ଏଣିକି ସାରା ଦେଶରେ ଲାଗୁ ହେବ ଏହି ଗୋଟିଏ ହିଁ ଜରୁରୀକାଳୀନ ନମ୍ବର ! ମୋବାଇଲର ପାୱାର ବଟନ ଦବାଇଲେ ମିଳିବ ସବୁ ପ୍ରକାରର ସୁବିଧା

47

ଖୁବ୍ ଶୀଘ୍ର ସାରା ଦେଶରେ ଉପଲବ୍ଧ ହେବ ୧୧୨ ନମ୍ବର । ଯାହା ଏକ ଜୁରୁରୀକାଳୀନ ନମ୍ବର ଅଟେ । ଏହି ନମ୍ବରରେ କଲ କରି କୌଣସି ବି ବ୍ୟକ୍ତି ନିଜ ଅଭିଯୋଗ ଜଣାଇପାରିବେ ଏବଂ ଏଠାରୁ ହିଁ ସମ୍ବନ୍ଧିତ ବିଭାଗଗୁଡିକୁ ଅଭିଯୋଗ ପଠାଯାଇ ଅଭିଯୋଗକାରୀଙ୍କୁ ସହାୟତା ପ୍ରଦାନ କରାଯିବ । ତେବେ ଏନେଇ ସରକାରଙ୍କ ତରଫରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଆସନ୍ତାକାଲି କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟର ଉଭୟ ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଏସଂପର୍କରେ ଆଲୋଚନା କରିବେ ।

ଏଠାରେ ଆମେ କହି ରଖୁଛୁ କି, ୧୧୨ ନମ୍ବର ଏକ ଅନ୍ତରାଷ୍ଟ୍ରୀୟ ଏମରଜେନ୍ସି ନମ୍ବର ଏବଂ ବିଶ୍ୱର ଅଧିକାଂଶ ସମୃଦ୍ଧିଶାଳୀ ଦେଶଗୁଡିକରେ ଏହି ନମ୍ବର ଉପରେ ସମସ୍ତ ଏମରଜେନ୍ସି ସେବାଗୁଡିକ ଉପଲବ୍ଧ । ଭିଡିଓ କନଫରେନ୍ସିଂ ସମୟରେ ନ୍ୟାସନାଲ ଏମରଜେନ୍ସି ରେସପନ୍ସ ସିଷ୍ଟମ ଉପରେ ବିଚାର କରାଯିବା ସହିତ ହିଁ ୧୧୨ ନମ୍ବରକୁ ଦେଶର ସବୁ ପ୍ରକାରର ଜରୁରୀକାଳୀନ ସେବାଗୁଡିକ ପାଇଁ ବ୍ୟବହାର କରାଯିବା ନେଇ ନିଷ୍ପତି ନିଆଯିବ ।

ଯଦି ଏହା ସଫଳ ହୋଇଯାଏ ତେବେ ପୁଲିସ ସହାୟତା ପାଇଁ ୧୦୦, ଅଗ୍ନିଶମ ସେବା ପାଇଁ ୧୦୧, ଜନନୀ ସୁରକ୍ଷା ପାଇଁ ୧୦୨ ଏବଂ ଅନ୍ୟ ଆମ୍ବୁଲାନ୍ସ ପାଇଁ ୧୦୮ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ୧୦୯୦ କିମ୍ବା ୧୮୧ ନମ୍ବର ଡାଏଲ କରିବାର ଆଉ ଦରକାର ପଡିବ ନାହିଁ । ଅର୍ଥାତ୍ ଏହିସବୁ ସେବାଗୁଡିକ ପାଇଁ ଆପଣ କେବଳ ୧୧୨ ନମ୍ବର ଡାଏଲ କରି ହିଁ ସବୁ ସୁବିଧା ପାଇପାରିବେ ।

ମିଳିଥିବା ସୂଚନା ମୁତାବକ, ୧୧୨ ନମ୍ବରକୁ ଅନ୍ତରାଷ୍ଟ୍ରୀୟ ଏମରଜେନ୍ସି ନମ୍ବର ବୋଲି କୁହାଯାଉଛି । ଯେଉଁ କାରଣରୁ ଅଧିକାଂଶ ମୋବାଇଲ ସେବା ପ୍ରଦାନକାରୀ କଂପାନୀମାନେ ୩ ଥର ପାୱାର ବଟନ ଦବାଇବା ଦ୍ୱାରା ତାକୁ ସିଧା ୧୧୨ ସହ କନେକ୍ଟ କରିଦେଇଥାନ୍ତି, ଯେବେକି ଭାରତରେ ୧୧୨ ନମ୍ବରର ସୁବିଧା ନହେବା କାରଣରୁ ଲୋକେ ଏହି ସୁବିଧାରୁ ବର୍ତ୍ତମାନ ବଂଚିତ । ନ୍ୟାସନାଲ ଏମରଜେନ୍ସି ରେସପନ୍ସ ସିଷ୍ଟମ ଲାଗୁ ହେବା ପରେ ଯେଉଁ ରାଜ୍ୟରୁ ଫୋନ କଲ କରାଯିବ, ସେହି ରାଜ୍ୟର ପୁଲିସ କଂଟ୍ରୋଲ ରୁମ ସହ ଏହାକୁ କନେକ୍ଟ କରିଦିଆଯିବ ।