ଉଦ୍ଦେଶ୍ୟ ଏକ୍ ହେଲେ ତରିକା ଅନେକ: ସାମ୍ନାକୁ ଆସିଲା ଲୁଟିବାର ଆଉ ଏକ ଫର୍ମୂଲା, ଲୋକଙ୍କୁ ନକଲି ସିମ୍ ଦେଇ ଟଙ୍କା ଗାଏବ କରିନେଉଛନ୍ତି ହ୍ୟାକର

27

ଫାଇନାନ୍ସିଆଲ ସେକ୍ଟରରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଅପରାଧ । ହ୍ୟାକରମାନେ ଏଯାବତ ବିଭିନ୍ନ ଢଙ୍ଗରେ ଲୋକଙ୍କର ଝାଳବୁହା ଧନକୁ ଲୁଟିଚାଲିଛନ୍ତି । ହେଲେ ବଡ କଥା ହେଲା ଲୋକେ ଯେତେ ସଚେତନ ହେଲେ ବି ଠକଙ୍କ କବଳରୁ ନିଜକୁ ବଂଚାଇବାରେ ବିଫଳ ହେଉଛନ୍ତି । କାହିଁକି ନା ଠକମାନେ ସବୁବେଳେ ନୂଆ ନୂଆ ତରିକାରେ ଲୁଟ୍ କରିଥାନ୍ତି । ବର୍ତ୍ତମାନ ଠିକ୍ ଏଭଳି ଏକ ନୂଆ ତରିକା ଆପଣାଇଛନ୍ତି ସାଇବର ଅପରାଧୀମାନେ । ଯାହାର ଉଦ୍ଦେଶ୍ୟ ହେଲା ଗୋଟିଏ କିନ୍ତୁ ତରିକା ରହିଛି ପୂରା ଅଲଗା ।

ଅର୍ଥାତ୍ ଠକମାନେ ଏବେ ଡ୍ୟୁପ୍ଲିକେଟ୍ ସିମ ଜରିଆରେ ଲୋକଙ୍କୁ ଲୁଟିବାକୁ ଯୋଜନ କରିଛନ୍ତି । ପ୍ରଥମେ ଲୋକଙ୍କ ସିମକୁ ବ୍ଲକ୍ କରିଦିଅନ୍ତି ଓ ପରେ ଡ୍ୟୁପ୍ଲିକେଟ ସିମ ଦେଇ ଲୋକଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ହ୍ୟାକ୍ କରି ଟଙ୍କା ଲୁଟି ନେଇଥାନ୍ତି । ତେବେ କିଭଳି ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ…

• ସର୍ବପ୍ରଥମେ ଠକମାନେ ଫିସିଂ, ଭିସିଂ (ଭଏସ ଫିସିଂ) ଏବଂ ସ୍କିମିଂ ଜରିଆରେ ୟୁଜରଙ୍କ ପର୍ସନାଲ ଡିଟେଲ୍ସ କଲେକ୍ଟ କରନ୍ତି ।

• ଏହାପରେ ସେମାନେ ୟୁଜରଙ୍କୁ କଳେବଳେ କୌଶଳେ ନିଜ ନମ୍ବରରୁ କଂପାନୀର ଅଫିସିଆଲ ନମ୍ବରରେ ଏକ ମେସେଜ ପଠାଇବାକୁ ଯୋଜନା କରନ୍ତି । ଏହି ମେସେଜରେ ନୂଆ ସିମ କାର୍ଡର ନମ୍ବର ରହିଥାଏ , ଯାହାକି ପୂର୍ବରୁ ହିଁ ହ୍ୟାକରଙ୍କ ନିକଟରେ ରହିଥାଏ ।

• ମେସେଜ ପଠାଇବାର ମାତ୍ର କେଇ ମୁହୂର୍ତ୍ତ ପରେ ଗ୍ରାହକଙ୍କ ମୋବାଇଲ ନମ୍ବର ବ୍ଲକ୍ ହୋଇଯାଇଥାଏ ।

• ୟୁଜରଙ୍କ ମୋବାଇଲ ନମ୍ବର ବ୍ଲକ ହେବା ପରେ ସେମାନେ ଗ୍ରାହକଙ୍କ ଫେକ୍ ଆଇଡି ପ୍ରୁଫ ଜରିଆରେ ସେହି ନମ୍ବରର ଡ୍ୟୁପ୍ଲିକେଟ ସିମ୍ ବାହାର କରିଦେଇଥାନ୍ତି ।

