ବିନା ସିମ ବଦଳାଇ କିମ୍ବା ପ୍ରୋଟେବୁଲ ନକରି ବି ଏୟାରଟେଲର ସବୁ ସେବାର ଲାଭ ଉଠାଇ ପାରିବେ ଟାଟା ୟୁଜର୍ସ । ଜାଣନ୍ତୁ କିପରି

35

ଟାଟା ଗ୍ରୁପର ଟେଲିକମ ସେବା ପ୍ରଦାନ କାରୀ କଂପାନୀ ଟାଟା ଟେଲ ସର୍ଭିସେସର ମୋବାଇଲ ସେବା ବନ୍ଦ ହେବା ଖବର ସାମ୍ନାକୁ ଆସିବା ପରେ ଗ୍ରାହକଙ୍କ ମଧ୍ୟରେ ଭାଳେଣୀ ପଡିଯାଇଛି । ସମସ୍ତଙ୍କ ମନରେ ଗୋଟିଏ ଭୟ କାଳେ ତାଙ୍କ ସିମ ବି ବନ୍ଦ ହୋଇଯିବନି ତ ଏପରିକି ଏହି ଭୟରେ କିଛି ଗ୍ରାହକ ନିଜ ସିମର ନେଟୱର୍କକୁ ବି ଅନ୍ୟ ନେଟୱର୍କରେ ବଦଳାଇ ଦେଲେଣି । ହେଲେ ଏଣିକି ବୋଧହୁଏ ଆପଣଙ୍କୁ କୌଣସି ଚିନ୍ତା କରିବାକୁ ପଡିନପାରେ । ଅର୍ଥାତ୍ ଆପଣ ବିନା ନିଜର ସିମ ବଦଳାଇ ଏୟାରଟେଲର ସମସ୍ତ ସେବା ଓ ସୁବିଧାର ଲାଭ ଉଠାଇ ପାରିବେ । କାରଣ ନିକଟରେ ଏହି ଦୁଇ ଟେଲିକମ କଂପାନୀ ମଧ୍ୟରେ ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ଦୁଇଟି ଯାକ କଂପାନୀ ପାର୍ଟନର୍ସିପ କରିଛନ୍ତି ।

ସୂଚନା ମୁତାବକ ଉଭୟ କଂପାନୀଙ୍କ ମଧ୍ୟରେ ଇଂଟ୍ରା ସର୍କଲ ରୋମିଂ ଆଇସିଆର ଏଗ୍ରିମେଂଟ ହୋଇଛି । ଏହି ବ୍ୟବସ୍ଥା ଆଧାରରେ ଟାଟାର ୟୁଜର୍ସ, ଏୟାରଟେଲର ସମସ୍ତ ସୁବିଧାର ଲାଭ ଉଠାଇ ପାରିବେ । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ସୁବିଧା ୟୁପି, ବିହାର ଏବଂ ୱେଷ୍ଟ ବେଙ୍ଗଲରେ ଲାଗୁ କରାଯିବ । ଆଗାମୀ ଦିନମାନଙ୍କରେ ଟାଟା ଟେଲିସର୍ଭିସେସର ସମସ୍ତ ୟୁଜର୍ସ ଏୟାରଟେଲର ସର୍ଭିସର ଲାଭ ଉଠାଇପାରିବେ । ବଡ କଥା ହେଲା, ଟାଟା ୟୁଜର୍ସଙ୍କୁ ଏୟାରଟେଲର ସବୁ ସେବା ଓ ଅଫରର ଲାଭ ଉଠାଇ ପାରିବେ । ଅର୍ଥାତ୍ ଟାଟାରେ ସିମ ହିଁ ଏୟାରଟେଲର ନେଟୱର୍କ ଆସିବାକୁ ଲାଗିବ ଆଉ ଯାହାଦ୍ୱାରା ଟାଟାର ୟୁଜର୍ସ ଏୟାରଟେଲ କଂପାନୀର ଅଫରଗୁଡିକର ଲାଭ ବି ଉଠାଇ ପାରିବେ ।

ଖାଲି ସେତିକି ନୁହେଁ, ଟାଟା ନମ୍ବରର ଏୟାରଟେଲରେ ପରିବର୍ତ୍ତନ ପରେ ବି ଯଦି ୟୁଜର୍ସ ଚାହିଁବେ ତେବେ ଏୟାରଟେଲର ଅଫରଗୁଡିକର ଲାଭ ଉଠାଇପାରିବେ କିମ୍ବା ଏବେ ଟାଟାର ପ୍ଲାନ ଚାଲୁଥିବ ସେହି ପ୍ଲାନକୁ ବି ଆଗକୁ ମଧ୍ୟ ଚଲାଇ ପାରିବେ, ଯେପର୍ଯ୍ୟନ୍ତ ୟୁଜର ନିଜେ ତାକୁ ପରିବର୍ତ୍ତନ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ନିକଟରେ ଟାଟା ଟେଲିସର୍ଭିସେସ୍ ଲିମିଟେଡ ଏବଂ ଟାଟା ଟେଲିସର୍ଭିସେସ ମହାରଷ୍ଟ୍ର ଲିମିଟେଡ ନିଜର କଂଜ୍ୟୁମର ମୋବାଇଲ ବିଜନେସକୁ ଏୟାରଟେଲରେ ଅନ୍ତର୍ଭକ୍ତ କରିବାକୁ ଘୋଷଣା କରିଥିଲେ । ଯାହାକୁ ଟେଲିଫୋନ ରେଗ୍ୟୁଲେଟରୀ ଅର୍ଥରିଟି ଅଫ ଇଣ୍ଡିଆ ଏବଂ ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆଠାରୁ ମଂଜରୁୀ ମିଳିବା ବାକି ରହିଛି । ତେବେ ଏହି ମିଶ୍ରଣ ଶେଷ ହେବା ପରେ ଟାଟା ଟେଲି ପାଖରେ ଥିବା ୪ କୋଟି ଗ୍ରାହକ ଏୟାରଟେଲରେ ମିଶିଯିବେ । ଦେଶର ୧୯ଟି ସର୍କଲରେ ଟାଟା ଟେଲିର ସ୍ପେକ୍ଟ୍ରମ୍ ରହିଛି । ତେଣୁ ଏହି କଂପାନିକୁ ଅଧିଗ୍ରହଣ ଦ୍ୱାରା ଏୟାରଟେଲର ସ୍ଥିତି ଏହି ସବୁ ସର୍କଲଗୁଡ଼ିକରେ ଆହୁରି ମଜବୁତ ହେବ । ଏଥିସହିତ ଟାଟା ପକ୍ଷରୁ ସୂଚନା ମିଳିଛି କି, କଂପାନୀ ନିଜର ଗ୍ରାହକଙ୍କୁ ଆଇସିଆର ବ୍ୟବସ୍ଥା ଅଧାରରେ ଏୟାରଟେଲ ନେଟୱର୍କରେ ପରିବର୍ତ୍ତନ କରିବାକୁ ନିଷ୍ପତି କରିଛି ଏବଂ ବିନା କୌଣସି ସମସ୍ୟାରେ ଗ୍ରାହକଙ୍କୁ ଏକ ଭଲ ସର୍ଭିସ ଦେବାକୁ ପ୍ରତିଶ୍ରୁତି ମଧ୍ୟ କଂପାନୀ ତରଫରୁ ଘୋଷଣା କରାଯାଇଛି ।