ଫେସବୁକରେ ଝିଅ ସାଜି ବନ୍ଧୁତା : ଏକ ତରଫା ପ୍ରେମରେ ବିଫଳ ପରେ ହତ୍ୟା

75

fbସୋସିଆଲ ମିଡିଆ ଦ୍ୱାରା ସାରା ଦୁନିଆ ହାତ ମୁଠାରେ । ଜଣେ ଜଣକ ପାଇଁ ଆଉ କେହି ଅଜଣା ହୋଇ ରହିନାହାଁନ୍ତି । କ୍ଷଣକରେ ବନ୍ଧୁତାର ବନ୍ଧନ ଗଢି ହେଇଯାଉଛି । ଆଉ ଏଇ ବନ୍ଧୁତା ଆଳରେ ଫେସବୁକରେ ପ୍ରେମ ଏବେ ପାଲଟଛିି ଏକ ବଡ ଟ୍ରେଣ୍ଡ । ଏହି ଫେସବୁକକୁ ଅପବ୍ୟବହାର କରି ନିଜକୁ ଅନ୍ୟ ନାମରେ ପରିଚୟ ଦେଇ ସଂପର୍କ ଗଢୁଛନ୍ତି ଅନେକ । ପରେ ପରିଣାମ ସାଂଘାତିକ ହେଉଛି ।

3ଏମିତି ଘଟଣା ଘଟିଛି ମଧ୍ୟ ପ୍ରଦେଶର ଇନ୍ଦୋରରେ । ନିଜକୁ ପ୍ରିୟାନ୍ସି ନାମ୍ନୀ ଝିଅର ପରିଚୟ ଦେଇ ଜଣେ ଯୁବକ ଫେସବୁକରେ ଆରମ୍ଭ କରିଥିଲେ ଜଣେ ଝିଅ ସହ ବନ୍ଧୁତା । ଏମିତି କିଛି ଦିନ ଚାଟିଂ ପରେ ତାର ଅସଲ ପରିଚୟ ଦେଇଥିଲେ । ଆଉ ଏକ ତରଫା ପ୍ରେମକୁ ସାକାର କରିବାକୁ ଚେଷ୍ଟା କରିଥିଲେ । ପ୍ରିୟା ନାମ୍ନୀ ସେ ଯୁବତୀ ଜଣକ ବନ୍ଧୁତା କାଟି ଦେଇଥିଲେ ସେହି ଯୁବକ ଠାରୁ । ବ୍ଲକ କରିଦେଇଥିଲେ ସେହି ଯୁବକକୁ ନିଜ ଫେସବୁକରୁ ।

2କିନ୍ତୁ ସେତିକିରେ ସେହି ଯୁବକ ଜଣକ ରହିନଥିଲେ । ପୂର୍ବରୁ ପ୍ରିୟାଙ୍କ ଠାରୁ ନେଇଥିଲେ ତାଙ୍କ ମା’ଙ୍କ ଫୋନ ନଂ ଓ ଘର ଠିକଣା । ପ୍ରିୟାଙ୍କ ମା’ଙ୍କ ଫୋନକୁ ଫୋନ କରି କଥା ହେଲେ ସେହି ଯୁବକ । ଦିନେ ହଠାତ ପ୍ରିୟା ଓ ତାଙ୍କ ମା ରହୁଥିବା ଫ୍ଲାଟକୁ ଯାଇ ପହଁଚିଲେ । ତାଙ୍କ ସହ କଥା ହେବାକୁ ଚେଷ୍ଟା କଲେ ।

ପ୍ରିୟାଙ୍କ ମା ଯେତେବେଳେ ବିରୋଧ କଲେ । ଯୁବକ ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କଲେ । ଘରେ ଥିବା ପ୍ରିୟା ମା’କୁ ବଂଚାଇବାକୁ ଆସିଲା ବେଳେ ସେହି ନୃଶଂସ ଯୁବକ ଜଣକ ପ୍ରିୟାକୁ ଛୁରୀରେ ୧୨ ଥର ଆଘାତ କରି ଲହୁ ଲୁହାଣ କରିଦେଲେ । ଘଟଣା ସ୍ଥଳରେ ପ୍ରିୟାର ମୃତ୍ୟୁ ହୋଇଥିଲା  । ସୂଚନାନୁସାରେ ଅମିତ ନାମକ ଏହି ୨୪ ବର୍ଷୀୟ ଯୁବକ ଜଣକ ଥିଲେ ଜଣେ ସଫ୍ଟୱେର ଇଂଜିନିୟର । ପ୍ରିୟା ଥିଲା ତାଙ୍କ ଘରର ଏକ ମାତ୍ର ଝିଅ। ପଢୁଥିଲା ଦ୍ୱାଦଶ ଶ୍ରେଣୀରେ ।