ହୁସିଆର୍ ! ମାଡି ଆସୁଛି ବିପଦ । ଅମାବାସ୍ୟାରେ ଲାଗିବାକୁ ଥିବା ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗରେ ଘଟିପାରେ ବଡ ଦୁର୍ଘଟଣା
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଆସନ୍ତା ୧୫ ଏବଂ ୧୬ ତାରିଖର ଅର୍ଦ୍ଧରାତ୍ରିରେ ତଥା ଏକ ସନ୍ଧିକାଳରେ ପଡୁଛି । ଯାହାଦ୍ୱାରା ଭାରତରେ ଏହାର ପ୍ରଭାବ ଯଦିଓ ପଡିନପାରେ ମାତ୍ର ଏହାର କିଛି ଭାଗ ପଶ୍ଚିମାଂଚଳରେ ଦୃଶ୍ୟମାନ ହୋଇପାରେ । କିନ୍ତୁ ଏହାର ପ୍ରଭାବ ବିପଦଜ୍ଜନକ ପ୍ରମାଣିତ ହୋଇପାରେ ବୋଲି ସତର୍କବାଣୀ ଶୁଣାଇଛନ୍ତି ଜ୍ୟୋତିଷଗଣ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜ୍ୟୋତିଷଜ୍ଞ ସୂଚନା ମୁତାବକ, ସୂର୍ଯ୍ୟଗ୍ରହଣ ଆସନ୍ତା ୧୫ ତାରିଖର ଅର୍ଦ୍ଧରାତ୍ରିରେ ପଡିବ, ଯାହାକି ଭାରତରେ ନଜର ଆସିବ ନାହିଁ । ତେବେ ସୂର୍ଯ୍ୟଗ୍ରହଣ ସେତେବଳେ ପଡିଥାଏ, ଯେତେବେଳେ ଉଭୟ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ରମା ସମାନ୍ତରାଳରେ ରହିଥାଏ । ଏହି ଗ୍ରହଣ ଅର୍ଧରାତ୍ରି ତଥା ଉଭୟ ୧୫ ଏବଂ ୧୬ ତାରିଖରେ ଏକ ସନ୍ଧିକାଳରେ ପଡୁଛି । ଯେଉଁଥିପାଇଁ ଭାରତରେ ଏହା ଦୃଶ୍ୟମାନ ହେବନାହିଁ କିନ୍ତୁ କିଛି ଭାଗ ପଶ୍ଚିମ ଇଲାକାରେ ଯେପରିକି ଆର୍ଜେଂଟିନା ଆଦିରେ ନଜର ଆସିବ ।
ଅପର ପକ୍ଷରେ ଚଳିତ ବର୍ଷ ଲଗାତର ଭାବରେ ଗ୍ରହଣ ଲାଗୁଥିବାକୁ ଏଥିରେ ଗମ୍ଭିରତା ପ୍ରକାଶ କରିଛନ୍ତି ଜ୍ୟୋତିଷଗଣ । କାରଣ ଗତ ୩୧ ତାରିଖରେ ପୂର୍ଣ୍ଣିମାରେ ବଡ ଚନ୍ଦ୍ର ଗ୍ରହଣ ଲାଗିଥିଲା । ଯେଉଁଥିରେ ଚନ୍ଦ୍ରଙ୍କୁ ତିନୋଟି ରୂପରେ ଦେଖିବାକୁ ମିଳିଥିଲା । ସୁପର ମୁନ, ବ୍ଲୁ ମୁନ ଏବଂ ବ୍ଲଡ ମୁନରେ ନଜର ଆସିଥିଲା ଏବଂ ଏହାର ଠିକ୍ ଅପର ପକ୍ଷ ତଥା ଅମାବାସ୍ୟାରେ ଆଂଶିକ ସୂର୍ଯ୍ୟପରାଗ ପଡୁଛି । ଯେଉଁଥି ଲାଗି ବିଶ୍ୱରେ କେଉଁଠି ନା କେଉଠଁ ଭୂ-ପୃଷ୍ଠରେ ଫାଟ ସୃଷ୍ଟି ହୋଇପାରେ କିମ୍ବା ଭୂମିକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ସୃଷ୍ଟି ହୋଇପାରେ ।