିବ ।

ତେବେ ପ୍ରଥମ ପର୍ଯ୍ୟାୟରେ ଜମ୍ମୁ-କାଶ୍ମୀରରେ ୧୫ ଲକ୍ଷ ଗାଡି ପଂଜିକୃତ ହୋଇଛି । ଯେଉଁଥିରେ ପାଖପାଖି ୧ ଲକ୍ଷ ବ୍ୟବସାୟୀକ ଗାଡି ରହିଥିବା ବେଳେ ପାଖାପାଖି ୧୪ ଲକ୍ଷ ବ୍ୟକ୍ତିଗତ ଗାଡି ରହିଛି । ଏସମସ୍ତ ଗାଡିଗୁଡିକର ରେକର୍ଡ ମୋବାଇଲ ଆପରେ ଏବେ ଅପଲୋଡ କରାଯାଉଛି ।