ଭିକ୍ଷାବୃତ୍ତି କରି ସରକାରୀ ଚାକିରୀ ! ଜୀବନରେ ଦୟନୀୟ ପରିସ୍ଥିତିକୁ ଦୃଢତାର ସହ ସାମ୍ନା କରି ଉଦାହରଣ ପାଲଟିଲେ ଦୁଇ ଯୁବକ

51

କିଛି ପିଲାଙ୍କୁ ସବୁ ପ୍ରକାରର ସୁଖ ସୁବିଧା ଯୋଗାଇ ଦିଆଯାଉଥିଲେ ମଧ୍ୟ ପରୀକ୍ଷାରେ ସେତେଟା ସଫଳତା ହାସଲ କରିବାରେ ଅସଫଳ ହୋଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମୁମ୍ବାଇରେ ଫୁଲ ବିକ୍ରି କରି ଏବଂ ଭିକ୍ଷାବୃତି କରି ପେଟ ପୋଷୁଥିବା ପରିବାରର ଦୁଇ ଜଣ ପିଲା ଷ୍ଟ୍ରିଟ୍ ଲାଇଟ ତଳେ ପାଠପଢି ସଫଳତାର ଶୀର୍ଷକୁ ଛୁଇଁପାରିବାରେ ସଫଳ ହୋଇଛନ୍ତି । ପଢନ୍ତୁ ୧୭ ବର୍ଷୀୟ ଦଶରଥ ପନୱାର ଏବଂ ୨୦ ବର୍ଷୀୟ ମୋହନଙ୍କ ସଘଂର୍ଷମୟ କାହାଣୀ….

ଦଶରଥ ଏବଂ ମୋହନ ମୁମ୍ବାଇର ଠାଣେ ମହାନଗର ପାଳିକା ଏବଂ ସମର୍ଥ ଭାରତ ବ୍ୟାସପୀଠ ଦ୍ୱାରା ଆରମ୍ଭ କରାଯାଇଥିବା ‘ଦ ସିଗନାଲ ସ୍କୁଲ’ରେ ପାଠ ପଢିଛନ୍ତି । ଏହି ସ୍କୁଲ ଷ୍ଟ୍ରିଟ୍ ଲାଇଟର ତଳେ ଏକ କନଟେନରରେ ଲାଗିଥାଏ । ନିକଟରେ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଏହି ସ୍କୁଲର ଏସଏସସିର ପ୍ରଥମ ବ୍ୟାଚ୍ ବାହାରି ଥିଲା । ଯେଉଁଥିରେ ଦଶରଥ ଏବଂ ମୋହନଙ୍କ ପିଲାଦିନ ଠାଣେର ଟ୍ରାଫିକ ସିଗନାଲରେ ବିତିଛି, କାହିଁକି ନା ଏମାନଙ୍କ ବାପା-ମାଆ ଏଠାରେ ଏମାନଙ୍କୁ ପାଳିବା ପାଇଁ ଦୁଇ ପଇସା ଟଙ୍କା ରୋଜଗାର କରିଥାନ୍ତି ।

ମୋହନଙ୍କ ପରିବାର ତିନି ପୀଠିରୁ ଭିକ୍ଷାବୃତି କରି ଚଳି ଆସୁଛନ୍ତି । କିନ୍ତୁ ଏବେ ୭୭ ପ୍ରତିଶତ ମାର୍କ ଆଣିବା ପରେ ତାଙ୍କ ପାଖରେ ଏହି ନର୍କରୁ ବାହାରିବାର ସୁଯୋଗ ରହିଛି । ମୋହନ କୁହନ୍ତି କି, ପଂଚମ ଯାଏ ପାଠପଢିବା ପରେ ମୁଁ କେବେ ସ୍କୁଲ ଯାଇପାରି ନଥିଲି । ଦିନେ ମହାନଗର ପାଳିକାର ସ୍କୁଲକୁ ଯାଇଥିଲି, ସେଠାରେ ଜଣେ ଶିକ୍ଷକ ମୋତେ ପାଠପଢିବାକୁ କହିଥିଲେ । ଆଉ ମୁଁ ସେଠାକୁ ଯିବା ଆରମ୍ଭ କରିଥିଲି । ଏବେ ମୋତେ ବହୁତ ଭଲ ଲାଗୁଛି । ମୁଁ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ସହ ଜଡିତ କୋର୍ସ କରିବାକୁ ଚାହୁଁଛି , ଯାହାଦ୍ୱାରା ମୁଁ ମୋ ମାଆକୁ ଆଉ ଭିକ୍ଷାବୃତି କରିବାରୁ ଦେବି ନାହିଁ ।

ସେହିପରି, ଦଶରଥଙ୍କ ପରିବାର ଟ୍ରାଫିକ ସିଗନାଲରେ ଫୁଲ ବିକ୍ରି କରି ଚଳନ୍ତି । ଦଶରଥଙ୍କୁ ଏହି କାମ କରିବାକୁ ଜମା ବି ପସନ୍ଦ ନୁହେଁ । ଏସଏସସିରେ ସଫଳତା ହାସଲ କରିବା ପରେ ଏବେ ସେ ପୁଲିସ ଫୋର୍ସରେ ସାମିଲ ହେବାର ସ୍ୱପ୍ନକୁ ପୁରଣ କରିବାକୁ ଚାହୁଁଛନ୍ତି । ଦଶରଥଙ୍କ କହିବା କଥା ହେଲା କି, ଏବେ ମୁଁ ଏଚଏସଏସି ପରୀକ୍ଷା ଦେବି ଏବଂ ପୁଲିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିବି । ମୁଁ ବହୁତ ଖୁସି ଅଛି ହେଲେ ମୁଁ ଏହି ଖୁସିକୁ ସେତେବେଳେ ଯାଇ ମନେଇବି ଯେତେବେଳେ ମୁଁ ପୁଲିସର ଚାକିରି ହାସଲ କରିବି ।