ରିକସାୱାଲାରୁ ରଙ୍ଗୀନ ଦୁନିଆ : ରିଲ୍ ହିରୋର ରିୟଲ କାହାଣୀ

48

2ଜୁନ୍ ୨୦୧୫ । ରିଜୱାନଉଦ୍ଦିନ ମହମ୍ମଦ ନାମକ ଖଡଗପୁରର ୨୯ ବର୍ଷୀୟ ଯୁବକଙ୍କ ଜୀବନରେ ହୋଇଥିଲା ଏକ ବିରାଟ ପରିବର୍ତନ । ଡ୍ରାଇଭର ଚାକିରୀ ପାଇଁ ଅନ୍ୱେଷଣ କରୁଥିବା ଏହି ଯୁବକ ଜଣଙ୍କ ପହଂଚିଥିଲେ ସମ୍ବରିଶ ମଜୁମଦାର ନାମକ ଜଣେ ଫିଲ୍ମ ନିର୍ମାତାଙ୍କ ଘରେ, ଏବଂ ସେହି ମୂହୁର୍ତରେ ତାଙ୍କ ଜୀବନର ମୋଡ ବଦଳି ଯାଇଥିଲା ଏବଂ ସେ ତାଙ୍କୁ “ଟେରରିଜିମ୍’ ନାମକ ଏକ ଫିଲ୍ମରେ ରୋଲ ଦେଇଥିଲେ । ରିଜୱାନଙ୍କ କହିବା ହେଲା ଏହି ଫିଲ୍ମ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା, ଏବଂ ସେ ଫିଲ୍ମ ପାଇଁ ତାଙ୍କ ୧୦୦% ମଧ୍ୟ ଦେଇଥିବା ସ୍ୱୀକାର କରିଛନ୍ତି । ଫିଲ୍ମଟି ରିଲିଜ୍ ହୋଇଛି ଅଗଷ୍ଟ ୫ ତାରିଖରେ ଏବଂ ଏହା ଦର୍ଶକଙ୍କ ପ୍ରଶଂସା ମଧ୍ୟ ସାଉଁଟିବାରେ ସଫଳ ହୋଇଛି ।

କୁଚାଲଚୋଟି ଗାଁର ଭିନ୍ନକ୍ଷମ ଚା’ଷ୍ଟଲ ମାଲିକଙ୍କ ଅଷ୍ଟମ ସନ୍ତାନ ହେଉଛନ୍ତି ରିଜୱାନ । ଷଷ୍ଠ ଶ୍ରେଣୀରୁ ପାଠପଢାର ଡୋରି ବାନ୍ଧିଥିଲେ ରିଜୱାନ । ବାହାଘର ଏବଂ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଗୀତ ଏବଂ ନାଚ କରି ପଇସା ରୋଜଗାର କରୁଥିଲେ । କିଛିଦିନ ପରେ ପରିବହନ ବିଭାଗରେ ସେ ଡ୍ରାଇଭିଙ୍ଗ ମଧ୍ୟ ଶିଖିଥିଲେ । କିନ୍ତୁ ତାଙ୍କ ବୟସ ସୀମା କମ ଥିବାରୁ ସେ ଚାକିରୀ ପାଇ ନଥିଲେ ଏବଂ ବାଧ୍ୟ ହୋଇ ଖଡଗପୁରର ବଗଡାରେ ରିକ୍ସା ଚଳାଇଥିଲେ ।

କିନ୍ତୁ ତାଙ୍କ ମନରୁ କାର ଚଳାଇବାର ନିଶା ଯାଇନଥିଲା ତେଣୁ ସେ ଚାକିରୀ ଉଦେଶ୍ୟରେ କୋଲକାତା ଚାଲିଆସିଥିଲେ ସତ, ଏଠି ତାଙ୍କ ଜୀବନର ମୋଡ୍ ମଧ୍ୟ ବଦଳିଯାଇଥିଲା ଏବଂ ସେ ଆସି ପହଂଚିଥିଲେ ନିର୍ଦେଶକ ମଜୁମଦାରଙ୍କ ଘରେ ଏଇଠୁ ଆରମ୍ଭ ହେଲା ତାଙ୍କ ଜୀବନର ପରିବର୍ତନ ।

ଷ୍ଟୁଡିଓ ଅଡିଓର ମାଲିକ ରିଜୱାନଙ୍କ ପ୍ରତିଭା ଦେଖି ତାଙ୍କୁ ତାଙ୍କ ଫିଲ୍ମରେ ସୁଯୋଗ ଦେଇଥିଲେ । ଏହା ରିଜୱାନଙ୍କ ପ୍ରଥମ ସିନେମା ନୁହଁ ତାଙ୍କର ଆଉ ଏକ ସିନେମା ମଧ୍ୟ ରିଲିଜ ଅପେକ୍ଷାରେ ରହିଛି । ଫିଲ୍ମ ମେକର ଅଭିଜିତ ବାନିକ ମଧ୍ୟ ରିଜୱାନଙ୍କୁ ତାଙ୍କର ଏକ ପୁଲିସ ମାନଙ୍କ ଉପରେ ଆଧାରିତ ଟେଲି ସିରିଏଲରେ ଲିଡ୍ ରୋଲରେ ନେବାକୁ ସାଇନ କରିଛନ୍ତି ।