ସମୁଦ୍ର ଗର୍ଭରେ ସହର ! ବହୁ ପୂରାତନ ଭଗ୍ନାବଶେଷ ଦେଖି ଆଶ୍ଚର୍ଯ୍ୟ ବୈଜ୍ଞାନିକ

44

ବିଶ୍ୱ ବିଭିନ୍ନ ରହସ୍ୟମୟ ଘଟଣାରେ ପରିପୂର୍ଣ୍ଣ । ଆଉ ଯେତେବେଳେ ଏହି ଘଟଣା ଲୋକଲୋଚନକୁ ଆସିଥାଏ ତେବେ ତାହା କେବଳ ଇତିହାସ ହୋଇ ରହିଯାଇଥାଏ । ତେବେ ନିକଟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅର୍ଥାତ୍ ଏକ ସମୁଦ୍ର ମଧ୍ୟରୁ କିଛି ବିସ୍ମୟକର ଜିନିଷ ଠାବ କରାଯାଇଛି ଯାହା ସଂପର୍କରେ ବୈଜ୍ଞାନିକମାନେ ମଧ୍ୟ ଟେର ପାଇନାହାଁନ୍ତିି । ଘଟଣାଟି ଦେଖିବାକୁ ମିଳିଛି ଇଜିପ୍ଟର ଭୂମଧ୍ୟ ସାଗରରେ ।

ସୂଚନା ମୁତାବକ, ଏକ ସମୁଦ୍ର ବୁଡାଳି ଟିମ୍ ସହାୟତାରେ ଇଜିପ୍ଟର ଭୂମଧ୍ୟ ସାଗର ମଧ୍ୟରୁ କିଛି ଅଦ୍ଭୁତ ଭଗ୍ନାବଶେଷ ଉଦ୍ଧାର କରାଯାଇଛି । ଯାହା ପୂରାତନ ସଭ୍ୟତାକୁ ଇଙ୍ଗିତ କରୁଛି ବୋଲି ଶୁଣିବାକୁ ମିଳିଛି । କୁହାଯାଏ ପ୍ରାୟ ହଜାର ବର୍ଷ କାଳରୁ ହେରାକ୍ଲିୟନ ନାମକ ଏକ ସହର ଗଢିଉଠିଥିଲା ମାତ୍ର ସହରଟି ଦୈବିକ ଦୁର୍ବିପାକ କାରଣରୁ ସମୁଦ୍ର ଗର୍ଭରେ ସଂପୂର୍ଣ୍ଣ ରୂପେ ଲୀନ ହୋଇଯାଇଥିଲା । ବର୍ତ୍ତମାନ ଏହାର ଭଗ୍ନାବଶେଷ ଏହି ସମୁଦ୍ରରୁ ଠାବ କରାଯାଇଛି ।

ତେବେ କଠିନ ପରିଶ୍ରମ ଓ ଦୀର୍ଘ ଦିନ ଧରି ଅନ୍ୱେଷଣ ପରେ ସେହି ସହରର ସନ୍ଧାନ ମିଳିପାରିଛି । ଖାଲି ସେତିକି ନୁହେଁ ଏହି ସହରର କିଛି ଅଂଶବିଶେଷ ମିଳିବା ସହ ବହୁମୂଲ୍ୟ ସାମଗ୍ରୀ ମଧ୍ୟ ଠାବ କରାଯାଇଛି ।