ସୀତା ଥିଲେ ରାବଣର ଝିଅ ! ସ୍ୱୟଂବରରେ ସୀତାଙ୍କୁ ମନ୍ଦୋଦରୀ ପରି ଦେଖି ରାବଣ ହୋଇଥିଲେ ଚକିତ

319

sita devi ashtotramରାବଣ ମନ୍ଦୋଦରୀଙ୍କ ହୋଇଥିଲା ବିବାହ । ମିଳନ ପୂର୍ବରୁ ରାବଣ ଚାଲିଯାଇଥିଲେ ପାତଳପୁରୀ ଯୁଦ୍ଧରେ । ସେଠାରୁ ୩ଦିନ ପରେ ଖବର ଆସିଲା ରାବଣ ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି । ଏକଥା ଶୁଣି ମନ୍ଦୋଦରୀଙ୍କୁ ଚଡକ ପଡିଲା । ନଣନ୍ଦ ସୁପଣଖା ଏଥିପାଇଁ ଦୋଷ ଦେଲେ ମନ୍ଦୋଦରୀଙ୍କୁ । କହିଲେ , ମୋ ଭାଇର ମୃତ୍ୟୁ ତୋରି ପାଇଁ ହୋଇଛି । ତୁ କୁଳଟା । ଏମିତି ଅନେକ ଲାଂଛନା ଦେଇ ମାଡ ଦେଲେ । କଣ କରିବେ ମନ୍ଦୋଦରୀ । କର୍ମକୁ ଆଦରି କିଛି କାହାକୁ କହିଲେ ନାହିଁ । ନିଷ୍ପତ୍ତି ନେଲେ ଆତ୍ମହତ୍ୟା କରିବେ । ମନେପଡିଲା ସ୍ୱାମୀ ଦିନେ କହିଥିଲେ , ଗୋଟେ କୋଠରୀରେ ସେ ଗୁପ୍ତରେ ଏକ କୁମ୍ଭରେ ବିଷ ରଖିଛନ୍ତି ।

ଅନେକ କଷଣକୁ ସହି ସ୍ୱାମୀ ହରା ହୋଇ ନବବଧୂ ମନ୍ଦୋଦରୀ ସେହି ବିଷକୁ ପିଇଦେଲେ । ହେଲେ ଘଟିଲା ଆଶ୍ଚର୍ଯ୍ୟକର ଘଟଣା । ତାଙ୍କର ମୃତ୍ୟୁ ହେଲାନାହିଁ । ଏମିତି ଭାବେ ବିତିଗଲା ଦିନ ମାସ । ମନ୍ଦଦରୀ ଦେଖିଲେ ସେ ଅନ୍ତଃସତ୍ତ୍ୱା ହୋଇଛନ୍ତି । ଆଶ୍ଚର୍ଯ୍ୟ ଏମିତି କେମିତି ହେଲା । କଣ କରିବେ ଭାବି ପାରିଲେନି । ଏକଥା ଯାଇ ଦିଅର ବିଭୀଷଣଙ୍କୁ କହିଲେ । ସେ ତ ଜ୍ୟୋତିଷ ବିଦ୍ୟା ଜାଣନ୍ତି । କହିଲେ ଭାଉଜ ତୁମର ଏକ କନ୍ୟା ସନ୍ତାନ ହେବାକୁ ଯାଉଛି । ମନ୍ଦୋଦରୀ କଣ କରିବେ ଭାବି ପାରିଲେନି । ବିଭୀଷଣ କହିଲେ ଭାଉଜ ଏହି ଝିଅକୁ ଜନ୍ମ ଦିଅ । ଏ ଲଙ୍କାପୁରୀକୁ ପାପରୁ ଉଦ୍ଧାର କରିବ ।

ରାତି ଅଧରେ ମନ୍ଦୋଦରୀ ଜନ୍ମ ଦେଲେ ଏ କନ୍ୟା ସନ୍ତାନକୁ । ବିଭୀଷଣ ଓ ମନ୍ଦୋଦରୀ ମିଶି ରାତି ରାତି ଝିଅଟିକୁ ଭସାଇଦେଲେ ନଦୀରେ । ଆଉ ସେ ଝିଅକୁ ପାଇଥିଲେ ରାଜା ଜନକ । ଏକଥା ସେତିକି ବେଳେ ମନ୍ଦୋଦରୀ ଜାଣିଲେ ଯେତେବେଳେ ରାବଣ ସେହି ବିଷକୁମ୍ଭ ବିଷୟରେ ମନ୍ଦୋଦରୀଙ୍କୁ କହିଥିଲେ । ତା ବିଷ ନଥିଲା । ସେଥିରେ ଋଷିଙ୍କ ରକ୍ତ ଥିଲା । ମିଛରେ ସେ ସେମିତି କହିଥିଲେ । ଆଉ ଏହାକୁ ପିଇ ମନ୍ଦୋଦରୀ ହୋଇଥିଲେ ଅନ୍ତସତ୍ୱା । ଏଣୁ ସୀତା ଦେଖିବାକୁ ଠିକ୍ ମନ୍ଦୋଦରୀ ପରି । ରାବଣ ସୀତା ସ୍ୱୟଂବରରେ ସୀତାଙ୍କୁ ମନ୍ଦୋଦରୀ ପରି ଦେଖି ତାଜୁବ ହୋଇଥିଲେ ।  (ସୈାଜନ୍ୟ : ପ୍ରବଚନ କଥାମୃତ )