ପୁଅ ହେବ ତ ଏମିତି ! ଦେଖିପାରିଲାନି ମାଆର କଷ୍ଟ, ତିଆରି କରିଦେଲା ରୁଟି ମେକର

41

ଆପଣ ପ୍ରତିଦିନ କୌଣସି ନା କୌଣସି ଖବର କାଗଜରେ ହେଉ କିମ୍ବା ଗଣମାଧ୍ୟମରେ ହେଉ ସନ୍ତାନମାନେ କେତେବେଳେ ନିଜ ଜନ୍ମିତ ବାପା ମାଆକୁ ଜୀବନରୁ ମାରିଦେଲେଣି ତ ପୁଣି କେତେବେଳେ ଘରୁ ତଡି ଦେଉଥିବା ଖବର ଦେଖୁଥିବେ କିମ୍ବା ପଢୁଥିବେ ନିଶ୍ଚିୟ । ଆପଣଙ୍କର ମନେ ଥିବ ନିକଟରେ ବାଲେଶ୍ୱର ବସ୍ତାରେ ଜଣେ ବ୍ୟକ୍ତି ନିଜ ଜନ୍ମକଲା ମାଆକୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ଅତି ନିର୍ମମ ଭାବରେ ମାଡ ମାରିଥିଲା । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କେବଳ ଏହି ଗୋଟିଏ ଘଟଣା ନୁହେଁ ଏଭଳି ଘଟଣା ତ ପ୍ରତିଦିନ କେଉଁଠି ନା କେଉଁଠି ଘଟୁଛି । ଏପରିକି ଟଙ୍କା ଲୋଭରେ ଅନ୍ଧ ହୋଇ ନିଜ ଜନ୍ମକଲା ବାପାମାଆଙ୍କୁ ହତ୍ୟା କରିବାକୁ ବି ପଛାଉନାହାଁନ୍ତି ଆଜିର ଏହି ଅବିବେକି ମଣିଷ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ସୁଯୋଗ୍ୟ ସନ୍ତାନ ବିଷୟରେ ଜଣାଇବୁ ଯାହା କୌଣସି କାହାଣୀ ନୁହେଁ ବରଂ ବାସ୍ତବ ଅଟେ । ମାଆର କଷ୍ଟ ଦେଖି ନପାରି କିଭଳି ଏକ ପୁଅ ରାତିଦିନ ଏକକାର କରି ମାଆର କଷ୍ଟକୁ ଲାଘବ କରିବାକୁ ଚାହିଁଛି, ତାହା ଏଠାରେ ଆମେ ଆଲୋଚନା କରିଛୁ । ତେବେ ପଢନ୍ତୁ ବୋମଇଙ୍କ କାହାଣୀ…..

କର୍ଣ୍ଣାଟକରେ ରହୁଥିବା ୪୧ ବର୍ଷୀୟ ବୋମଇଙ୍କ ଭିତରେମ ସବୁବେଳେ କିଛି ନୂଆ କରିବାର ଇଚ୍ଛା ରହିଥିଲା । ସେ ସାଇକେଲ ତିଆରି କରୁଥିବା ଦୋକାନରୁ ପ୍ରଥମେ ନିଜ ବ୍ୟବସାୟ ଆରମ୍ଭ କରିଥିଲେ ଆଉ ଏବେ ତାଙ୍କ ପାଖରେ ଲାଇସେନ୍ସ ପ୍ରାପ୍ତ ଏକ ଓାର୍କସପ ରହିଛି । ନିକଟରେ ସେ ଏଭଳି ଏକ ନିଆରା ରୁଟି ତିଆରି ମେସିନ ଉଦଭାବନ କରିଛନ୍ତି , ଯାହାକି ଏକାଥରକରେ ୧୮୦ଟି ରୁଟି ପ୍ରସ୍ତୁତ କରିବାରେ ସକ୍ଷମ ଅଟେ । ସେ ନିଜ ମାଆ ଏବଂ ଗାଁର ମହିଳାମାନଙ୍କୁ ଘରମାନଙ୍କରେ ରୁଟି ତିଆରି ସମୟରେ ଅନେକ ଅସୁବିଧାର ସାମ୍ନା କରୁଥିବାର ଦେଖିଥିଲେ । ଏଥିପାଇଁ ସେ ରୁଟିମେକର ନିର୍ମାଣ କରିବାକୁ ଚିନ୍ତା କରିଥିଲେ, ଯାହାକି ତାଙ୍କ ପାଇଁ ଭଲ ପ୍ରମାଣିତ ହୋଇଥିଲା ।

ବୋମଇଙ୍କୁ ମଧ୍ୟ ରୁଟି ବହୁତ ପସନ୍ଦ । ସେ ନିଜ ମାଆଙ୍କୁ ଏହି କଠିନ କାମ କରୁଥିବାର ସବୁବେଳେ ଦେଖିଆସୁଥିଲେ । ତାଙ୍କ ମାଆ ରୁଟିକୁ ଗରମ ରଖିବା ପାଇଁ ଖବରକାଗଜରେ ଗୁଡାଇ ରଖିଦେଉଥିଲେ । ଯାହାକୁ ଦେଖି ବୋମଇଙ୍କ ମନରେ କିଛି ନୂଆ ଆବିଷ୍କାର କରିବାର ଚିନ୍ତାଧାରା ଜାତ ହୋଇଥିଲା । ବୋମଇଙ୍କ ରୁଟିମେକର ମେସିନ ଉଭୟ ସୌର ଶକ୍ତି ଏବଂ ଏସି କରେଂଟରୁ ଚାଲିଥାଏ । ଯାହାର ଦାମ ରହିଛି ମାତ୍ର ୧୫ ହଜାର ଟଙ୍କା । ଏହାର ବ୍ୟବହାର ତରିକା ମଧ୍ୟ ଖୁବ୍ ସହଜ । ଏହି ରୁଟିମେକରର ଆକାର ଇଣ୍ଡକସନ ଭଳି ହିଁ ଅଟେ ଏବଂ ଏହାର ଓଜମ ମାତ୍ର ୬ କିଲୋଗ୍ରାମ । ଗୋଟିଏ ଘଂଟାରେ ଏହି ମେସିନ ୧୮୦ଟି ରୁଟି ପ୍ରସ୍ତୁତ କରିପାରେ । ବୋମ୍ମଇ କୁହନ୍ତି କି, ଏବେ ସେ ବହୁତ ଖୁସି, କାରଣ ତାଙ୍କ ମାଆ ଖୁସି ଅଛନ୍ତି ।ଏବଂ ବିନା କଷ୍ଟରେ ସେ ଏବେ ରୁଟି ପ୍ରସ୍ତୁତ କରିପାରୁଛି ।