ମନ ଜିଣିନେଲେ ମିଠା ଦୋକାନୀ ଝିଅ ! କାଳେ ବାପାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ତେଣୁ ଟ୍ୟୁସନ କରି ଝିଅ ବନିଲା ଆଇଏଏସ ଅଫିସର

228

ଜ୍ୟୋତି ନାଁରେ ହିଁ ରହିଛି ଚମକ । ଯାହାକୁ ଯର୍ଥାତ୍ କରି ଦେଖାଇଛନ୍ତି ବିହାର ଜ୍ୟୋତି । ବିହାରର କହଲଗାଁରେ ରହୁଥିବା ଜ୍ୟୋତି ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଜ୍ୟୋତିଙ୍କର ବାପା ମିଠା ଦୋକାନ ଚଲାଉଥିବା ବେଳେ ଝିଅ ସିଭିଲ ସର୍ଭିସେସ ପାଇଁ ପ୍ରସ୍ତୁତ ହେଉଛନ୍ତି । ୨୦୧୭ରେ ତାଙ୍କୁ ୫୩ତମ ସ୍ଥାନ ମିଳିଥିଲା ଏବଂ ନିଜର କଠୋର ପରିଶ୍ରମ ବଳରେ ଜ୍ୟୋତି ବନିଛନ୍ତି ଆଇଏଏସ ଅଫିସର । ଆଜି ଆମେ ଆପଣଙ୍କୁ ଏକ ଏଭଳି ଆଇଏଏସ ଅଫିସଙ୍କର କାହାଣୀ ଜଣାଇବୁ, ଯାହାଙ୍କ କଠୋର ପରିଶ୍ରମ ଏବଂ ନିଷ୍ଠା ପ୍ରମାଣିତ କରି ଦେଇଛି କି ଆପଣ ଯାହା ଚାହିଁବେ ତାହା କରିପାରିବେ ।

ଜ୍ୟୋତିଙ୍କ କହିବା କଥା ହେଲା କି, ତାଙ୍କର ପିଲାଟି ବେଳୁ ଡାକ୍ତର ହେବାର ଇଚ୍ଛା ରହିଥିଲା । କିନ୍ତୁ ତାଙ୍କ ମନ ଭିତରେ ଆଇଏଏସ ହେବାର ଭାବନା ମଧ୍ୟ ଜାଗିଉଠିଥିଲା । ତେଣୁ ସେ ଆଇଏଏସ ବନିବାର ସ୍ୱପ୍ନକୁ ଧରି ବିହାରରୁ ଦିଲ୍ଲୀ ଚାଲିଆସିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜରେ ଆଡମିସନ କରିଥିଲେ । ଏଠାରେ ସେ ଇତିହାସରେ ଗ୍ରାଜୁଏସନ କରିଥିଲେ । ପକେଟ୍ ଖର୍ଚ୍ଚ ପାଇଁ ତାଙ୍କ ନିଜର ପାଠପଢାକୁ ବି ଜାରି ରଖିଥିଲେ । ଆଉ ଶେଷରେ ଜ୍ୟୋତିଙ୍କର ସ୍ୱପ୍ନ ସାକାର ହୋଇଥିଲା ଏବଂ ସେ ଆଇଏଏସ ବନିଯାଇଥିଲେ ।

୨୦୧୪ରେ ହୋଇଥିବା ପରୀକ୍ଷାରେ ଜ୍ୟୋତି ୫୨୪ତମ ସ୍ଥାନ ଅଳଙ୍କୃତ କରିଥିଲେ । ତେବେ ଏଥିରେ ଜ୍ୟୋତି ସେତେଟା ଖୁସି ଅନୁଭବ କରିନଥିଲେ ଯେତିକି ସେ ଆଶା ରଖିଥିଲେ । ତେଣୁ ସେ ସଂକଳ୍ପ ନେଇଥିଲେ କି, କଠିନ ପରିଶ୍ରମ ବଳରେ ହିଁ ସମସ୍ତ ଅସାଧ୍ୟକୁ ସାଧବେ ବୋଲି । ଏଥିପାଇଁ ସେ ଆଇଏଏସ ହେବା ପାଇଁ ପୂରା ଦମ ଲଗାଇଦେଇଥିଲେ । ପାଠପଢାରେ ଯେଭଳି ଅର୍ଥ ସାଧକ ନସାଜିବ ତେଣୁକରି ପାଠପଢା ସାଙ୍ଗକୁ ପାର୍ଟଟାଇମ ଚାକିରି ମଧ୍ୟ କରିଥିଲେ । ଜ୍ୟୋତିଙ୍କ ମାଆ ମଧ୍ୟ ତାଙ୍କ ବାପାଙ୍କ ସହ ମିଶି ଦୋକାନରେ କାମ କରନ୍ତି ।

ଜ୍ୟୋତି କହିଛନ୍ତି କି, ଆଇଏଏସ ବନିବା କୌଣସି ସହଜ କଥା ନୁହେଁ । ଏଥିପାଇଁ ଦରକାର କଠୋର ପରିଶ୍ରମ ଏବଂ ଦୃଢ ମନୋବଳ । ଦୁଇ ଥର ଅସଫଳ ହେବା ପରେ ଯାଇ ସେ ୨୦୧୪-୧୫ରେ ୟୁପିଏସସି ପରୀକ୍ଷାରେ ୫୨୪ତମ ସ୍ଥାନ ହାସଲ କରିପାରିଥିଲେ । ଏହାପରେ ସେ ଦିଲ୍ଲୀରେ ଦୂରସଂଚାର ବିଭାଗରେ ଏଡିଜିର ପଦରେ ଚାକିରି ଥିଲା କିନ୍ତୁ ସେ ନିଜ ଲକ୍ଷ୍ୟ ଉପରେ କସେନଟ୍ରେଟ କରିପାରିନଥିଲେ । ଏହାପରେ ନିଜର ପ୍ରଚେଷ୍ଟାକୁ ବଜାଏ ରଖିଥିଲେ ଏବଂ ନିଜର ପରିଶ୍ରମରେ ସାମାନ୍ୟତମ ଅବହେଳା କରିନଥିଲେ । ଆଉ ତାଙ୍କର ଏହି ପରିଶ୍ରମ ହିଁ ତାଙ୍କୁ ଶୀର୍ଷରେ ପହଂଚାଇଦେଇଥିଲା ।