କୋର୍ଟରେ ଚାଲୁଥିବା କୌଣସି ମାମଲାକୁ ଲଢିବାରେ ଆପଣ ଅସମର୍ଥ କି ? ତେବେ ତୁରନ୍ତ ଇନଷ୍ଟଲ କରନ୍ତୁ ଏହି ଆପ୍, ଉଭୟ ଆଇନ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ମିଳିବ ସହାୟତା
ଆପଣମାନଙ୍କ ମଧ୍ୟରେ ଏଭଳି ଅନେକ ଲୋକ ରହିଥିବେ ଯେଉଁମାନଙ୍କର କି କୋର୍ଟରେ କିଛି ନା କିଛି ମାମଲା ଚାଲିଥିବ । ଯେଉଁଥିପାଇଁ ଆପଣଙ୍କୁ କୋର୍ଟକୁ ବାରମ୍ବାର ଦୌଡିବା ସହିତ ଗୁଡାଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡୁଥିବ । ସେହିପରି ଥରେ ଭାବନ୍ତୁ ତ ଜଣେ ଗରିବ ଲୋକଟିଏ ପାଇଁ ଏହା କେତେ କଷ୍ଟକର ହୋଇଥିବ । ତେବେ ଏହାକୁ ଦୃଷ୍ଟିରେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଆପ ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା ଆପଣଙ୍କର ପ୍ରତ୍ୟେକଟି ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇପାରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦି ଆପଣ ଆପଣଙ୍କର କୋର୍ଟରେ ଥିବା କୌଣସି ମାମଲାକୁ ଲଢିବାରେ ଉଭୟ ଆର୍ଥିକ ଏବଂ ଆଇନ ଦୃଷ୍ଟିରୁ ଅସମର୍ଥ ଅଟନ୍ତି ତେବେ ଆପଣଙ୍କର ସହାୟତା କରିବ advok8.in Third party litigation funding । ତେବେ ଏହି ଆପଟି ନା ହିଁ ଖାଲି ଆଇନ ଦୃଷ୍ଟିରୁ ସହାୟତା କରିବ ବରଂ ଆର୍ଥିକ ଦୃଷ୍ଟି କୋଣରୁ ବି ସହାୟତା କରିବ । Advok8ର ମୁଖ୍ୟଙ୍କ କହିବା କଥା ହେଲାକି, ଏହି ଆପଟିର ଏକ ମାତ୍ର ଉଦ୍ଦେଶ୍ୟ ଲୋକଙ୍କୁ ଆଇନ କ୍ଷେତ୍ରରେ ପୂରା ରୂପରେ ସଚେତନ କରିବା । ଏଯାବତ୍ ପାଖାପାଖି ୧୦୦୦୦ରୁ ଅଧିକ ଓକିଲ ଏହି ଆପରେ ସାମିଲ ଅଛନ୍ତି । ଏବଂ ଏହି ଆପଟିରେ ଦୁଅ ଜଣ ଜଣାଶୁଣା ଟେକନୋଲଜିରୁ ଓଳିଲମାନଙ୍କର କାର୍ଯ୍ୟକ୍ଷମତାରେ ବୃଦ୍ଧିପାଇଛି । ସେମାନଙ୍କର କାମ ପୂର୍ବପେକ୍ଷା ଅଧିକ ସୁଚାରୁ ରୂପେ ଚାଲୁଅଛି ।
ଯଦି ଆପଣ କୋର୍ଟରେ ଚାଲୁଥିବା କେସକୁ ଲଢିବାରେ ଅସମର୍ଥ ଅଟନ୍ତି ତେବେ ଏହି ଆପଟି ଆପଣଙ୍କୁ ସାହାର୍ଯ୍ୟ କରିବ । ଏହାକୁ ଆପଣ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଡାଉନଲୋଡ କରିପାରିବେ ଏବଂ ଇନଷ୍ଟଲ କରିବା ପରେ ଆପଣଙ୍କୁ ଅପସନ ଅନୁସାରେ ନିଜର ସମସ୍ୟା ଦେବାକୁ ପଡିବ ।