• ଏହାପରେ ସେମାନେ ମୋବାଇଲ ନମ୍ବର ଏବଂ ଓଟିପି ଜରିଆରେ ଗ୍ର।।ହକଙ୍କ ଅନଲାଇନ ବ୍ୟାଙ୍କିଂ ପାସୱାର୍ଡକୁ ବଦଳାଇ ଦିଅନ୍ତି ଏବଂ ପୁଣି ତାର ବ୍ୟବହାର କରି ଟଙ୍କା ଟ୍ରାନ୍ସଫର କରିଦିଅନ୍ତି ।

କିଭଳି ରକ୍ଷା ପାଇବେ ?

• ଯଦି ଆପଣଙ୍କ ମୋବାଇଲ ନମ୍ବର ବିନା ଆପଣଙ୍କ ସୂଚନାରେ ବନ୍ଦ ହୋଇଯାଏ ତେବେ ତୁରନ୍ତ କଂପାନୀର କଷ୍ଟମର କେୟାର ସହ ଯୋଗାଯୋଗ କରନ୍ତୁ । ସିମ ସ୍ୱାପିଂ ରିକ୍ୱେଷ୍ଟ ସାମନାକୁ ଆସିବା ପରେ ତାକୁ ରୋକିବାକୁ ଚେଷ୍ଟା କରନ୍ତୁ ।

• ସାଧାରଣତଃ ସିମ୍ ସ୍ୱାପିଂର ପୁରା ପ୍ରକ୍ରିୟାରେ ଅଳ୍ପ ସମୟ ଲାଗିଥାଏ । ଅର୍ଥାତ୍ ମେସେଜ ପଠାଇବା ମାତ୍ର କିଛି କ୍ଷଣ ପରେ ଗ୍ରାହକଙ୍କ ନମ୍ବର ବନ୍ଦ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଗ୍ରାହକଙ୍କ ଧ୍ୟାନ ଫୋନରୁ ହଟାଇବା ପାଇଁ ତାଙ୍କୁ ହଇରାଣ କରିଥାନ୍ତି । ଯାହାଦ୍ୱାରା ସେମାନେ ଫୋନ ବନ୍ଦ କରିଦିଅନ୍ତୁ । ଏଥିପାଇଁ ଏଭଳି ପରିସ୍ଥିତିରେ କେବେବି ନିଜ ଫୋନକୁ ସୁଇଚ ଅପ କରନ୍ତୁ ନାହିଁ ।

• ଏହାଛଡା ଏଭଳି କଲ ଆସିବା ଦ୍ୱାରା ନିଜ ବ୍ୟାଙ୍କ ଖାତା ଉପରେ ବି ନଜର ରଖନ୍ତୁ । ସନ୍ଦିଗ୍ଧ ଦେଣନେଣ ହେବା ଦ୍ୱାରା ତୁରନ୍ତ ବ୍ୟାଙ୍କ ସହ ସଂପର୍କ କରନ୍ତୁ ।

• ନିଜ ଖାତାରେ ମୋବାଇଲ ନମ୍ବର ସହିତ ଇ-ମେଲ ଆଲର୍ଟକୁ ବି ଆକ୍ଟିଟ କରନ୍ତୁ । ଯାହାଦ୍ୱାରା ଯଦି କୌଣସି କାରଣରୁ ଗୋଟିଏ ବନ୍ଦ ହୋଇଯାଏ ତେବେ ଅନ୍ୟଟି ଜରିଆରେ ସୂଚନା ମିଳିପାରିବ ।

• ଏଥିସହିତ ହିଁ ବ୍ୟାଙ୍କିଂ ଟ୍ରାନଜାକ୍ସନର ସୂଚନା ରେଗୁଲାର ଚେକ୍ କରନ୍ତୁ । କୌଣସି ଫ୍ରଡ ଟ୍ରାନଜାକ୍ସନ ମିଳୁଛି ତେବେ ବ୍ୟାଙ୍କର ହେଲ୍ପଲାଇନ ନମ୍ବରରେ କଲ କରି ତୁରନ୍ତ ଅନଲାଇନ ଟ୍ରାନଜାକ୍ସନର ସୁବିଧାକୁ ବନ୍ଦ କରିବାକୁ କୁହନ୍ତୁ ଏବଂ ଯେତେ ସମ୍ଭବ ଏନେଇ ଥାନାରେ ଅଭିଯୋଗ କରନ୍ତୁ ।